ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୨ ମିନିଟ ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୫ ମିନିଟ ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୧୦ ମିନିଟ ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୧୬ ମିନିଟ ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୨୧ ମିନିଟ ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୨୫ ମିନିଟ ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୩୨ ମିନିଟ ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୪୪ ମିନିଟ ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୫୩ ମିନିଟ ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୧ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ସର୍ବଦା ସ୍ମରଣୀୟ ହୋଇ ରହିବେ ବରିଷ୍ଠ ଡାକ୍ତର ପଦ୍ମଶ୍ରୀ ଡା. ଅଶୋକ କୁମାର ମହାପାତ୍ର

ସର୍ବଦା ସ୍ମରଣୀୟ ହୋଇ ରହିବେ ବରିଷ୍ଠ ଡାକ୍ତର ପଦ୍ମଶ୍ରୀ ଡା. ଅଶୋକ କୁମାର ମହାପାତ୍ର – ସମୀକ୍ଷା ଖବର
ସର୍ବଦା ସ୍ମରଣୀୟ ହୋଇ ରହିବେ ବରିଷ୍ଠ ଡାକ୍ତର ପଦ୍ମଶ୍ରୀ ଡା. ଅଶୋକ କୁମାର ମହାପାତ୍ର – ସମୀକ୍ଷା

ଡ଼ ମହେଶ୍ୱର, ସମ୍ପାଦକ, ସମୀକ୍ଷା ନ୍ୟୁଜ

ଭୁବନେଶ୍ୱର, ୩/୧୧/୨୦୨୬: ନଭେମ୍ବର ୨ ତାରିଖ ସୋମବାର ରାତିରେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବିଶିଷ୍ଟ ନ୍ୟୁରୋସର୍ଜନ, ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଡାକ୍ତର ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କର । ତାଙ୍କ ବିୟୋଗରେ ଓଡ଼ିଶା ସମେତ ଦେଶର ଚିକିତ୍ସା ଓ ଶିକ୍ଷା ଜଗତରେ ଶୋକର ଛାୟା ଖେଳିଯାଇଛି। ଓଡ଼ିଶା ସମେତ ସମଗ୍ର ଦେଶର ଚିକିତ୍ସା ଜଗତ ପାଇଁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଖବର। । ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ବିୟୋଗ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ଅବଦାନ ଓ ସ୍ମୃତି ସବୁଦିନ ପାଇଁ ଅମର ହୋଇ ରହିବ।

ବିଶିଷ୍ଟ ନ୍ୟୁରୋସର୍ଜନ, ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଡାକ୍ତର ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କର ୭୪ ବର୍ଷ ବୟସରେ ପରଲୋକ ଘଟିଛି। ସୂଚନା ଅନୁସାରେ, ଡାକ୍ତର ମହାପାତ୍ର ଅସୁସ୍ଥ ହେବା ପରେ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ତାଙ୍କୁ ନୂଆଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବାବେଳେ ସୋମବାର ରାତିରେ ତାଙ୍କର ପରଲୋକ ହୋଇଥିଲା ।

୧୯୫୨ ଡିସେମ୍ବର ୨୯ ତାରିଖରେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନିକଟସ୍ଥ ବୀରଗୋବିନ୍ଦପୁର ଶାସନରେ ଜନ୍ମଗ୍ରହଣ କରିଥିଲେ ଡାକ୍ତର ଅଶୋକ କୁମାର ମହାପାତ୍ର। ପିଲାଦିନରୁ ଶିକ୍ଷା ପ୍ରତି ଆଗ୍ରହୀ ଥିବା ସେ ପୁରୀରେ ପ୍ରାଥମିକ ଓ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ପରେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜରୁ ୧୯୭୫ ମସିହାରେ ଏମ୍‌ବିବିଏସ୍ ଶିକ୍ଷା ସମାପ୍ତ କରିଥିଲେ। ଏହାପରେ ଦିଲ୍ଲୀ ଏମ୍ସରୁ ଉଚ୍ଚତର ଡାକ୍ତରୀ ଶିକ୍ଷା ଗ୍ରହଣ କରି ନ୍ୟୁରୋସର୍ଜରୀ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ଡାକ୍ତର ଅଶୋକ ମହାପାତ୍ରଙ୍କ ଜୀବନର ସବୁଠାରୁ ଚର୍ଚ୍ଚିତ ଓ ଐତିହାସିକ ଅଧ୍ୟାୟ ହେଉଛି ଓଡ଼ିଶାର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ ବଳିଆଙ୍କ ଅସ୍ତ୍ରୋପଚାର। ୨୦୧୭ ମସିହାରେ ଦିଲ୍ଲୀ ଏମ୍ସରେ ଏହି ଦୁଇ ଶିଶୁଙ୍କୁ ଅଲଗା କରିବା ପାଇଁ ହୋଇଥିବା ଜଟିଳ ଅସ୍ତ୍ରୋପଚାରରେ ସେ ନେତୃତ୍ୱ ନେଇଥିଲେ। ଏହି ଅସ୍ତ୍ରୋପଚାର ଦେଶର ଚିକିତ୍ସା ଇତିହାସରେ ଏକ ବଡ଼ ସଫଳତା ଭାବେ ପରିଚିତ ହୋଇଥିଲା। ତାଙ୍କର ଦକ୍ଷତା, ଅଭିଜ୍ଞତା ଓ ନେତୃତ୍ୱ ଦେଶବିଦେଶରେ ପ୍ରଶଂସା ସାଉଁଟିଥିଲା। ଡାକ୍ତର ମହାପାତ୍ର ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ଏମ୍ସ ଭୁବନେଶ୍ୱରର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ନେତୃତ୍ୱରେ ଏହି ଅନୁଷ୍ଠାନରେ ଡାକ୍ତରୀ ଶିକ୍ଷା, ନର୍ସିଂ ଶିକ୍ଷା ଓ ବିଭିନ୍ନ ସୁପର ସ୍ପେସାଲିଟି ବିଭାଗର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ କାମ ହୋଇଥିଲା। ଏହା ପୂର୍ବରୁ ସେ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ଶିକ୍ଷା ‘ଓ’ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ।

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅସାଧାରଣ ଅବଦାନକୁ ସ୍ୱୀକୃତି ଦେଇ ଭାରତ ସରକାର ୨୦୨୫ ମସିହାରେ ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରିଥିଲେ। ଏହି ସମ୍ମାନ କେବଳ ତାଙ୍କର ନୁହେଁ, ସମଗ୍ର ଓଡ଼ିଶା ପାଇଁ ଗୌରବର ବିଷୟ ଥିଲା।

ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ: ଡାକ୍ତର ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଡାକ୍ତର ମହାପାତ୍ର ଜଣେ ବିଶିଷ୍ଟ ନ୍ୟୁରୋସର୍ଜନ ଓ ଚିକିତ୍ସା ବିଜ୍ଞାନର ଅଗ୍ରଣୀ ବ୍ୟକ୍ତିତ୍ୱ ଥିଲେ। ସ୍ୱାସ୍ଥ୍ୟସେବା ଓ ଗବେଷଣା କ୍ଷେତ୍ରରେ ତାଙ୍କର ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ରାଜନୈତିକ ନେତା, ଡାକ୍ତର, ଶିକ୍ଷାବିତ୍ ଓ ସାଧାରଣ ଲୋକ ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଡାକ୍ତର ମହାପାତ୍ରଙ୍କ ବିୟୋଗରେ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ଜଣେ ଡାକ୍ତର ଭାବେ ସେ ହଜାର ହଜାର ରୋଗୀଙ୍କ ଜୀବନରେ ଆଶାର ଆଲୋକ ଜଳାଇଥିଲେ। ଜଣେ ଶିକ୍ଷାବିତ୍ ଭାବେ ଅନେକ ଡାକ୍ତରଙ୍କୁ ଗଢ଼ିଥିଲେ। ଜଣେ ପ୍ରଶାସକ ଭାବେ ଦେଶର ପ୍ରମୁଖ ଚିକିତ୍ସା ଅନୁଷ୍ଠାନଗୁଡ଼ିକର ବିକାଶରେ ଯୋଗଦାନ ଦେଇଥିଲେ। ତାଙ୍କର ମୃତ୍ୟୁରେ ଓଡ଼ିଶା ଜଣେ ଗର୍ବିତ ସନ୍ତାନଙ୍କୁ ହରାଇଛି। ତାଙ୍କର ଚିକିତ୍ସା ସେବା, ଗବେଷଣା, ମାନବିକତା ଓ ଅସାଧାରଣ କାର୍ଯ୍ୟଦକ୍ଷତା ଆଗାମୀ ପିଢ଼ି ପାଇଁ ପ୍ରେରଣା ହୋଇ ରହିବ। ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ବିୟୋଗ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ଅବଦାନ ଓ ସ୍ମୃତି ସବୁଦିନ ପାଇଁ ଅମର ହୋଇ ରହିବ।

ସମୀକ୍ଷା ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ଓଁ ଶାନ୍ତି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର # ମୁରାସୁ # ବିପର୍ଯ୍ୟୟରୁ ବର୍ତ୍ତିଲା ଓଡ଼ିଶା