ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୨ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୨ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୨ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୨ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୩ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୩ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୩ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୩ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୩ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୩ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଆସନ୍ତା ୨୬ ଅକ୍ଟୋବର ରେ ବଙ୍ଗୋସାଗରରେ ଘୂର୍ଣ୍ଣିଝଡ ସୃଷ୍ଟି ହୋଇ ବାତ୍ୟାର ରୂପ ନେବା ସହ ସମୁଦ୍ର ମଧ୍ୟରେ ଗତି କରି ୨୭ ମଧ୍ୟରାତ୍ର କିମ୍ବା ୨୮ତାରିଖ ସକାଳ ସୁଦ୍ଧା କାକିନାଡା ଠାରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ଅରେଞ୍ଜ ୱାର୍ନିଙ୍ଗ ସହ ବର୍ଷା ଏବଂ ଘଣ୍ଟା ପ୍ରତି ୫୦ କିମି ରୁ ୬୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଜିଲ୍ଲା ର ଉପକୂଳବର୍ତ୍ତୀ ବାତ୍ୟା ପ୍ରବଣ ଅଞ୍ଚଳ ଯେପରି ବାଲିକୁଦା, ଏରସମା ଓ କୁଜଙ୍ଗ ବ୍ଲକ ର ବିଭିନ୍ନ ଅଞ୍ଚଳ ରେ କଚ୍ଚା ଘରେ ରହୁଥିବା ଲୋକ, ତଳିଆ ଅଞ୍ଚଳ, ଜଳମଗ୍ନ ହେବାର ଆଶଙ୍କା ଥିବା ଅଞ୍ଚଳ, ବିସ୍ଥାପିତ ଶ୍ରମଜୀବୀ ଆଦି ମାନଙ୍କୁ ନିରାପଦ ଆଶ୍ରୟ ସ୍ଥଳୀ କୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ପ୍ରସ୍ତୁତ ସରିଛି। ଆଜି ପୂର୍ବାହ୍ନ ରେ ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ,ସମସ୍ତ ଲାଇନ୍ ବିଭାଗ, ବିଡ଼ିଓ, ତହସିଲଦାର ଙ୍କ ସମେତ ବରିଷ୍ଠ ଅଧିକାର ଙ୍କ ସହ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ହୋଇଯାଇଛି। ଜିଲ୍ଳା ପ୍ରଶାସନ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ଓ ସମସ୍ତ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ର ପରିସ୍ଥିତ ଓ ସୂଚନା ଅନୁଯାୟୀ ଜିଲ୍ଲା ପ୍ରତି ସେପରି କିଛି ବିପଦ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ଜନସାଧାରଣ ଙ୍କୁ ଏଥିପାଇଁ ଭୟଭୀତ ନ ହେବାକୁ କହିଛନ୍ତି । ପ୍ରଶାସନ ର ପ୍ରସ୍ତୁତି: ମାଇକିଂ ସହ ସମସ୍ତ କ୍ଷେତ୍ରୀୟ ଅଧିକାରୀ ମାନଙ୍କ ଦ୍ୱାରା, ଗଣମାଧ୍ୟମ ତଥା ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଲୋକମାନଙ୍କୁ ସତର୍କ ସୂଚନା ପ୍ରଦାନ କ୍ଷେତ୍ରୀୟ କୃଷି ଅଧିକାରୀ ମାନେ ବ୍ଲକ୍ ତଥା ପଞ୍ଚାୟତ ସ୍ତରରେ ସଚେତନତା ଜିଲ୍ଳାର ୪୫ ଟି ଆଶ୍ରୟ ସ୍ଥଳୀ ସହ ଅସ୍ଥାୟୀ ଭାବେ ବିଦ୍ୟାଳୟ ଗୃହ ଓ ଅଙ୍ଗନୱାଡି କେନ୍ଦ୍ର ପ୍ରସ୍ତୁତ ଆବଶ୍ୟକ ସ୍ଥଳେ ଲୋକମାନଙ୍କୁ ସ୍ଥାନାନ୍ତରିତ କାରାଯିବ

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ – ସମୀକ୍ଷା

ଜଳ ମଗ୍ନ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ପ୍ରସ୍ତୁତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକୀୟ ଔଷଧ , ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, ବ୍ଲକ୍ ଓ ତହସିଲ ରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ଜିଲ୍ଲା ଜରୁରକାଳୀନ ବିଭାଗ କଣ୍ଟ୍ରୋଲ ରୁମ୍ ନମ୍ବର ୨୨୦୩୬୮ ବଜାର ରେ ଆବଶ୍ୟକୀୟ ସାମଗ୍ରୀ ର ଦର ବୃଦ୍ଧି ଉପରେ ମଧ୍ୟ ନଜର ମତ୍ସ୍ୟ ଜିବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଗର୍ଭବତୀ ମହିଳା, ଯେଉଁମାନଙ୍କର ଆସନ୍ତା ୩ ସପ୍ତାହ ମଧ୍ୟରେ ପ୍ରସବ ଡେଟ୍ ଅଛି, ସେମାନଙ୍କୁ ଚିନ୍ହଟ କରି ତୁରନ୍ତ ନିରାପଦ ଆଶ୍ରୟ ସ୍ଥଳୀ କୁ ସ୍ଥାନାନ୍ତର ଆଶ୍ରୟ ସ୍ଥଳୀର ଲାଇଟ୍, ଶୌଚାଳୟ ଓ ବିଶୁଦ୍ଧ ପାନୀୟ ଜଳ ର ବ୍ୟବସ୍ଥା ସହିତ ଶୁଖିଲା ଖାଦ୍ୟ, ଛତୁଆ, ଗୋଖାଦ୍ୟ ଏବଂ ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ପ୍ରଶାସନ ପ୍ରସ୍ତୁତ ଦୁର୍ଗାପୂଜା ଆୟୋଜିତ ଅସ୍ଥାୟୀ ତୋରଣ ଓ ପୁଜା ମଣ୍ଡପ ଗୁଡ଼ିକୁ ଆସନ୍ତା ୨୫ ତାରିଖ ସୁଦ୍ଧା ଖୋଲିବାକୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ବାତ୍ୟା ପ୍ରବଣ ଅଞ୍ଚଳ ଗୁଡିକରେ ଥିବା ଆଶ୍ରୟ ସ୍ଥଳୀ କୁ ଯୋଗାଯୋଗ କରୁଥିବା ରାସ୍ତା ର ତ୍ୱରିତ ମରାମତି, ଭଗ୍ନ ବା ଭଗ୍ନ ସଦୃଶ ଇଲେକ୍ଟ୍ରିକ ଖୁଣ୍ଟି କୁ ଅପରୁଟ କରିବା, ଆବଶ୍ୟକ ସ୍ଥଳେ ଗଛ ବା ଡାଳ କାଟିବା, ଡ୍ରେନ ସଫା, ଔଷଧ , ଓ ଆର ଏସ, ସାପ କାମୁଡ଼ା ପାଇଁ ଆଣ୍ଟୀ ଭେନମ, ରାପିଡ ରେସ୍ପନ୍ସ ଟିମ୍,ସାନିଟାରୀ ନ୍ୟାପକିନ୍, ଆମ୍ବୁଲାନ୍ସ ,ପଲିଥିନ, ପାନୀୟ ଜଳ, ଶୁଖିଲା ଖାଦ୍ୟ, ଆସ୍କା ଲାଇଟ୍, ଗାଡି ପାଇଁ ଫୁଏଲ ଆଦି ଯଥେଷ୍ଟ ମାତ୍ରା ରେ ମହଜୁଦ୍ ରଖିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଟାଙ୍ଗୀ ବ୍ଲକରେ ଜିଲ୍ଲାପାଳ ଏବଂ ଏସ୍ପିଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି