ଅଭିଳାଷ ମହାନନ୍ଦିଆ/ରାୟଗଡ଼/ସମୀକ୍ଷା ନ୍ୟୁଜ:
କଲ୍ୟାଣିଂହପୁର ଏଵଂ କୋଲୋନରା : ୨୬/୧୦/୨୦୨୬ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ରାୟଗଡ଼ା ଜିଲ୍ଲାର କଲ୍ୟାସିଂହପୁର ଏବଂ କୋଲନରା ପ୍ରଶାସନ ସଜାଗ ରହିଥିବା ଜଣାପଡ଼ିଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବ, ଧନ ଜୀବନର କ୍ଷୟକ୍ଷତି ଏବଂ ଯେକୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ସୂଚନା ମିଳିଛି। ବାତ୍ୟାକୁ ଦୃଷ୍ଟିରେ ରଖି ବ୍ଲକ୍ ଅଞ୍ଚଳର ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ସମୟରେ ତ୍ୱରିତ ପଦକ୍ଷେପ ନେବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ବିଶେଷକରି ତଳିଆ ଅଞ୍ଚଳ, ଗ୍ରାମାଞ୍ଚଳର ଦୁର୍ବଳ ଘର, ବିଦ୍ୟୁତ୍ ବ୍ୟବସ୍ଥା ଓ ଯୋଗାଯୋଗ ରାସ୍ତା ପ୍ରତି ସତର୍କ ଦୃଷ୍ଟି ରଖିବା ଆବଶ୍ୟକ। ଏଭଳି ପରିସ୍ଥିତିରେ ଜନସାଧାରଣଙ୍କୁ ସତର୍କ ରହିବା ସହ ପ୍ରଶାସନ ପକ୍ଷରୁ ଜାରି ହେଉଥିବା ନିର୍ଦ୍ଦେଶ ଓ ପାଣିପାଗ ସୂଚନାକୁ ଅନୁସରଣ କରିବା ଜରୁରୀ। ବାତ୍ୟାର ପ୍ରଭାବ ଯଦି ବଢ଼େ, ତେବେ ଜରୁରୀକାଳୀନ ସେବା ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ଆବଶ୍ୟକ। ତେବେ ବାତ୍ୟାର ପ୍ରକୃତ ପ୍ରଭାବ ଓ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଅଧିକାରିଙ୍କ ସୂଚନା ମିଳିବା ପରେ ସ୍ଥିତି ଅଧିକ ସ୍ପଷ୍ଟ ହେବ। ଏଭଳି ସମୟରେ ପ୍ରଶାସନର ସତର୍କତା ସହ ଜନ ସାଧାରଣଙ୍କ ସଚେତନତା ହିଁ ସମ୍ଭାବ୍ୟ ବିପଦର ମୁକାବିଲାରେ ସହାୟକ ହେବ।






