ବସନ୍ତ ପେଗୋଡୋ /ସାମ୍ବାଦିକ /ସମୀକ୍ଷା ନ୍ୟୁଜ:
କୋରାପୁଟ (କୋଟପାଡ଼ ) ତାରିଖ 5/11/2026 ରେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଛି କୋଟିଆ ଗ୍ରାମ ପଂଚାୟତ, ଏଠାରେ ପ୍ରାୟ 21 ଗୋଟି ଛୋଟ ଛୋଟ ଗାଁ ଅଛି l ଗତ 10 ଅକ୍ଟବେର ମାସ ରେ ପଞ୍ଚlୟତ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଆନ୍ଧ୍ର ପ୍ରଦେଶ ସରକାର ଜାରି କରିଥିଲେ l ଗୁରୁବାର ସକାଳୁ ଭୋଟ ପଡିଲା l ଓଡିଶା ପ୍ରଶାସନ ଏବଂ ସମସ୍ତ ରାଜନୈତିକ ଦଳ ର ନେତା ଓ କର୍ମୀମାନେ କୋଟିଆ ପଞ୍ଚଯାତରେ ନିର୍ବାଚନ କରାଇ ନ ଦେବାକୁ ଗତ ତିନି ଦିନରୁ ପ୍ରୟାସ ଜାରି ରଖିଥିଲେ କିନ୍ତୁ ଆନ୍ଧ୍ର ସରକାର କୋଟିଆରେ ବୁଥ ନ କରି ତାର ନିଜ ଅଂଚଳ ରେ ଥିବା ସିଲେରୁ ଗ୍ରାମରେ ବୁଥ ଭୋଟ ନିମନ୍ତେ କଲା ଏବଂ ଗତ ଆଠ ଦିନରୁ କୋଟିଆ ଗ୍ରାମ ପଂଚାୟତର ଭୋଟର ମାନଙ୍କୁ ଟଙ୍କା ଲୋଭ ଦେଖlଇ ଗାଁରେ ତାର ଏଜେଣ୍ଟ ଲଗାଇ ନିର୍ବାଚନ କରାଇବାରେ ସଫଳ ହେଲା l କୋଟିଆ ଗ୍ରାମ ପଂଚାୟତର 850 ଭୋଟ ପଡିଥିବାର ସୂଚନା ମିଳିଛି l ଏଥିରୁ ସ୍ପଷ୍ଟ ହେଲା ଯେ, ସେଠାକାର ଲୋକମାନେ ଆନ୍ଧ୍ର ପ୍ରତି ଅଛି l ସରକାର ଯଦି କଠୋର ପଦକ୍ଷେପ ନ ନିୟନ୍ତି ତେବେ କୋଟିଆ ଭୁଖଣ୍ଡ ପାଇଁ ବିପଦ ସୃଷ୍ଟି ହେବାର ଯଥେଷ୍ଠ ସମ୍ଭାବନା ରହିଛି l ଅlସନ୍ନ ଭବିଷ୍ୟତରେ ସରକାର ଏଭଳି ପରିସ୍ଥିତିକୁ କିଭଳି ଭାବେ ବିଚାରକୁ ନେବେ ଏହା ସମୟ ଉପରେ ନିର୍ଭର l ଏହି ଅବସରରେ ଅବିଭକ୍ତ କୋରାପୁଟ ଜ଼ିଲ୍ଲାରୁ ବହୁ ସଂଖ୍ୟକ ସାମାଜିକ କର୍ମୀ,ସମସ୍ତ ଦଳର ନେତୃବୃନ୍ଦ ତୃଣମୂଳ ସ୍ତରରେ ଉପସ୍ଥିତ ରହି ତର୍ଜମା କରୁଥିବାର ଦୃଷ୍ଟି ଗୋଚର ହୋଇଛି l

ଏମିତି ସ୍ଥିତିରେ କୋରାପୁଟ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଝିନ୍ନ ହିକକା, ଇଶ୍ୱର ପାଣିଗ୍ରାହୀ, ପୂର୍ବତନ କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝୀ, ପ୍ରିତମ ପାଡ଼ି, ଜୟପୁର ବିଧାୟକ ତାରା ପ୍ରସାଦ ବହିନୀପତି,ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବିଜୁ ଜନତା ଦଳର ବରିଷ୍ଟ ନେତା ଭୃଗୁ ବକ୍ସି ପାତ୍ର, କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ, କୋରାପୁଟ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଳକା, ରାଧା ବିନୋଦ ସାମନ୍ତରାୟ, କୋରାପୁଟ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା, ପଟ୍ଟାଙ୍ଗି ବିଧାୟକ ରାମ ଚନ୍ଦ୍ର କାଡାମ , ବରିଷ୍ଟ ଆଇନଜୀବି ତଥl ବିଜୁ ଜନତା ଦଳର ନେତା ଅଜିତ ପଟନାୟକ, ପ୍ରଶାନ୍ତ ମହାନ୍ତି,ଜ଼ିଲ୍ଲା ପ୍ରତିନିଧି ତଥା କୋଟପାଡ଼ ସାମ୍ବାଦିକ ସଂଘର ଉପସଭାପତି ବସନ୍ତ ପେଗଡ ସହିତ ଶତାଧିକ ନେତା ଓ କର୍ମୀ ଆନ୍ଧ୍ର ସରକାର ଏବଂ ସ୍ଥାନୀୟ ବାସିନ୍ଦାଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିଛନ୍ତି l କୋରାପୁଟ ଉପ ଜିଲାପାଳ ଫାବି ରସିଦ ସକ୍ରିୟତାର ସହିତ ଉପସ୍ଥିତ ରହିଥିବା ନଜରକୁ ଆସିଛି , ଏତଦ ବ୍ୟତୀତ ଜ଼ିଲ୍ଲା ସ୍ତରୀୟ- ସମସ୍ତ ବିଭାଗୀୟ କର୍ତୃପକ୍ଷ, ପୋଲିସ ଅଧିକାରୀ କର୍ମଚାରୀ,ସମସ୍ତ ଗଣ ମାଧ୍ୟ୍ୟମ ଉପସ୍ଥିତ ଥିଲେ l





