ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୩ ମିନିଟ ପୂର୍ବେYoung Generation Online Gambling: ଅନ୍‌ଲାଇନ୍ ଜୁଆ ନିଶାରେ ସର୍ବସ୍ୱାନ୍ତ ଯୁବପିଢ଼ି ୨୯ ମିନିଟ ପୂର୍ବେChild Marriage Awareness : ଶୁଲ୍ଲିମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ୩୬ ମିନିଟ ପୂର୍ବେNuapada Road Safety Committee : ନୂଆପଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ୧୫ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୧୫ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୧୫ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୧୫ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୧୫ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୧୫ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୧୫ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ
ଚର୍ଚ୍ଚାରେ ମୟୂରଭଞ୍ଜ ନୂଆପଡ଼ା ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼

ନୂଆଗାଁରେ ମାଇଁ ଭାରତ ପକ୍ଷରୁ ଯୁବ ସଂସଦ ଅନୁଷ୍ଠିତ

ନୂଆଗାଁରେ ମାଇଁ ଭାରତ ପକ୍ଷରୁ ଯୁବ ସଂସଦ ଅନୁଷ୍ଠିତ – ସମୀକ୍ଷା ଖବର

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼

ନୂଆଗାଁ, ୨୭/୧୦: ଯୁବପିଢ଼ିଙ୍କୁ ନିଶାମୁକ୍ତ ସମାଜ ଗଠନ ଓ ରାଷ୍ଟ୍ର ନିର୍ମାଣରେ ସାମିଲ କରିବା ଉଦ୍ଦେଶ୍ୟରେ ନୟାଗଡ଼ ‘ମାଇଁ ଭାରତ’ ଓ ନୀଳଚକ୍ର ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ନୂଆଗାଁଠାରେ ବ୍ଲକସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ୨୪ ତାରିଖରେ ନୂଆଗାଁ ବ୍ଲକ ସମ୍ମିଳନୀ କକ୍ଷରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ବାର୍ତ୍ତାକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆଗାଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ନୂଆଗାଁ ଡିଗ୍ରୀ ମହାବିଦ୍ୟାଳୟର ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଆଇନଜୀବୀ ତଥା ଯୁବ ସାମାଜିକ କର୍ମୀ ଶିବରାମ ମହାପାତ୍ର, ମୀନକେତନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦ୍ମଚରଣ ସାହୁ, ଅଧ୍ୟାପକ ଚିନ୍ମୟ ପ୍ରଧାନ, ନୂଆଗାଁ ମହାବିଦ୍ୟାଳୟର ୱାଇଆର୍‌ସି କାଉନସିଲର ଦିଗାମ୍ବର ଖଣ୍ଡୁଆଳ, ରାଜନୀତି ବିଜ୍ଞାନ ଅଧ୍ୟାପକ ସତ୍ୟସ୍ୱାଗତ ସାହୁ ଓ ସାମାଜିକ କର୍ମୀ ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ନିଶାସେବନର କୁପରିଣାମ ସମ୍ପର୍କରେ ଆଲୋକପାତ କରିଥିଲେ। ନିଶାସେବନ ଯୁବପିଢ଼ିଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭବିଷ୍ୟତକୁ ପ୍ରଭାବିତ କରିବା ସହ ପରିବାରର ଆର୍ଥିକ ଓ ସାମାଜିକ ସ୍ଥିତି ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ ବୋଲି ମତ ପ୍ରକାଶ କରିଥିଲେ। ଏକ ସୁସ୍ଥ ଓ ବିକଶିତ ରାଷ୍ଟ୍ର ଗଠନ ପାଇଁ ଯୁବ ସମାଜକୁ ନିଶାଠାରୁ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ସଚେତନ କରିବାକୁ ଆହ୍ୱାନ ଦିଆଯାଇଥିଲା।

ନୂଆଗାଁରେ ମାଇଁ ଭାରତ ପକ୍ଷରୁ ଯୁବ ସଂସଦ ଅନୁଷ୍ଠିତ – ସମୀକ୍ଷା

ପ୍ରଧାନମନ୍ତ୍ରୀଙ୍କ ନିଶାମୁକ୍ତ ଭାରତ ଗଠନର ଆହ୍ୱାନକୁ ସଫଳ କରିବା ଦିଗରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ କହିଥିଲେ। ନିଶାମୁକ୍ତି ଅଭିଯାନକୁ କେବଳ ସଭାସମିତି ମଧ୍ୟରେ ସୀମିତ ନରଖି ପ୍ରଥମେ ନିଜ ପରିବାର, ପରେ ଗ୍ରାମ ଓ ସମାଜରେ ସଚେତନତା ସୃଷ୍ଟି କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା। ଏହି ଅବସରରେ ନିଶା ନିବାରଣ ସମ୍ପର୍କିତ ସଚେତନତାଧର୍ମୀ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଭିଡିଓ ମାଧ୍ୟମରେ ନିଶାର କୁପ୍ରଭାବ ଓ ଏଥିରୁ ଦୂରେଇ ରହିବାର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ପରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ନିଶାଠାରୁ ଦୂରେଇ ରହିବା ଓ ନିଶାମୁକ୍ତ ସମାଜ ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ଶପଥ ପାଠ କରିଥିଲେ। ଏଥିସହ ଯୁବପିଢ଼ିଙ୍କୁ ସାମାଜିକ ସେବା, ସଚେତନତା କାର୍ଯ୍ୟକ୍ରମ ଓ ରାଷ୍ଟ୍ର ନିର୍ମାଣମୂଳକ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ‘ମାଇଁ ଭାରତ’ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ଉତ୍ସାହିତ କରାଯାଇଥିଲା। ଯୁବ ସମାଜର ସାମର୍ଥ୍ୟ ଓ ସୃଜନଶୀଳତାକୁ ସମାଜର ବିକାଶ ଦିଗରେ ବିନିଯୋଗ କରିବା ଏହି ଅଭିଯାନର ଅନ୍ୟତମ ଲକ୍ଷ୍ୟ ବୋଲି ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମ ଅବସରରେ ସାମ୍ବାଦିକ ବିଶ୍ୱଜିତ ଖଣ୍ଡୁଆଳ, ଧନେଶ୍ୱର ସାହୁ ଓ ରଞ୍ଜନ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୂଆଗାଁ ‘ମାଇଁ ଭାରତ’ର ଯୁବ ସ୍ୱେଚ୍ଛାସେବୀ ପରମେଶ୍ୱର ସାହୁ ଓ ଦୀପକ ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଯୁବପିଢ଼ିଙ୍କ ମଧ୍ୟରେ ନିଶାମୁକ୍ତି ସଚେତନତା ସୃଷ୍ଟି କରିବା ସହ ସାମାଜିକ ଦାୟିତ୍ୱବୋଧ ବୃଦ୍ଧି ଦିଗରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବିକଶିତ ଭାରତ ବିକଶିତ ଓଡ଼ିଶାରେ ନାରା ହେଲେ ପାଟମାହାରେ କାହିଁକି ଅପଞ୍ଚ!