ବିଜୟ କୁମାର ମହାପାତ୍ର /ପିପିଲି /ସମୀକ୍ଷା ନ୍ୟୁଜ:
ଡେଲାଙ୍ଗ,ତା୨୬ା୧୦ ପୁର୍ବ–କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଭୀଷଣ ବାତ୍ୟା ଯାହାର ନାମ ରଖାଯାଇଛି ଅର୍ଣ୍ଣବ ସକ୍ରିୟ ରହିଥିବା ବେଳେ ଏହା ଭାରତ ଉପକୂଳ ଆଡକୁ ଗତି କରୁଛି । ଏହି ଅର୍ଣ୍ଣବ ବାତ୍ୟା ଅକ୍ଟୋବର୨୮ ତାରିଖ ପୁର୍ବାହ୍ନରେ ଆନ୍ଧ୍ରପ୍ରଦେଶର ବାପଟଲା ଏବଂ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୁର୍ବ ଅନୁମାନ କରିଛି । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ସମେତ ଦକ୍ଷୀଣ ଓଡିଶା ଉପକୂଳ ପାଇଁ ରେଡଜୋନ ମେସେଜ ଜାରି କରାଯାଇଛି । ଲ୍ୟାଣ୍ଡଫଲ ପରେ ଏହାର ଗତିପଥ ଓଡିଶା ଆଡକୁ ମୁହାଁଇବ ବୋଲି ଆଶଙ୍କା ଥିବାରୁ ରାଜ୍ୟ ପ୍ରଶାସନ ହାଇ ଆଲର୍ଟରେ ଅଛି । ପୁରୀ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ତହସିଲଦାର ବିଡିଓ ଓ ଥାନା କୁ ସତର୍କ ରହିବା ସହ ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରୀପ୍ରେକ୍ଷୀରେ ଡେଲାଙ୍ଗ ଅଗ୍ନିଶମ କେନ୍ଦ୍ର ବାହିନୀ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ କୁ କିପରୀ ମୁକାବିଲା କରାଯାଇ ପାରିବ ସେଥିପାଇଁ ପ୍ରସ୍ତୁତୀ ଚଳାଇଛନ୍ତି । ଅଗ୍ନିଶମ ସେବା କେନ୍ଦ୍ର ଅଧିକାରୀ ଗୋପବନ୍ଧୁ ସାହୁଙ୍କ ନେତୃତ୍ୱରେ ଆଗ୍ନିକ ପୀତବାସ ସ୍ୱାଇଁ,କେଦାର ବାଗ୍, ଦୁଷ୍ମନ୍ତ ନାୟକ,ଅଖିଳ ସ୍ୱାଇଁ .ଦେବେନ୍ଦ୍ର ମହାପାତ୍ର,ଅନିଲ କୁମାର ରାଉତ,ମନମୋହନ ପ୍ରଧାନଙ୍କୁ ନେଇ ଏକ ମକଡ୍ରିଲ ମଧ୍ୟ ପ୍ରସ୍ତୁତୀ କରାଯାଇଛି । ବାତ୍ୟା ଅର୍ଣ୍ଣବର ପରବର୍ତୀ ସମୟରେ ସ୍ଥାନୀୟ ଜନସାଧାରଙ୍କ ସୁରକ୍ଷା ଦୃଷ୍ଟିରୁ ଯଥାସମ୍ଭବ ଏହି ଅଗ୍ନିଶମ ବାହିନୀ ରାସ୍ତାଘାଟରୁ ଗଛ ସଫାକରିବା,ଟ୍ରାଫିକ ସମସ୍ୟାକୁ ସମଧାନ କରିବା ,ଅତ୍ୟଧିକ ବର୍ଷା ପାଇଁ ଯଦି କୋଣିସି ଅଂଚଳ ଜଳାଣ୍ଣବ ହେଲା ବୋଟ ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ପ୍ରଶାସନ ନିକଟରେ ପହଂଚାଇବା ସହିତ ବିପର୍ଯ୍ୟୟ ସମୟରେ ପ୍ରଶାସନର ନିର୍ଦ୍ଦେଶମୁତାବକ ତତକ୍ଷଣାତ ସାହାର୍ଯ୍ୟ ଯୋଗାଇ ଦେବାକୁ ଅଗ୍ନିଶମ ବାହିନୀକୁ ପରାମର୍ଶ ଦିଆଯାଇଥିବା ଶ୍ରୀ ସାହୁ ସୁଚନା ଦେଇଛନ୍ତି ।






