ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୩ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୩ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୩ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୩ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୩ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୩ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୪ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୪ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୪ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୪ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

EOW raids MP N.Bhaskar Rao: ପୂର୍ବତନ ସାଂସଦ ଏନ୍‌. ଭାସ୍କର ରାଓଙ୍କ ବାସଭବନରେ ଇଓଡବ୍ଲ୍ୟୁର ଚଢ଼ାଉ

EOW raids MP N.Bhaskar Rao: ପୂର୍ବତନ ସାଂସଦ ଏନ୍‌. ଭାସ୍କର ରାଓଙ୍କ ବାସଭବନରେ ଇଓଡବ୍ଲ୍ୟୁର ଚଢ଼ାଉ – ସମୀକ୍ଷା ଖବର
EOW raids MP N.Bhaskar Rao: ପୂର୍ବତନ ସାଂସଦ ଏନ୍‌. ଭାସ୍କର ରାଓଙ୍କ ବାସଭବନରେ ଇଓଡବ୍ଲ୍ୟୁର ଚଢ଼ାଉ – ସମୀକ୍ଷା

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ:

ରାୟଗଡ଼ା, ୬/୧୧ (ଓ-ଖବର): ଟ୍ରକ୍‌ ମାଲିକ ସଂଘର ପ୍ରାୟ ୮୦ କୋଟି ଟଙ୍କା ଆର୍ଥିକ ଅନିୟମିତତା ଓ ଆତ୍ମସାତ୍‌ ଅଭିଯୋଗ ମାମଲାରେ ତଦନ୍ତକୁ ଜୋର୍‌ଦାର କରିଛି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ଏହି କ୍ରମରେ ଶୁକ୍ରବାର ସକାଳେ ରାୟଗଡ଼ା ସହରର ରାଣିଗୁଡ଼ାସ୍ଥିତ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓଙ୍କ ବାସଭବନରେ ଇଓଡବ୍ଲ୍ୟୁ ଟିମ୍‌ ଅତର୍କିତ ଚଢ଼ାଉ କରିଛି। ଦୀର୍ଘ ସମୟ ଧରି ଘର ଭିତରେ ତଲାସି ଓ ନଥିପତ୍ର ଯାଞ୍ଚ ଜାରି ରହିଥିବାବେଳେ ଘଟଣାକୁ ନେଇ ସହରରେ ଚର୍ଚ୍ଚା ଜୋର୍‌ ଧରିଛି। ଅତିରିକ୍ତ ଏସ୍‌ପି ଆଶିଷ କୁମାର ମିଶ୍ରଙ୍କ ନେତୃତ୍ୱରେ ପ୍ରାୟ ୨୧ ଜଣିଆ ସ୍ୱତନ୍ତ୍ର ଟିମ୍‌ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଏଥିରେ ଡିଏସ୍‌ପି ଓ ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ରହିଛନ୍ତି। ଘରେ ଥିବା ବିଭିନ୍ନ ଦସ୍ତାବିଜ୍‌, ଆର୍ଥିକ କାରବାର ସମ୍ପର୍କିତ କାଗଜପତ୍ର ଓ ଅନ୍ୟାନ୍ୟ ତଥ୍ୟକୁ ଟିମ୍‌ ଯାଞ୍ଚ କରୁଥିବା ଜଣାପଡ଼ିଛି। ଏଥିସହ ବାସଭବନରେ ଉପସ୍ଥିତ କିଛି ସହାୟକଙ୍କୁ ମଧ୍ୟ ତଦନ୍ତକାରୀ ଅଧିକାରୀମାନେ ପଚରାଉଚରା କରୁଛନ୍ତି।

EOW raids MP N.Bhaskar Rao: ପୂର୍ବତନ ସାଂସଦ ଏନ୍‌. ଭାସ୍କର ରାଓଙ୍କ ବାସଭବନରେ ଇଓଡବ୍ଲ୍ୟୁର ଚଢ଼ାଉ – ସମୀକ୍ଷା

ସୂଚନା ଅନୁଯାୟୀ, ଏହି ମାମଲାର ତଦନ୍ତ ପାଇଁ ଗତ ବୁଧବାର ଇଓଡବ୍ଲ୍ୟୁର ଏକ ପ୍ରାରମ୍ଭିକ ଟିମ୍‌ ରାୟଗଡ଼ାରେ ପହଞ୍ଚି ସ୍ଥାନୀୟ ପୁଲିସଠାରୁ ମାମଲା ସମ୍ପର୍କିତ କାଗଜପତ୍ର ଓ ତଥ୍ୟ ସଂଗ୍ରହ କରିଥିଲା। ପରବର୍ତ୍ତୀ ସମୟରେ ଗୁରୁବାର ଅଧିକ ଅଧିକାରୀଙ୍କୁ ନେଇ ଆଉ ଏକ ଟିମ୍‌ ପହଞ୍ଚି ତଦନ୍ତର ଦିଗକୁ ବ୍ୟାପକ କରିଥିଲା। ଦୁଇ ଦିନ ଧରି ଆର୍ଥିକ କାରବାରର ବିଭିନ୍ନ ଦିଗ ଅନୁଧ୍ୟାନ କରିବା ପରେ ଶୁକ୍ରବାର ସକାଳେ ସିଧାସଳଖ ପୂର୍ବତନ ସାଂସଦଙ୍କ ବାସଭବନରେ ତଲାସି ଆରମ୍ଭ କରାଯାଇଛି। ପ୍ରକାଶ ଥାଉକି, ଟ୍ରକ୍‌ ମାଲିକ ସଂଘର ପ୍ରାୟ ୮୦ କୋଟି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ କରି ସଂଘର ତତ୍କାଳୀନ ସଭାପତି ସ୍ୱର୍ଗତ ୱାଇ. ଭେଙ୍କଟେଶ୍ୱର ରାଓ ପୂର୍ବତନ ସାଂସଦ ଏନ୍‌. ଭାସ୍କର ରାଓଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତିଙ୍କ ବିରୋଧରେ ରାୟଗଡ଼ା ପୁଲିସ ନିକଟରେ ଅଭିଯୋଗ କରିଥିଲେ। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାୟଗଡ଼ା ପୁଲିସ ପରବର୍ତ୍ତୀ ସମୟରେ ଏହାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ହସ୍ତାନ୍ତର କରିଥିଲା। ତେବେ ଚଢ଼ାଉ ସମୟରେ ପୂର୍ବତନ ସାଂସଦ ଏନ୍‌. ଭାସ୍କର ରାଓ ରାୟଗଡ଼ାରେ ଅନୁପସ୍ଥିତ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ତଦନ୍ତର ପ୍ରାଥମିକ ପର୍ଯ୍ୟାୟ ଚାଲିଥିବାରୁ ଚଢ଼ାଉରୁ ଆସିବାର ସମ୍ଭାବନା ରହିଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Nuapada Mandia Divas: ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ, ୧୦ ଜଣ ପ୍ରଗତିଶୀଳ ମାଣ୍ଡିଆ ଚାଷୀଙ୍କୁ ସମ୍ବର୍ଦ୍ଧିତ