ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୨ ମିନିଟ ପୂର୍ବେKashipur llegal sale of foreign liquor: କାଶୀପୁର-ବିଏର ପାର୍ଲର ନାଁରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ! ୨୬ ମିନିଟ ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୪୩ ମିନିଟ ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୫୯ ମିନିଟ ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୧ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୧ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୧ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୧ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେPatna MLA reaches disabled elderly couple: ଅସହାୟ ଭିନ୍ନକ୍ଷମ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଲେ ପାଟଣା ବିଧାୟକ ୧ ଘଣ୍ଟା ପୂର୍ବେ‘Kanjipani’ tradition returns: ପୁଣି ଫେରିଲା ଶ୍ୟାମବାବାଙ୍କ ‘କାଞ୍ଜିପାଣି’ ପରମ୍ପରା
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ନୂଆପଡ଼ା ବରଗଡ଼ କେନ୍ଦୁଝର

Kashipur llegal sale of foreign liquor: କାଶୀପୁର-ବିଏର ପାର୍ଲର ନାଁରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା !

Kashipur llegal sale of foreign liquor: କାଶୀପୁର-ବିଏର ପାର୍ଲର ନାଁରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ! – ସମୀକ୍ଷା ଖବର

ଅଭିଳାଷ ମହାନନ୍ଦିଆ/ସାମ୍ବାଦିକ/କଲ୍ୟାଣସିଂପୁର/ସମୀକ୍ଷା ନ୍ୟୁଜ :

କାଶୀପୁର: ୨୩/୧୧/୨୦୨୬ ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏକ ବିଏରପାର୍ଲର ରେ ଅବୈଧ୍ୟ ବିଦେଶୀ ମଦ ବିକ୍ରି ଚାଲିଥିବା ଅଭିଯୋଗ କୁ ନେଇ ଉଚ୍ଚ ନ୍ୟାୟାଳୟ ର ଛାଟ ପରେ ଆଜି ଜିଲ୍ଲା ଅବକାରୀ ବିଭାଗ ର ଏକ ଟିମ ତରବରିଆ ଭାବେ ପହଞ୍ଚି ଉକ୍ତ ଗଛିତ ବହୁପରିମାଣ ର ବିଦେଶୀ ମଦ କୁ ସିଲ କରିଥିବା ଜଣାପଡିଛି l ସୂଚନା ପ୍ରକାରେ କାଶୀପୁର ଥାନା ଏବଂ ମୁଖ୍ୟ ସଡ଼କ ରୁ ପ୍ରାୟ ଅଳ୍ପ ଦୂରରେ ଦୀର୍ଘ ଦିନ ଧରି ଏକ ବିଦେଶୀ ମଦ ଦୋକାନ ଚାଲି ଆସୁଥିବାବେଳେ ୨୦୨୧-୨୨ ବର୍ଷ ରେ ଅଜୟ କୁମାର ବେହେରା ଙ୍କୁ ଅବକାରୀ ବିଭାଗ ପକ୍ଷରୁ କିଛି ଆଇନ ଉଲଂଘନ କରି କେବଳ ୬୦ ମିଟର ଦୂରତା ମଧ୍ୟରେ ପୁଣି ଏକ ବିଏରପାର୍ଲର ଦୋକାନ ଖୋଲାଯାଇଥିଲା l ହେଲେ ଏଭଳି ଆଇନ ଉଲଂଘନ ଚାଲିଥିଲେ ମଧ୍ୟ କୌଣସି କାରଣ ରୁ ବିଏରପାର୍ଲର ଉପରେ ଅବକାରୀ ପ୍ରଶାସନ ପକ୍ଷରୁ ଦୁଇବର୍ଷ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ହେଇପାରି ନ ଥିଲା l ପରବର୍ତ୍ତୀ ସମୟରେ ଉକ୍ତ ଗୋଟିଏ ବିଏରପାର୍ଲର ଦୋକାନ ରେ କୌଣସି ପ୍ରକାରେ ପୁଣି ଏକ ସରକାରୀ ସ୍ୱୀକୃତି ଆଣି ଚଳିତ ମାସ ୧୨ ତାରିଖ ରୁ ଠାରୁ ବିଏର ସହ ପ୍ରାୟ ୧୩ ଲକ୍ଷ୍ୟ ଟଙ୍କାର ବିଦେଶୀ ମଦ ଗଛିତ ରଖିବ ସହ ତାହାର ବିକ୍ରିବଟା ମଧ୍ୟ ଆରମ୍ଭ କରିଦେଇଥିଲା l

Kashipur llegal sale of foreign liquor: କାଶୀପୁର-ବିଏର ପାର୍ଲର ନାଁରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ! – ସମୀକ୍ଷା

ହେଲେ ଉଭୟ ମଦ ଦୋକାନୀ ମଧ୍ୟରେ ମଦ ବିକ୍ରିବାଟା କୁ ନେଇ ଉଭୟ ଙ୍କ ମଧ୍ୟରେ ଧୀରେ ଧୀରେ ତିକ୍ତତା ବଢିବା ବେଳେ ପ୍ରଥମ ରେ ଚାଲୁଥିବା ବିଦେଶୀ ମଦ ଦୋକାନୀ ଅବକାରୀ ଆଇନ ର କିଛି ତ୍ରୁଟି ସହ ଜିଲ୍ଲା ଅବକାରୀ ବିଭାଗ ର ଅହେତୁକ ସହଯୋଗ କୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦ୍ୱାରସ୍ତ ହେଇଥିଲେ l ଉକ୍ତ ଅଭିଯୋଗ ର ଆଧାର ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏକ ଷ୍ଟେ ଆଡର ନିର୍ଦେଶନାମା ଦେବା ପରେ ଶୁକ୍ରବାର ସନ୍ଧ୍ୟା ରେ ଉକ୍ତ ଘଟଣା ରେ ଅବକାରୀ ଏ ଏସ ଆଇ ପ୍ରଶାନ୍ତ କୁମାର ଗଉଡ଼ଙ୍କ ନେତୃତ୍ୱରେ ଏବଂ ଏକ ଚାରି ଜଣିଆ ଟିମ ମଧ୍ୟରୁ କନେଷ୍ଟବୁଲ ସନ୍ତୋଷ କୁମାର ଚେଟି, ଭାଳେଶ୍ୱର ଅମାନତ୍ୟା ଏବଂ ସୁଭାଷିନୀ ଚୌଧୁରୀ ଉପସ୍ଥିତ ଅଜୟ କୁମାର ବେହେରା ଙ୍କର ଉକ୍ତ ବିଦେଶୀ ମଦ ଦୋକାନ କୁ ସିଲ କରିଥିଲେ l ହେଲେ ଏଭଳି ବିଭାଗୀୟ ତ୍ରୁଟି କୁ ନେଇ ଆମେ ଜିଲ୍ଲା ଅବକାରୀ ଅଧିକାରୀ ସନ୍ତାଷ କୁମାର ଧଳ ସାମନ୍ତ ଙ୍କୁ ପ୍ରତିକ୍ରିୟା ନେବାରୁ ସମସ୍ତ ଆଇନ ଆଉ ଉପରିସ୍ଥ ଅଧିକାରୀ ମାନଙ୍କ ନିର୍ଦେଶ ଆଗରେ ନିସହାୟ ଭାବେ ବାଧ୍ୟ ହେଇ କାମ କରିବାକୁ ପଡୁଅଛି ବୋଲି ସ୍ପଷ୍ଟ ଭାବେ ମତପ୍ରକାଶ କରିଥିଲେ l

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର LAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ