ଖୋରଧା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଘଟଣ : କାରକୁ ଧକ୍କା ଦେଇ ଦୋକାନ ଭିତରକୁ ମାଡ଼ିଗଲା ମାଲବୋଝେଇ ଟ୍ରଲର
ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ ଖୋରଧା, ୨୪।୯: ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗୁରୁବାର ସକାଳେ ଏକ ମାଲବୋଝେଇ ଟ୍ରଲର ଦୁର୍ଘଟଣା ଘଟାଇବାରୁ କିଛି ସମୟ ପାଇଁ ସେ ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଏକ କାରକୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଟ୍ରଲରଟି ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଥିଲା। ଟ୍ରଲରର ଧକ୍କାରେ ତିନୋଟି ଦୋକାନ ଭାଙ୍ଗିଯିବା ସହ ଦୋକାନ ସମ୍ମୁଖରେ ରଖାଯାଇଥିବା ଏକାଧିକ ବାଇକ୍…