ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୩ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୩ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୩ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୪ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୪ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୪ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୪ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୪ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୪ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୪ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Angulia Healthcare: ଆଙ୍ଗୁଳିଆ ବିସ୍ଥାପିତ କଲୋନୀରେ ପ୍ରହସନ ପାଲଟିଛି ସ୍ୱାସ୍ଥ୍ୟସେବା

Angulia Healthcare: ଆଙ୍ଗୁଳିଆ ବିସ୍ଥାପିତ କଲୋନୀରେ ପ୍ରହସନ ପାଲଟିଛି ସ୍ୱାସ୍ଥ୍ୟସେବା – ସମୀକ୍ଷା ଖବର

ଟଙ୍କଧର ପାତ୍ର/ ଯୋଡ଼ା/ ସମୀକ୍ଷା ନ୍ୟୁଜ :

ଯୋଡ଼ା/କେନ୍ଦୁଝର, ୦୫/୧୧: ବିସ୍ଥାପିତଙ୍କ ଥଇଥାନ ଓ ମୌଳିକ ସୁବିଧା ଯୋଗାଇଦେବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଓ ପ୍ରତିଶ୍ରୁତି ଦିଆଯାଉଛି। ହେଲେ ଚମ୍ପୁଆ ଉପଖଣ୍ଡର ଆଙ୍ଗୁଳିଆସ୍ଥିତ ବିସ୍ଥାପିତ କଲୋନୀରେ ସ୍ୱାସ୍ଥ୍ୟସେବାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏଏନ୍ଏମ୍ କେନ୍ଦ୍ର ଏବେ ଅବହେଳିତ ଅବସ୍ଥାରେ ପଡ଼ିରହିଥିବା ବେଳେ ନିୟମିତ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତି ନଥିବା ଅଭିଯୋଗ ହୋଇଛି। ଫଳରେ ଏହି କଲୋନୀର ବିସ୍ଥାପିତ ପରିବାରଗୁଡ଼ିକ ମୌଳିକ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ସୂଚନା ଅନୁଯାୟୀ, କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ ଯୋଗୁଁ ଚମକପୁର ଗ୍ରାମର ଶତାଧିକ ପରିବାର ନିଜ ଭିଟାମାଟି ଛାଡ଼ି ଆଙ୍ଗୁଳିଆସ୍ଥିତ ବିସ୍ଥାପିତ କଲୋନୀରେ ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବସବାସ କରିଆସୁଛନ୍ତି। ନିଜ ପୂର୍ବପୁରୁଷଙ୍କ ଭିଟାମାଟି ଓ ପରିଚିତ ପରିବେଶ ଛାଡ଼ି ନୂତନ ସ୍ଥାନରେ ଜୀବନ ଆରମ୍ଭ କରିଥିବା ଏହି ପରିବାରଗୁଡ଼ିକ ଏବେ ମଧ୍ୟ ବିଭିନ୍ନ ମୌଳିକ ସମସ୍ୟା ସହ ସଂଘର୍ଷ କରୁଛନ୍ତି। କଲୋନୀବାସୀଙ୍କ ସ୍ୱାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ ଜରିଆରେ ଏଠାରେ ଏକ ଏଏନ୍ଏମ୍ କେନ୍ଦ୍ର ନିର୍ମାଣ କରାଯାଇଥିଲା।

Angulia Healthcare: ଆଙ୍ଗୁଳିଆ ବିସ୍ଥାପିତ କଲୋନୀରେ ପ୍ରହସନ ପାଲଟିଛି ସ୍ୱାସ୍ଥ୍ୟସେବା – ସମୀକ୍ଷା

କିନ୍ତୁ କେନ୍ଦ୍ରରେ ନିୟମିତ ସ୍ୱାସ୍ଥ୍ୟକର୍ମୀ ରହୁନଥିବା ଯୋଗୁଁ ଏହାର ଉଦ୍ଦେଶ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗର୍ଭବତୀ ମହିଳା, ପ୍ରସୂତି, ଶିଶୁ ଓ ବୟସ୍କ ବ୍ୟକ୍ତିମାନେ ଆବଶ୍ୟକ ସମୟରେ ପ୍ରାଥମିକ ସ୍ୱାସ୍ଥ୍ୟ ପରାମର୍ଶ ଓ ଚିକିତ୍ସା ସେବା ପାଇବାରେ ଅସୁବିଧା ଭୋଗୁଛନ୍ତି। ଟିକାକରଣ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷା ସହ ଅନ୍ୟାନ୍ୟ ନିୟମିତ ସ୍ୱାସ୍ଥ୍ୟସେବା ପାଇଁ ମଧ୍ୟ ସେମାନଙ୍କୁ ଅନ୍ୟ ସ୍ଥାନ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏଠାରେ ପ୍ରଶ୍ନ ଉଠୁଛି, ଲକ୍ଷାଧିକ ଟଙ୍କା ବ୍ୟୟରେ ଏଏନ୍ଏମ୍ କେନ୍ଦ୍ର ନିର୍ମାଣ କରିବା ପରେ ଯଦି ସେଠାରେ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେଉନାହାନ୍ତି, ତେବେ ଏହି କେନ୍ଦ୍ର ନିର୍ମାଣର ଉଦ୍ଦେଶ୍ୟ କ’ଣ? କେବଳ କୋଠା ନିର୍ମାଣ କରିଦେଲେ କ’ଣ ବିସ୍ଥାପିତଙ୍କ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ହୋଇପାରିବ? ଏହାର ପରିଚାଳନା ଓ ତଦାରଖ ଦାୟିତ୍ୱ କାହାର? ଅନ୍ୟପକ୍ଷରେ, ବିସ୍ଥାପିତଙ୍କ ପୁନର୍ବାସ ଓ ଥଇଥାନ ଦାୟିତ୍ୱରେ ଥିବା ପ୍ରକଳ୍ପ କର୍ତ୍ତୃପକ୍ଷ ଏବଂ ସ୍ୱାସ୍ଥ୍ୟ ବିଭାଗ ଏହି ସମସ୍ୟା ପ୍ରତି କେବେ ଦୃଷ୍ଟି ଦେବେ, ତାହାକୁ ନେଇ କଲୋନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେଣୁ ଜିଲ୍ଲା ପ୍ରଶାସନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ସମ୍ପୃକ୍ତ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଏହି କେନ୍ଦ୍ରର ସ୍ଥିତି ଯାଞ୍ଚ କରିବା ସହ ନିୟମିତ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି, କେନ୍ଦ୍ରର ସୁପରିଚାଳନା ଏବଂ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବାକୁ ଦାବି ହେଉଛି। ଦୀର୍ଘ ଦଶ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିସ୍ଥାପନର ଯନ୍ତ୍ରଣା ସହି ଆସୁଥିବା ପରିବାରଗୁଡ଼ିକ ଅନ୍ତତଃ ମୌଳିକ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନହୁଅନ୍ତୁ ବୋଲି ସାଧାରଣରେ ଦାବି ଜୋର ଧରିଛି। ବିସ୍ଥାପିତଙ୍କ ପାଇଁ ଏଏନ୍ଏମ୍ କେନ୍ଦ୍ର ନିର୍ମାଣ ହୋଇଛି, ହେଲେ ସେଠାରେ ସ୍ୱାସ୍ଥ୍ୟସେବା କେବେ ମିଳିବ? ଏବେ ଏହା ହିଁ ସବୁଠାରୁ ବଡ଼ ପ୍ରଶ୍ନ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର କିଡ୍ସ ପ୍ୟାଲେସ୍ ପବ୍ଲିକ୍ ସ୍କୁଲରେ ଆର୍ଟ ଅଫ୍ ଲିଭିଂର ଇଣ୍ଟୁଇସନ୍ ପ୍ରୋସେସ୍ ଶିବିର ଉଦ୍‌ଯାପିତ