ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ବରଗଡ଼ ୩୧। ୧୦ : ବଡ଼ଜୋର ପେଟୁପାଲି ମଧ୍ୟସ୍ଥ ବରଛକ ପବିତ୍ର ଭାଗବତ ଗାଦି ରେ ଶ୍ରୀ କୃଷ୍ଣ ଭଗବତ ଟୁଙ୍ଗି ପକ୍ଷରୁ ତାର ୨୦ ତମ ବାର୍ଷିକୋତ୍ସବ ଅବସର ରେ ଚତୁର୍ଥ ଦିବସୀୟ ସତସାଙ୍ଗ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆଜି ତାର ଉତଯାପିତ ହୋଇଯାଇଛି। ଏ ଅନୁଷ୍ଠାନ ରେ ପେଟୁପାଲି ନିବାସୀ ରାଜକୁମାର ମେହେର ପତ୍ନୀ ସୁଜାତା ମେହେର, ଗୋବିନ୍ଦ ପାଲି ନିବାସୀ ବୀରେନ୍ଦ୍ର ପଧାନ ପତ୍ନୀ ସୁଷମା ପଧାନ କର୍ତ୍ତା କାର୍ଯ୍ୟ ତୁଲାଇଥିଲା ବେଳେ ପଣ୍ଡିତ ବାଚସ୍ପତି ତ୍ରିପାଠୀ, ଜୀବର୍ଧନ ଦାସ, ଚିନ୍ମୟ ସାବତ, ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଝାଲପାଲି ନିବାସୀ ଦୃପତି ଭୁଏ ଭାଗବତ ପରାୟଣ କରିଥିଲା ବେଳେ ଏମ ସିର୍ଗିଡା ନିବାସୀ ଭାଗିରଥି ମେହେର, ତାଲପଦର ନିବାସୀ ଦୁର୍ଲଭ ସେଟ ବାଦ୍ୟଯନ୍ତ୍ର ରେ ସହଯୋଗ କରି ଭାଗବତ ସଭା କୁ ସାଫଲ୍ୟ ମଣ୍ଡିତ କରିଥିଲେ। ଉକ୍ତ ଭଗବତ ସଭା ରେ ଗଜରାଜ ମେହେର ସଭାପତିତ୍ୱ କରିଥିଲା ବେଳେ,ଦିବ୍ୟ କିଶୋର ପଧାନ, ମଞ୍ଜୁ ଶତପଥି ମଂଚାସୀନ ଥିଲେ। ଏ ଥିରେ ଓଡିଶା ର ବିଶିଷ୍ଠ କୁନି ପ୍ରବଚକ କେଶବ ଦାସ ଦ୍ୱିତୀକୃଷ୍ଣ ତଥା ଆମ ଅଂଚଳ ର ପ୍ରବଚକ ସୁରେଶ ଦାସ, ପ୍ରବଚିକା ସଂଗୀତ ମହାପାତ୍ର ତାଙ୍କରି ବକ୍ତ୍ୟବ ମନ ପ୍ରଦାନ କରିଥିଲେ।

କୁନି ପ୍ରବଚକ କେଶବ ଦାସ ଦ୍ୱିତୀକୃଷ୍ଣ ଙ୍କ ଆଗମନ ର ସୂଚନା ପାଇଁ ଏହି ବାତ୍ୟା ଝଡ ବର୍ଷା ରେ ମଧ୍ୟ ହଜାର ହଜାର ଶ୍ରୋତା ମାନେ ରୁଣ୍ଡ ହୋଈ ପ୍ରବଚନ ଶୁଣୁଥିଲେ। ଏଥିରେ ସମସ୍ତ ବୈଷ୍ଣବ, ବ୍ରହ୍ମଣ, ସାଧୁ, ସନ୍ନ୍ୟାସୀ, ଶ୍ରୋତା, ବକ୍ତା, ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ସ୍ୱତନ୍ତ୍ର ଅନ୍ନ ଭୋଗ ର ବ୍ୟବସ୍ଥା କରାଯାଇଥିଲା। ଏହିଁ କାର୍ଯ୍ୟକ୍ରମ ରେ କମିଟି ର ସଭାପତି କମଳା କାନ୍ତ ଜାଲ, ସମ୍ପାଦକ ରକ୍ଷାକାରୀ ସାହୁ, ସଂଯୋଜକ ମହେନ୍ଦ୍ର ନାଗ, ଅନିଲ ସାବତ, କିରନ ଭୋଇ, ନନ୍ଦଲାଲ ଦାସ,ଭାଗିରଥି ପଧାନ, ଦୁର୍ବଦଳ ମେହେର, ଭଗବାନ ମେହେର, ତଥା ବରିଷ୍ଠ ସଭ୍ୟ ସାନ ଭୋଇ, ବଡ ଭୋଇ, ଅଭିମନ୍ୟୁ ପରାଧିଆ, ସାଧୁରାମ ଗିଙ୍ଗିରା ସହିତ ଏ ଅଂଚଳ ର ଭାଗବତ ପ୍ରେମୀ ଯୁବଗୋଷ୍ଠି ର ଶତାଧିକ ଭକ୍ତ ମାନେ ସହଯୋଗ କରିଥିଲେ।





