ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ/ସମୀକ୍ଷା ନ୍ୟୁଜ:
ପରଜଙ୍ଗ ୫/୧୧ ଡିଜିଟାଲ ଠକେଇ ଓ ସାଇବର ସୁରକ୍ଷା ର ଆହ୍ଵାନ , ପ୍ରତିରୋଧ ଏବଂ ସୁରକ୍ଷା ପାଇଁ ପି ଏମ୍ ଉଷା ପକ୍ଷରୁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଆନୁକୁଲ୍ୟରେ ଆୟୋଜକ ପରଜଙ୍ଗ ମହାବିଦ୍ୟାଳୟ ରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ ଯୁଗରେ ମୋବାଇଲ, କମ୍ପ୍ୟୁଟର ଏବଂ ଇଣ୍ଟରନେଟ ବର୍ତ୍ତମାନ ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟାଙ୍କିଙ୍ଗ, ବ୍ୟାପାର ଆଦି ସବୁକିଛି ଅନଲାଇନ୍ ମାଧ୍ୟମରେ ଉପଲବ୍ଧ ହେଉଛି। ଏହି ଡିଜିଟାଲ ଆମ ଜୀବନକୁ ଯେତିକି ସହଜ କରିଛି, ସେତିକି ମଧ୍ୟ’ ଆହ୍ଵାନ’ ସୃଷ୍ଟି କରିଛି। ଏହାଦ୍ବାରା ସାଇବର ଅପରାଧ ଦୃତ ଗତିରେ ବଢ଼ି ଚାଲିଛି। ବ୍ୟାଙ୍କ ଠକେଇ, ନକଲି ଆଇଡି ଜରିଆରେ ବ୍ଲାକମେଲ କରିବା, ବ୍ୟକ୍ତିଗତ ତଥ୍ୟ ଚୋରି ଏବଂ ସୋସିଆଲ ମିଡିଆରେ ଗୁଜବ ପ୍ରଚାର ଆଦି ବର୍ତ୍ତମାନ ସମୟରେ ବିରାଟ ‘ ଆହ୍ବାନ ‘ ପାଲଟି ଯାଇଛି। ଯାହା ଫଳରେ ସାମାନ୍ୟ ଅସାବଧାନତା ପାଇଁ ଧନ ଓ ମାନ ସମ୍ମାନ ଚାଲି ଯାଉଛି। ଏଥିପାଇଁ ଆମକୁ ଏହି ସମସ୍ୟା ରୁ ବଞ୍ଚିବା ପାଇଁ ‘ପ୍ରତିରୋଧ ଓ ସୁରକ୍ଷା’ ଆବଶ୍ୟକ। ସତର୍କତା ଅବଲମ୍ବନ କରି ଅଜଣା ଲିଙ୍କ ଉପରେ କ୍ଲିକ୍ ନକରିବା , ନିଜର ଓଟିପି ଓ ପାସ ୱାର୍ଡ ସେୟାର ନକରିବା ଇତ୍ୟାଦି ହେଉଛି ଆମର ପ୍ରତିରୋଧ। ସୁରକ୍ଷା ପାଇଁ ସୋସିଆଲ ମିଡିଆରେ ସତର୍କତା କଲ୍ ଓ ମେସେଜ ସଚେତନା, ସୁରକ୍ଷିତ ଅନଲାଇନ୍ ସପିଙ୍ଗ , ସାଇବର୍ ନିୟମ ବିସୟରେ ନିଜେ ସଚେତନ ହୋଇ ସୁରକ୍ଷିତ ଡିଜିଟାଲ ସମାଜ ଗଠନ କରିବା । ଏହି ଏକ ଦିବସୀୟ ଆଲୋଚନା ଚକ୍ର ର ମୁଖ୍ୟ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଇବର ଥାନା ଡି ଏସ୍ ପି ପ୍ରିୟରଞ୍ଜନ ନାୟକ ,ସଭାପତି ପରଜଙ୍ଗ ମହାବିଦ୍ୟାଳୟ ଅଧ୍ୟକ୍ଷା ସ୍ମିତାରାଣୀ ସାହୁ, ସଂଯୋଜକ ପି ଏମ୍ ଉଷା ନୋଡାଲ ଅଧିକାରୀ ବିଶିକେଶନ କର୍ଣ୍ଣ, ପି ଏମ୍ ଉଷା ସହ ସଂଯୋଜକ ସିଲୁ ବାରିକ, କୁମାର କୌଶିକ ଦେହୁରି ସମ୍ମାନିତ ଅତିଥି ଭାବେ ଏ ଏସ ଆଇ ସୁଶାନ୍ତ କୁମାର ରାଉତ, ଏ ଏସ ଆଇ ଦିବ୍ୟାନନ୍ଦ୍ ସାହୁ, ସତ୍ୟବ୍ରତ ବେହେରା ଉପସ୍ଥିତ ମଞ୍ଚାଷୀନ ହୋଇଥିଲେ। ମଞ୍ଚ ପରିଚାଳନା ଓଡିଆ ଅଧ୍ୟାପକ କୁଳମଣି ମେହେର କରିଥିଲେ।






