ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୩ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୩ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୪ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୪ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୪ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୪ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୪ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୪ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୪ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୪ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

କିଡ୍ସ ପ୍ୟାଲେସ୍ ପବ୍ଲିକ୍ ସ୍କୁଲରେ ଆର୍ଟ ଅଫ୍ ଲିଭିଂର ଇଣ୍ଟୁଇସନ୍ ପ୍ରୋସେସ୍ ଶିବିର ଉଦ୍‌ଯାପିତ

କିଡ୍ସ ପ୍ୟାଲେସ୍ ପବ୍ଲିକ୍ ସ୍କୁଲରେ ଆର୍ଟ ଅଫ୍ ଲିଭିଂର ଇଣ୍ଟୁଇସନ୍ ପ୍ରୋସେସ୍ ଶିବିର ଉଦ୍‌ଯାପିତ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୪/୧୧/୨୬ – ଆଖିରେ ପଟି ବାନ୍ଧି ପଢ଼ିବା ସହ ବିଭିନ୍ନ ରଙ୍ଗ ଚିହ୍ନିବା ଭଳି ଅଭିନବ କାର୍ଯ୍ୟକଳାପ ପ୍ରଦର୍ଶନ କରି ଦର୍ଶକଙ୍କୁ ଚକିତ କରିଛନ୍ତି ଛାତ୍ରଛାତ୍ରୀ । ବହଳଦାସ୍ଥିତ କିଡ୍ସ ପ୍ୟାଲେସ୍ ପବ୍ଲିକ୍ ସ୍କୁଲ ପରିସରରେ ଆର୍ଟ ଅଫ୍ ଲିଭିଂ ପକ୍ଷରୁ ଆୟୋଜିତ ଚାରିଦିନିଆ ‘ଇଣ୍ଟୁଇସନ୍ ପ୍ରୋସେସ୍’ ଶିବିର ସୋମବାର ଉଦ୍‌ଯାପିତ ହୋଇଛି। ଅକ୍ଟୋବର ୩୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ୫ରୁ ୧୮ ବର୍ଷ ବୟସର ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆର୍ଟ ଅଫ୍ ଲିଭିଂର ପ୍ରତିଷ୍ଠାତା ଶ୍ରୀଶ୍ରୀ ରବିଶଙ୍କରଙ୍କ ଆଶୀର୍ବାଦ ଓ ମାର୍ଗଦର୍ଶନରେ ଆୟୋଜିତ ଏହି ଶିବିରରେ ପ୍ରଶିକ୍ଷକ ନବୀନ ଚୌରାଶିଆ ଓ ଅର୍ଚ୍ଚନା ଚୌରାଶିଆ ପିଲାମାନଙ୍କୁ ବିଭିନ୍ନ ଅଭିନବ ପଦ୍ଧତିରେ ପ୍ରଶିକ୍ଷଣ ଦେଇଥିଲେ। ଏକାଗ୍ରତା, ଆତ୍ମବିଶ୍ୱାସ, ସ୍ମରଣଶକ୍ତି, ଭାବନାତ୍ମକ ସନ୍ତୁଳନ ଓ ଅନ୍ତର୍ନିହିତ ପ୍ରତିଭାର ବିକାଶ ଉପରେ ଏହି ପ୍ରଶିକ୍ଷଣରେ ଗୁରୁତ୍ୱ ଦିଆଯାଇଥିଲା। ଶିବିରର ଅନ୍ତିମ ଦିବସରେ ପ୍ରଶିକ୍ଷାର୍ଥୀମାନେ ଆଖିରେ ପଟି ବାନ୍ଧି ପଢ଼ିବା ଓ ରଙ୍ଗ ଚିହ୍ନିବା ଭଳି କାର୍ଯ୍ୟକଳାପର ପ୍ରଦର୍ଶନ କରିଥିଲେ। ସେମାନଙ୍କର ଏହି ପ୍ରଦର୍ଶନ ଉପସ୍ଥିତ ଅଭିଭାବକ ଓ ଅତିଥିମାନଙ୍କୁ ବିସ୍ମିତ କରିଥିଲା । ପିଲାମାନଙ୍କ ଉତ୍ସାହ ଓ ଆତ୍ମବିଶ୍ୱାସକୁ ସମସ୍ତେ ପ୍ରଶଂସା କରିଥିଲେ । ବିଦ୍ୟାଳୟର ନିର୍ଦ୍ଦେଶକ ଶାଶ୍ୱତ ପୁଲକ ପାଲ ଓ ପ୍ରଧାନଶିକ୍ଷୟିତ୍ରୀ ହରିପ୍ରିୟା ବେହେରା ଶିବିରର ଆୟୋଜନ ଓ ପରିଚାଳନା କରିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିବାବେଳେ ରାଇରଙ୍ଗପୁର ଆର୍ଟ ଅଫ୍ ଲିଭିଂର ଯୋଗ ପ୍ରଶିକ୍ଷକ ପ୍ରେମାନନ୍ଦ ଓ କମଳିନୀ ମଧ୍ୟ ସହଯୋଗ କରିଥିଲେ। ଏହି ଅବସରରେ ନିମନ୍ତ୍ରୀତ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ମଧୁସୁଦନ ଦାସ ଓ ଅଶୋକ କୁମାର ରାଉତ , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜକିଶୋର ମହାନ୍ତ, ଶ୍ରୀଗଣେଶ ଟ୍ୟୁଟୋରିଆଲସ ର ଅଧ୍ୟକ୍ଷ ଗଣେଶ୍ୱର ସାମଲ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଆୟୋଜକଙ୍କ ପକ୍ଷରୁ ପ୍ରଶିକ୍ଷକ, ଅତିଥି, ଅଭିଭାବକ, ସହଯୋଗୀ ଓ ଅଂଶଗ୍ରହଣକାରୀଙ୍କୁ କୃତଜ୍ଞତା ଜଣାଯାଇଥିଲା। ଏଭଳି ଶିବିର ପିଲାମାନଙ୍କ ସାମଗ୍ରିକ ବିକାଶରେ ସହାୟକ ହେବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଥିଲେ ।

କିଡ୍ସ ପ୍ୟାଲେସ୍ ପବ୍ଲିକ୍ ସ୍କୁଲରେ ଆର୍ଟ ଅଫ୍ ଲିଭିଂର ଇଣ୍ଟୁଇସନ୍ ପ୍ରୋସେସ୍ ଶିବିର ଉଦ୍‌ଯାପିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Forest Department: ବନବିଭାଗ ପକ୍ଷରୁ ଦକ୍ଷତା ବୃଦ୍ଧି ତାଲିମ ଶିବିର