ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୧ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୧ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୧ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୧ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୧ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୧ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୧ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୧ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୨ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

ଜଗତସିଂହପୁର ଜିଲ୍ଲା ସ୍ଥିତି କଳା ଅନ୍ଧାର

ଜଗତସିଂହପୁର ଜିଲ୍ଲା ସ୍ଥିତି କଳା ଅନ୍ଧାର – ସମୀକ୍ଷା ଖବର

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:

ଜଗତସିଂହପୁର, 27/10/2026(ନି. ପ୍ର ): ଜଗତସିଂହପୁର ଜିଲ୍ଲା ସ୍ଥିତି କଳା ଅନ୍ଧାର | ବର୍ଷା ଟୁପୁ ଟୁପୁ ସାଙ୍ଗକୁ ଆକାଶ ପୁରା କଳା ଅନ୍ଧାର ଅଛି | ଲୋକ ମାନେ ଭୟ କରୁଛନ୍ତି କୁଆଡେ ଯିବା ପାଇ | ବସ ଓ ଭଡା ଗାଡି ଆଶଙ୍କା ରେ ଅଛନ୍ତି କଣ କରିବେ? ଜାଣିବା ଯୋଗ୍ୟ ଜଗତସିଂହପୁରରେ 4ଟି ନିର୍ବାଚନ ମଣ୍ଡଳୀ ଓ ଆଠଟି ବ୍ଲକ ଅଛି | ସେଥିରୁ ବାଲିକୁଦା, ଏରସମା, କୁଞ୍ଜଙ୍ଗ ବ୍ଲକ ସହ ପାରାଦ୍ୱୀପ ପୌର ପାଳିକା ସମୁଦ୍ରକୁ ଲାଗିଥିବା ବ୍ଲକ| ସବୁ ବାତ୍ୟା, ବନ୍ୟା, ସାମୁଦ୍ରିକ ଢେଉ ମାଡ ଏଜି ତିନି ବ୍ଲକ ଓ ଏକ ପୌର ପାଳିକା ଅଞ୍ଚଳ ଖାଇ ଥାଏ | ଲୋକ ମାନେ ଭାଗ୍ୟକୁ ଅଦେରୀ ନେଇଛନ୍ତି | ମା ମଙ୍ଗଳା, ସାରଳା ଓ ଜଗନ୍ନାଥ ମହାପ୍ରଭୁଙ୍କୁ ସମର୍ପଣ କରିଦେଇଛନ୍ତି | ପୂର୍ବ ପୁରୁଷଙ୍କ ଠାରୁ ଶୁଣି ଆସିଅଛନ୍ତି ସବୁ ସେହି କାଳିଆ ଠାକୁରଙ୍କ ଇଛା | ବାତ୍ୟା ବନ୍ୟା ସବୁବେଳେ ଭାଇଚାରା, ସେବା, ସାହାଯ୍ୟ ଓ ସହାନଭୁତି ଶିଖାଇଛି ଏ ଅଞ୍ଚଳର କିଛି ସମାଜସେବୀ ମାନଙ୍କୁ | ଏହି ଅବସରରେ ନବକୃଷ୍ଣ ଚୌଧୁରୀ, ସାରଳା ଦେବୀ, ରମାଦେବୀ, ଶ୍ରୀକୃଷ୍ଣ ମହାପାତ୍ର, ରଘୁ ମହାପାତ୍ର, ବାସୁଦେବ ମହାପାତ୍ର, ଉମେଶ ସ୍ୱାଇଁ, ଦାମୋଦର ରାଉତ, ବିଷ୍ଣୁ ଦଶ, ଗୋବିନ୍ଦ ପରିଡା, ନଟ ହାତୀ, ବାବାଜୀ ରାଉତରାୟ, ବ୍ରଜବନ୍ଧୁ ପରିଡା, ସତ୍ୟ ସାରଥୀ ମହାନ୍ତି ପରି ସମାଜସେବୀ ମଧ୍ୟ ଉତ୍ପନ କରିଛି ଏହି ବାତ୍ୟା ଅଞ୍ଚଳ | ଏପଟେ ପ୍ରଶାସନ ଙ୍କ ତରଫରୁ ସବୁପ୍ରକାର ସୁରକ୍ଷା ପଦକ୍ଷେପ ନିଆଯାଇଛି | ସୁରକ୍ଷିତ ସ୍ଥାନ ସଫା କରାଯାଇ ସବୁ ବ୍ୟବସ୍ତା କରାଯାଇଛି | ସୁରକ୍ଷା ସାମଗ୍ରୀ, ଶୁଖିଲା ଖାଦ୍ୟ, ବିଭିନ୍ନ ଆବଶ୍ୟକ ପ୍ରାଥମିକ ଚିକିତ୍ସା ସାମଗ୍ରୀ, ଜୀବନ ରକ୍ଷା କୋଟ, ପ୍ରଶିକ୍ଷିତ ଯବାନ, ଡ଼ଙ୍ଗା, ଗାଡି ସବୁ ତନାତ ରହିଛନ୍ତି | ନିୟନ୍ତ୍ରଣ ଘର, ନିୟନ୍ତ୍ରଣ ପାଇ ଜିମେଦାର ଅଧିକାରୀ, କର୍ମଚାରୀ ମୁତୟନ ହୋଇ ଅଛନ୍ତି |ସରକାରଙ୍କର ଶୂନ୍ୟ ମୃତକ ଲକ୍ଷ୍ୟ ଧର୍ଯ୍ୟ ରଖାଯାଇଛି | ସେଥିପାଇଁ ଜନସାଧାରଣଙ୍କୁ ସୂଚନା ଦେଇ ଚାଲିଛନ୍ତି | ମସ୍ଚ୍ୟ ଜୀବି ଘରେ ରହିବାପାଇଁ ଉପଦେଶ ଦିଆଯାଇଛି | ଜିଲ୍ଲାପାଳ ଶ୍ରୀ ଯେ ସୋନାଲଙ୍କ ତରଫରୁ ସମସ୍ତ ସ୍କୁଲ କଲେଜେର ଛାତ୍ର ଓ ଛାତ୍ରୀ ମାନଙ୍କ ପାଇଁ ତା 27/10 ଓ 28/10 ରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ଏବଂ ଘରେ ରହିବାପାଇଁ ଉପଦେଶ ଦେଇଛନ୍ତି |

ଜଗତସିଂହପୁର ଜିଲ୍ଲା ସ୍ଥିତି କଳା ଅନ୍ଧାର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଲକାନଗିରି: ବାତ୍ୟା ଅର୍ଣ୍ଣବର ମୁକାବିଲା ପାଇଁ ସଜାଗ ଜିଲ୍ଲା ପ୍ରଶାସନ ସ୍କୁଲ-କଲେଜ ବନ୍ଦ