ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା /ସମୀକ୍ଷା ନ୍ୟୁଜ :05-11-2026
ଶିକ୍ଷା ହିଁ ପ୍ରଗତିର ମାପକାଠି। ତତ ସହିତ ଆଧୁନିକ ଜ୍ଞାନ କୌଶଳ ଓ଼ ଦକ୍ଷତା ଭିତ୍ତିକ ଜ୍ଞାନ ଦେଶର ପ୍ରଗତି ପାଇଁ ଅତି ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଦେଶର ଅଗ୍ରଣୀ ଦକ୍ଷତା ବିକାଶ ଏବଂ ଉଚ୍ଚଶିକ୍ଷା ସଂଗଠନ ଆଇସେକ୍ଟ ଇଣ୍ଡିଆ ଦ୍ୱାରା ଆୟୋଜିତ କୌଶଳ ବିକାଶ ଯାତ୍ରା ୨୦୨୬ ସଫଳତାର ସହ ଆରମ୍ଭ ହୋଇଅଛି। ୨ ନଭେମ୍ବର ୨୦୨୬ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୨୦ଟି ରାଜ୍ୟର ୩୦୦ଟି ଜିଲ୍ଲାର ୫୦୦ରୁ ଊର୍ଦ୍ଧ୍ୱ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନରେ ପହଞ୍ଚି ବହୁଳ ସଂଖ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ଏବଂ ଭବିଷ୍ୟତ ପ୍ରଯୁକ୍ତିବିଦ୍ୟା ବିଷୟରେ ଆଲୋଚନା କରୁଛି। ଯାତ୍ରା ସମୟରେ ମାଗଣା AI ସେମିନାର, କର୍ମଶାଳା, କ୍ୟାରିୟର ପରାମର୍ଶ ଅଧିବେଶନ ଏବଂ ବୈଷୟିକ ପ୍ରଦର୍ଶନ ଆୟୋଜନ କରାଯାଉଛି। ଆଇସେକ୍ଟ ମୁଖପାତ୍ର ଶ୍ରୀ ସନ୍ତୋଷ ଚୋବେ କହିଛନ୍ତି, “ଦକ୍ଷତା ବିକାଶ ଯାତ୍ରା ୨୦୨୬ କେବଳ ଏକ ଶିକ୍ଷାଗତ ଅଭିଯାନ ନୁହେଁ, ବରଂ ଯୁବପିଢ଼ିଙ୍କୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ସହିତ ସଂଯୋଗ କରିବା, ନିଯୁକ୍ତିମୁଖୀ ଶିକ୍ଷା ପ୍ରଦାନ କରିବା ଏବଂ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ଏକ ପଦକ୍ଷେପ।” ୫ ନଭେମ୍ବର ୨୦୨୬ରେ ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ଏବଂ ଆଇସେକ୍ଟ ଓଡ଼ିଶାର ପ୍ରୋଜେକ୍ଟ ପରିଚାଳକ ଶ୍ରୀ ନୀଳାଦ୍ରି ମହାରଣା, ପ୍ରୋଜେକ୍ଟ କୋଅର୍ଡିନେଟର ଶ୍ରୀ ଚୌଧୁରୀ ସତ୍ୟବ୍ରତ ଦାଶ, ବିଜନେସ୍ ଡେଭଲପମେଣ୍ଟ ଏକ୍ଜିକ୍ୟୁଟିଭ୍ ଶ୍ରୀ ସୁଧାଂଶୁ ରଞ୍ଜନ ନାୟକ ଏବଂ ଆଇସେକ୍ଟର ଜିଲ୍ଲା ଶାଖା ପରିଚାଳକ ଶ୍ରୀ ସୁଧାଂଶୁ ଶେଖର ବାରିକ (ନିଷ୍ଠା ଗ୍ଲୋବାଲ ଫାଉଣ୍ଡେସନ) ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ AIର ଭବିଷ୍ୟତରେ ବ୍ୟବହାର ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା NISHTHA GLOBAL EDUCATION HUB ଏବଂ AISECT INDIA ଟିମ୍କୁ ସ୍ୱାଗତ କରିବା ସହ ଏଭଳି ଜ୍ଞାନ ଓ ଦକ୍ଷତା ବିକାଶମୂଳକ ଅଭିଯାନକୁ ପ୍ରଶଂସା କରିଥିଲେ। ଏହାସହ AISECT INDIA ର ଭୁବନେଶ୍ୱର ଟିମ୍ରୁ ଆସିଥିବା ପ୍ରୋଜେକ୍ଟ ପରିଚାଳକ ଶ୍ରୀ ନୀଳାଦ୍ରି ମହାରଣା ଏବଂ ପ୍ରୋଜେକ୍ଟ କୋଅର୍ଡିନେଟର ଶ୍ରୀ ଚୌଧୁରୀ ସତ୍ୟବ୍ରତ ଦାଶ ଛାତ୍ରଛାତ୍ରୀଙ୍କୁ AI ଓ ଭବିଷ୍ୟତର କ୍ୟାରିୟର ସୁଯୋଗ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ।
ଖଡ଼ିଆଳ ମିଶନ ରୋଡ୍ଠାରେ AISECT INDIA ର ଶାଖା କାର୍ଯ୍ୟାଳୟ ଆରମ୍ଭ ହୋଇଥିବା ସମ୍ପର୍କରେ BDE ଶ୍ରୀ ସୁଧାଂଶୁ ରଞ୍ଜନ ନାୟକ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଏହା ମାଧ୍ୟମରେ ଅଞ୍ଚଳର ଛାତ୍ରଛାତ୍ରୀ ଓ ଯୁବପିଢ଼ି ଉଚ୍ଚଶିକ୍ଷା, ଦୂରଶିକ୍ଷା ଏବଂ ଦକ୍ଷତା ବିକାଶ ସମ୍ପର୍କିତ ସୂଚନା ଓ ମାର୍ଗଦର୍ଶନ ପାଇପାରିବେ ବୋଲି ସେ କହିଥିଲେ। ଛାତ୍ରଛାତ୍ରୀଙ୍କ ମତରେ AI ସାକ୍ଷରତା ମିଶନ ଏବଂ କୌଶଳ ବିକାଶ ଯାତ୍ରା ଯୁବପିଢ଼ିଙ୍କ ପାଇଁ ଏକ ମାର୍ଗଦର୍ଶକ ଏବଂ ନିଯୁକ୍ତିମୁଖୀ ପଦକ୍ଷେପ। ଆଇସେକ୍ଟ ଭବିଷ୍ୟତରେ ଭାରତର ପ୍ରତ୍ୟେକ ଯୁବକଙ୍କୁ ନୂତନ ଯୁଗର ପ୍ରଯୁକ୍ତିବିଦ୍ୟା ସହିତ ସଶକ୍ତ କରିବା ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜନ କରିବ।ଏହି ସମାରୋହରେ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। NISHTHA GLOBAL EDUCATION HUB ପକ୍ଷରୁ ଶ୍ରୀ ଭରତ କୁମାର, ଶ୍ରୀ ନିଖିଲ ବାରିକ ଏବଂ ଶ୍ରୀ ମଧୁସୂଦନ ବାରିକ ଉପସ୍ଥିତ ରହି କାର୍ଯ୍ୟକ୍ରମର ସମନ୍ୱୟ ଓ ପରିଚାଳନାରେ ସହଯୋଗ କରିଥିଲେ।ସମାରୋହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସେମିନାରର ସଫଳ ସମାପନ ଘୋଷଣା କରାଯାଇଥିଲା।





