ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:
ଜଗତସିଂହପୁର, 28/10/2026(ନି. ପ୍ର ): ଆଜି ସକାଳର ଜଗତସିଂହପୁର ଆକାଶ ସ୍ଥିତି ମେଘାଛନ ରହିଛି |ଗତ କାଲିଠାରୁ ବର୍ଷା ମଝିରେ ମଝିରେ ବରଷି ଚାଲିଛି |ଅର୍ଣ୍ଣବର ପ୍ରଭାବ ଏଠାରେ କେବଳ ବର୍ଷା ସୃଷ୍ଟି କରିଛି | ଏପର୍ଯ୍ୟନ୍ତ କୌଣସି ଅପ୍ରିତିକର ପରିସ୍ଥିତି ସାମ୍ନାକୁ ଆସିନାହିଁ |ସରକାରଙ୍କର ନିର୍ଦେଶ ଅନୁଯାଇ ପ୍ରଶାସନ ପୂର୍ଣ୍ଣରୂପେ ପ୍ରସ୍ତୁତ ଅଛନ୍ତି ବୋଲି ଜିଲାପାଳଙ୍କ ପ୍ରେସ୍ର ବିଜ୍ଞପ୍ତି ଦେଇଛନ୍ତି | ପ୍ରକାଶ ଥାଉକି, ଜଗତସିଂହପୁର ଗ୍ରାମାଞ୍ଚଳରେ ଗଜ ଲକ୍ଷ୍ମୀ ପୂଜା ବିସର୍ଜନ ମଧ୍ୟ ଅଛି | ମାଙ୍କ ଆଶୀର୍ବାଦରେ ଯଥୋଚିତ ବର୍ଷା ବି ଏ ପର୍ଯ୍ୟନ୍ତ ହୋଇଛି | ଚାଷୀ ଭାଇ ମାନେ ଆନନ୍ଦିତ ଅଛନ୍ତି |ଘରେ ଘରେ ସମସ୍ତେ ଅର୍ଣ୍ଣବର ଖବର ପଢୁଛନ୍ତି ଵା ଦୂରଦର୍ଶନରୁ ଦେଖୁଛନ୍ତି |ବାହାର ପାଗ ଖରାପ ଥିବାରୁ ସମସ୍ତେ ଘରେ ରହି ଅର୍ଣ୍ଣବର ସ୍ଥଳ ଭାଗକୁ ପ୍ରବେଶ ଅପେକ୍ଷାରେ ଅଛନ୍ତି | ତେଣୁ ଆଜି ଅକ୍ଟୋବର 28ତାରିଖ | ଜଗତସିଂହପୁର ରେ ଅକ୍ଟୋବର ଆସିଲେ ମନେପଡେ ସେହି ଅକ୍ଟୋବର 29 ତାରିଖ 1999ମସିହା କଥା | ପ୍ରଳୟାକରି ମହାବାତ୍ୟା ଯିଏ ଜଗତସିଂହପୁରକୁ ସ୍ମଶାନ ଘାଟ ବନେଇ ଦେଇ ଯାଇଥିଲା | ଘର ଦ୍ୱାର,ବୃକ୍ଷ୍ୟ, ଅଟାଳିକା, ବିଜୁଳି ଖୁଣ୍ଟ ସବୁ ମାଟିରେ ମିସେଇଦେଇଥିଲା | ସହ ସହ ଲୋକ, ଗୋରୁ ଗାଈ ମଇଁଷି, ଛେଳି, କୁକୁଡ଼ା, ବତକ, ମାଛ ସବୁ ସଫା କରି ଦେଇଥିଲା | କି ଭାୟାନକ ସେ ପ୍ରଳୟ ଥିଲା ବୋଲି ଆଖିରେ ଦେଖିଥିବା ଓ ଅଙ୍ଗେଲିଭେଇଥିବା ବ୍ୟକ୍ତି ଆଜିର ବରିଷ୍ଠ ନାଗରିକ ସଂଯୋଜକ ଭଗବାନ ମହାନ୍ତି କୁହନ୍ତି | ସେ ପୁଣି କହିଛନ୍ତି,ପ୍ରଭୁ ଜଗନ୍ନାଥ ସହାୟ ହୁଅନ୍ତୁ ଆମ ଜଗତସିଂହପୁରକୁ, ସେପରି ପ୍ରଳୟ ଓ କ୍ଷୟ ନ ହେଉ ପ୍ରଭୁ | ଆପଣଙ୍କ ଆଶୀର୍ବାଦ ରହୁ ଏ ଅଞ୍ଚଳ ପାଇଁ |






