ଭାଗିରଥୀ ଘଡେଇ /ନୟାଗଡ /ସମୀକ୍ଷା ନ୍ୟୁଜ:
ଆଜି ତାରିଖ ୨୯-୧୦-୨୦୨୬ ରିଖରେ ନୟାଗଡ଼ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟ, ନୟାଗଡ଼ ପକ୍ଷରୁ ଦୁର୍ନୀତି ବିରୋଧରେ ସତ୍ୟନିଷ୍ଠାର ଶପଥ ଗ୍ରହଣ କରାଯାଇଥିଲା। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସହକାରୀ ନିର୍ଦ୍ଦେଶିକା (ଅଭିଯୋଜନ) ଶ୍ରୀମତୀ ପ୍ରାଚୀ ପ୍ରଭା ନନ୍ଦ, କାର୍ଯ୍ୟାଳୟର ଏମ୍.ଟି.ଏସ୍. ଶ୍ରୀ ଲିପ୍ଟନ ବାରିକୀ ଏବଂ କାର୍ଯ୍ୟାଳୟ ପିଅନ ଶ୍ରୀ ଅଶୁତୋଷ ପ୍ରଧାନ ଯୋଗଦେଇ ଦୁର୍ନୀତି ବିରୋଧରେ ଶପଥ ଗ୍ରହଣ କରିଥିଲେ। ସମସ୍ତେ ନିଜ ନିଜର କର୍ତ୍ତବ୍ୟ ପାଳନରେ ସଚ୍ଚୋଟତା, ସ୍ୱଚ୍ଛତା ଓ ସତ୍ୟନିଷ୍ଠା ବଜାୟ ରଖିବା ସହ ଦୁର୍ନୀତିରୁ ଦୂରେଇ ରହିବା ଏବଂ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ।






