ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୭ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୭ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୭ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୮ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୮ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୮ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୮ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୮ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୮ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୮ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

KALI PUJA: କାଳୀପୂଜାର ପର୍ବ: ହାତୀ ଲେଖେନ ପରବ-ବାନ୍ଦନା

KALI PUJA: କାଳୀପୂଜାର ପର୍ବ: ହାତୀ ଲେଖେନ ପରବ-ବାନ୍ଦନା – ସମୀକ୍ଷା ଖବର
KALI PUJA: କାଳୀପୂଜାର ପର୍ବ: ହାତୀ ଲେଖେନ ପରବ-ବାନ୍ଦନା – ସମୀକ୍ଷା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୫/୧୧/୨୬ – ଆଗକୁ କାଳୀପୂଜା, ଚାରିଆଡୁ ଢୋ ଢା ସାଙ୍ଗକୁ ମାଦଳ ଶବ୍ଦ ଶୁଭିଲାଣି । ମା’କାଳୀଙ୍କ ଆଗମନ ପାଇଁ ଘରଦ୍ୱାର ଲିପାପୋଛା ମଧ୍ୟ ସାରିବାକୁ ବସିଲାଣି । ତେବେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦୀପାବଳିରେ ମା’କାଳୀଙ୍କୁ ପୂଜାକରି ଉତ୍ସବ ପାଳନ କରାଯାଉଥିଲେହେଁ ଏହି ଉତ୍ସବକୁ ମୟୂରଭଞ୍ଜ, କେନ୍ଦୁଝର ଏବଂ ପଡୋଶୀ ରାଜ୍ୟରେ ବସବାସ କରୁଥିବା କୁଡୁମୀ ଓ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଏକ ନିଆରା ଢଙ୍ଗରେ “ବାନ୍ଦନା ପରବ” ଭାବେ ପାଳନ କରିଥାନ୍ତି । କୁଡୁମୀମାନେ ଏହାକୁ “ହାତୀ ଲେଖେନ ପରବ (ହାତୀ ଭଳିଆ ପର୍ବ), ଗୋବର୍ଦ୍ଧନ ପୂଜା” କହୁଥିବା ବେଳେ ସାନ୍ତାଳୀମାନେ ଏହାକୁ “ସହରାୟ ପାରାଵ” ବୋଲି କହୁଥିବା ଶୁଣାଯାଏ । ଓଡ଼ିଶାର କେତେକ ସ୍ଥାନରେ ଏହିଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ କରି କପା ବା କାଉଁରିଆ କାଠି ଜାଳି ଆଶିର୍ବାଦ କାମନା କରିଥାନ୍ତି । ଅନ୍ୟ ମତରେ ମା’ଲକ୍ଷ୍ମୀ ଏହିଦିନ ଧନବର୍ଷା କରିଥାନ୍ତି ବୋଲି ବିଶ୍ବାସ ଥିବା ବେଳେ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଗୃହ ସାଜସଜ୍ଜା ପୂର୍ବକ ଦ୍ଵୀପ ପ୍ରଜ୍ଜ୍ଵଳନ କରାଯାଏ । ସେହିଭଳି ଉତ୍ତର ଭାରତରେ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଏହି ଦିନଟି ଜାକ ଜମକରେ ପାଳିତ ହୁଏ । କାର୍ତ୍ତିକ ଅମାବାସ୍ୟାରୁ ଆରମ୍ଭ ହେଉଥିବା ଏହି ନିଆରା ପର୍ବକୁ ପାଳନ କରୁଥିବା କୁଡୁମୀ ଓ ସାନ୍ତାଳ ସମ୍ପ୍ରଦାୟଙ୍କ ପାଇଁ ଏହା ଏକ ମହାନ ପର୍ବ ଏବଂ ସେମାନେ ଏହାକୁ ତିନିଦିନ ଧରି ପାଳନ କରିଥାନ୍ତି ।

KALI PUJA: କାଳୀପୂଜାର ପର୍ବ: ହାତୀ ଲେଖେନ ପରବ-ବାନ୍ଦନା – ସମୀକ୍ଷା

ତେବେ କୁତୁମୀ କିମ୍ବଦନ୍ତୀ ଅନୁଯାୟୀ ଏହି ଅବସରରେ ଚାଷବାସରେ ମୁଖ୍ୟଭୂମିକା ଗ୍ରହଣ କରୁଥିବା ଗୋଗୁଗାଈଙ୍କୁ ବନ୍ଦାପନା ପୂର୍ବକ ୩ଦିନ ପୂଜାର୍ଚ୍ଚନା କରାଯାଇଥାଏ । କଥିତ ଅଛି ଏକଦା ଚାଷରେ ସାହାଯ୍ୟ କରୁଥିବା ଗୋରୁଗାଈଙ୍କ ଯତ୍ନ ଅଭାବରୁ ସେମାନେ ଦୁର୍ବଳ ହୋଇଗଲେ । ଦୁର୍ବଳ ଗୋରୁଗାଈ ପ୍ରଭୁ ଶିବଙ୍କ ନିକଟରେ ଗୁହାରି ଜଣାଇଲେ । ଶିବ ସେମାନଙ୍କ ଆପତ୍ତି ଶୁଣି ପ୍ରତିଶ୍ରୁତି ଦେଲେ ଯେ, କାର୍ତ୍ତିକ ଅମାବାସ୍ୟାରେ ଗୁହାଳକୁ ଯାଇ ସେମାନଙ୍କ ରକ୍ଷଣାବେକ୍ଷଣ ପରିଦର୍ଶନ କରିବେ । ତେଣୁ ବିଶ୍ବାସ ରହିଛି ଭଗବାନ ଶିବ ଉକ୍ତଦିନ ଗୁହାଳରେ ବିଜେ ହୋଇଥାନ୍ତି ଏବଂ କୁତୁମୀ ଓ ସାନ୍ତାଳୀମାନେ ଦୀପାବଳି ଦିନଠୁ ୩ଦିନ ଧରି ଗୋଗୁଗାଈଙ୍କୁ ଉତ୍ତମ ସେବା ଓ ଚିକିତ୍ସା ସହ ପୂଜାର୍ଚ୍ଚନା କରିଥାନ୍ତି । ତିନଦିନ ଧରି ଗୋରୁଗାଈଙ୍କୁ କେବଳ କଅଁଳଘାସ ଓ ପାଣି ଦେଇଥାନ୍ତି । ଅମାବାସ୍ୟାରୁ ଆରମ୍ଭ ଏହି ୩ଦିନ ପୂଜାରେ ପ୍ରଥମ ଦିନ ପୂଜା ପୂର୍ବରୁ ଗୋରୁଗାଈଙ୍କୁ ହଳଦୀ ପାଣିରେ ଗାଧୁଆପାଧୁଆ ସହ ଶିଙ୍ଗ ଓ ଖୁରାରେ ତେଲ ଲେପନ କରି ଗାଁ ନିକଟ ଖୋଲା ପଡିଆକୁ ନେଇ ସମସ୍ତେ ଏକତ୍ରିତ ହୁଅନ୍ତି । ପୂର୍ବରୁ ଗୋବର ଲେପନ କରାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଦେହୁରୀ ପୂଜାର୍ଚ୍ଚନା କରି ପ୍ରଥାନୁସାରେ ଏକ ଅଣ୍ଡାକୁ ସ୍ଥାପନ କରିଥାନ୍ତି । ଏକତ୍ରିତ ହୋଇଥିବା ଗୋରୁଗୋଠକୁ ପୂଜା ଅଣ୍ଡା ପଟେ ଘଉଡ଼ାଯାଏ । ଅଣ୍ଡାଟି ଯେଉଁ ଗୋରୁର ଗୋଡରେ ବାଜି ଫାଟିଯାଏ ସେହି ଗୋରୁମାଲିକ ପଡିଆରେ ଉପସ୍ଥିତ ସଭିଙ୍କୁ ନିମନ୍ତ୍ରଣ କରି ଖାଇବାକୁ ଦିଅନ୍ତି ଏବଂ ସମସ୍ତେ ‘ଧେଙ୍ଗୁଆନ୍’ (ସ୍ଵତନ୍ତ୍ର ଶୋଭାଯାତ୍ରା) ରେ ମାଦଳ ବଜାଇ ଗୀତନାଚ କରି ଗାଁରେ ବୁଲିଥାନ୍ତି । ପ୍ରଥମ ଦିନର ଏହି ପୂଜା ‘ଗୋଠଣ୍ ପୂଜା’ ଭାବେ ନାମିତ । ଏହିଦିନ ସଂଧ୍ୟରେ “ଜାଗ ମା’ ଭଗବତୀ, ଜାଗ ମା’ ବସୁମତୀ, ଜାଗ ମା’ ଅମାବାସ୍ୟା ରାତି, ଜାଗେ କା କିଆବର, ଦେ ନାଗେ ଗୋ ଆଲିନୀ, ପଞ୍ଚପୁତ୍ର ଦଶଧେନୁ ଗାୟ ॥” ଭଳି ଗୋ ଜାଗରଣ ଗୀତ ବୋଲାଯାଇ ଗୁହାଳରେ କୁଡୁମୀମାନେ ଠାକୁରାଣୀ “ଗରୟା ଓ ବାଘାତ୍” ଙ୍କୁ ନିମନ୍ତ୍ରଣ କରନ୍ତି । ରାତି ତମାମ ଗୁହାଳରେ ଦ୍ଵୀପ ଜାଳି ମାଦଳର ତାଳେ ଭିନ୍ନ ଭିନ୍ନ ସାମ୍ପ୍ରଦାୟିକ ଗୀତ ମାଧ୍ୟମରେ ମଶାମାଛି ଘଉତାଇ ଗୋରୁଗାଈଙ୍କୁ ମଶାମାଛି ଆଘାତରୁ ମୁକ୍ତ କରିଥାନ୍ତି ।

KALI PUJA: କାଳୀପୂଜାର ପର୍ବ: ହାତୀ ଲେଖେନ ପରବ-ବାନ୍ଦନା – ସମୀକ୍ଷା

ଦ୍ଵିତୀୟ ଦିନ ‘ଗୋରୟା ପୂଜା’ ହୋଇଥାଏ। ଘର ସାମ୍ନାରେ ଲିପା ହୋଇଥିବା ସ୍ଥାନରେ ସଂଗୃହୀତ ‘ପାନିଆ’ ନାମକ ଏକ ପାହାଡିଆ ଲତାର କ୍ଷୀରରେ ଦାଣ୍ଡିଆ ଝୋଟି ପକାଯାଏ । ସକାଳୁ ଘରର ଝିଅ, ବୋହୂ ମନେ ଗାଧୋଇସାରି ଓଦା ଲୁଗାରେ ଢିଙ୍କି ସାହାଯ୍ୟରେ ଚାଉଳରୁ ଚୂନା ପ୍ରସ୍ତୁତ କରି ପିଠା ବନେଇଥାନ୍ତି, ଯାହାକୁ ‘ଗୋରୟା ପିଠା’ ବୁହାଯାଏ । ନୂଆଧାନର ବାଉଳ, ନୂଆ ଚୂଲି, ନୂଆ କରେଇ ବ୍ୟବହାର କରି ଓ ନୂଆ ଲୁଗା ପିନ୍ଧି ନୀତିନିୟମ ସହ ଗୁହାଳରେ ଏହି ପିଠା ପ୍ରସ୍ତୁତ ହୁଏ । ଲିପାପୋଛା ସ୍ଥାନରେ ହଳ, ଲଙ୍ଗଳ ତଥା ଅନ୍ୟାନ୍ୟ କୃଷି ଯନ୍ତ୍ରପାତିକୁ ପାଣିରେ ଧୋଇ ଏକତ୍ର ରଖାଯାଏ । ଏହାପରେ ନୂଆଧାନ କେଣ୍ଡାରେ ସ୍ଵତନ୍ତ୍ର ଭାବେ ବୁଣା ହୋଇଥିବା ଧାନକେଣ୍ଡାକୁ ମୁକୁଟ ଭଳି ପ୍ରସ୍ତୁତ କରନ୍ତି । ତେଲ ଲେପନ ହୋଇଥିବା ଗୋରୁଗାଈଙ୍କ ଶିଙ୍ଗ ଦୁଇଟିରେ ଏହି ମଡ଼ ବା ମୁକୁଟକୁ ବାନ୍ଧି ଦିଆଯାଏ ଏବଂ ପ୍ରସ୍ତୁତ ଗୋରୟା ପିଠା, ଧଳା କଇଁ ଫୁଲ ଓ ଧଳାଧାନରେ ଏହି ଗୋ-ପୂଜନ ହୋଇଥାଏ । ତୃତୀୟ ଦିନ ବା ଶେଷଦିନ ପାଳିତ ହୁଏ ‘ଗୋରୁ ଖୁଣ୍ଟା ବା ବୁଢୀ ବାନ୍ଦଣା ପର୍ବ” । ‘ନିମଛାନ୍’ ଭାବେ ନାମିତ ଏହି ପୂଜାରେ ଭାଲିଆ, ସୋରିଷ ଓ ମେଥି ପ୍ରଭୃତିର ବ୍ୟବହାରରେ ଏକ ଧୂଆଁ ଦ୍ଵାରା ଗୋରୂଗାଈଙ୍କ ଉପରେ ଥିବା କୁ-ଦୃଷ୍ଟିର ପ୍ରଭାବକୁ ଦୂର କରାଯାଏ । ଏହିଦିନ ଗୋରୂଙ୍କ ଦେହକୁ ଚିତା, ସିନ୍ଦୁର ପ୍ରଭୃତିରେ ରଙ୍ଗବେରଙ୍ଗ କରାଯାଏ । ସଂଧ୍ୟା ପୂର୍ବରୁ ଏହି ରଙ୍ଗବେରଙ୍ଗ ଗୋରୁମାନଙ୍କୁ ଗାଁର ମଧ୍ୟସ୍ଥଳରେ ପୋତା ଯାଇଥିବା ଖୁଣ୍ଟରେ ଦଉଡି ଦ୍ୱାରା ଖୁବ୍ ଦମ୍ଭରେ ବାନ୍ଧି ଦିଆଯାଏ । ଗୋରୁ ଭିତରେ ରହିଥିବା ଭୟ ଓ ତା ନିଜର ରକ୍ଷାଶକ୍ତିକୁ ଦୃଷ୍ଟିରେ ରଖି ତା ମଧ୍ୟରେ ଥିବା ଚମକିବା ଢଙ୍ଗ ଛଡାଇବାକୁ ମାଦଳ ବଜାଇ, ବାଣ ଫୁଟାଇ ଓ ହୁଳହୁଳି ସହିତ ତାକୁ ଘଉଡ଼ାଇ ପରଖା ଯାଇଥାଏ ତଥା କାର୍ଯ୍ୟକ୍ରମର ଭରପୁର ମଜ୍ଜା ଉଠାଇ ଏହି ନିଆରା ପରମ୍ପରାର ପର୍ବ ବାନ୍ଦଣା ଉଦ୍‌ଯାପିତ ହୋଇଥାଏ । ପରସ୍ପର ମଧ୍ୟରେ ପିଠା, ମାଂସ ଓ ଚାଉଳ ପ୍ରସ୍ତୁତ ହାଣ୍ଡିଆ ପ୍ରଭୃତିର ଆଦାନ ପ୍ରଦାନରେ ସଂସ୍କୃତିର ଭାଇଚାରା ବଜାୟ ରଖୁଥୁବା ଏହି ପର୍ବ ଏବେ ମଉଳିବାକୁ ବସିଛି । ଆର୍ଥିକ ଅଭାବ ତଥା ଅତୀତରୁ ମାନିଆସୁଥିବା ପାରମ୍ପାରିକ ଢାଞ୍ଚାର ଅପବ୍ୟବହାର ଓ ମଦ୍ୟପାନ ଜନିତ ବିଶୃଙ୍ଖଳା ସହ ଆଧୁନିକ ଚଳଣି ଏହି ନିଆରା ପର୍ବରେ ବ୍ୟାଘାତ ସୃଷ୍ଟି କରିଛି ବୋଲି ବନ୍ଦାଣ ପାଳୁଥିବା ଛେଳିଆ-ବି, ନୂଆବିନ୍ଧା, ଧାନପୋଡା, ଚାଳଘେରା, ଶାମଚୁନା, ଫୁଟାପାଳ, ଆଗୁଆଡ, ଦଇକି ଓ ନଇଁଫୁଲିଆ ପ୍ରଭୃତିର ପ୍ରମୁଖ ପୁରୁଖା କୁଡୁମୀମାନେ ମତ ଦେଇଛନ୍ତି । ଏହି ଅବକାଶରେ ବିଭିନ୍ନ ଗ୍ରାମରେ ଝୁମର ମେଲୋଡି କାର୍ଯ୍ୟକ୍ରମ ସହ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଓ ଚୁକୁଡା ଲଢେଇ ମଧ୍ୟ ଆୟୋଜନ କରାଯାଏ । ତେବେ ବଡ଼ସାହି ବ୍ଳକର ଆଗୁଆଡ଼ ଗ୍ରାମର “ଅ-ଆ ଯୁବକ ସଂଘ” ଚଳିତ ବର୍ଷ ଏହି ପର୍ବକୁ ଜାତୀୟ ସ୍ତରରେ ତା ୧୧,୧୨ ଓ ୧୩ ରିଖ, ତିନିଦିନ ଧରି ପାଳନ କରିବାକୁ ଯାଉଥିବା ସମୟରେ ଶେଷଦିନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Collector Reviews BISOI block: ବିଶୋଇ ବ୍ଲକରେ ଜିଲ୍ଲାପାଳଙ୍କ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ ଭିତ୍ତିଭୂମିର ସମୀକ୍ଷା