ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୩ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୩ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୩ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୩ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୩ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୩ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୩ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୩ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୪ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୪ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Special safety drive Rayagada Railway Division: ସତର୍କ ରୁହନ୍ତୁ, ଟ୍ରେନ୍‌ରେ ଦୀପାବଳି ବାଣ ଓ ଅନ୍ୟାନ୍ୟ ଦହନଶୀଳ ସାମଗ୍ରୀ ପରିବହନ ଏଡାଇବାକୁ ରାୟଗଡ଼ା ରେଳମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ

Special safety drive Rayagada Railway Division: ସତର୍କ ରୁହନ୍ତୁ, ଟ୍ରେନ୍‌ରେ ଦୀପାବଳି ବାଣ ଓ ଅନ୍ୟାନ୍ୟ ଦହନଶୀଳ ସାମଗ୍ରୀ ପରିବହନ ଏଡାଇବାକୁ ରାୟଗଡ଼ା ରେଳମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ – ସମୀକ୍ଷା ଖବର

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ:

ରାୟଗଡା :- ଟ୍ରେନ୍‌ରେ ଯାତ୍ରା ସମୟରେ ବାଣ, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ, କିରୋସିନ୍ ଆଦି ଦହନଶୀଳ ଓ ବିସ୍ଫୋରକ ସାମଗ୍ରୀ ବହନ କରିବା ରେଳ ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ଏବଂ ଏଥିପାଇଁ ଅପରାଧୀଙ୍କୁ କାରାଦଣ୍ଡ ହୋଇପାରେ। ଯାତ୍ରୀମାନଙ୍କ ରେଳଯାତ୍ରାକୁ ଅଧିକ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ରାୟଗଡ଼ା ରେଳମଣ୍ଡଳ ପକ୍ଷରୁ ଯାତ୍ରୀମାନଙ୍କୁ ଟ୍ରେନ୍‌ରେ ଏଭଳି ଦହନଶୀଳ ଓ ବିସ୍ଫୋରକ ସାମଗ୍ରୀ ନିଜେ ବହନ ନକରିବା ସହ ଅନ୍ୟ ଯାତ୍ରୀଙ୍କୁ ମଧ୍ୟ ଏହା ବହନ କରିବାକୁ ବାରଣ କରିବା ପାଇଁ ଅନୁରୋଧ କରାଯାଇଛି। ଆଗାମୀ ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ଟ୍ରେନ୍‌ରେ ବାଣ ପରିବହନ ଏଡାଇବା ପାଇଁ ରାୟଗଡ଼ା ରେଳମଣ୍ଡଳ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି। ଟ୍ରେନ୍‌ରେ ଦହନଶୀଳ ସାମଗ୍ରୀ ବହନ କରିବା ସମ୍ପୂର୍ଣ୍ଣ ନିଷିଦ୍ଧ। ଦୀପାବଳି ଉତ୍ସବ ସମୟରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ଲାଗି ରାୟଗଡ଼ା ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଅମିତାଭ ସିଂହଲ ସମ୍ପୃକ୍ତ ଅଧିକାରୀମାନଙ୍କୁ ଟ୍ରେନ୍‌ ଓ ଷ୍ଟେସନଗୁଡ଼ିକରେ କଡ଼ା ନଜର ରଖିବା ସହ ସ୍ୱତନ୍ତ୍ର ସୁରକ୍ଷା ଯାଞ୍ଚ ଅଭିଯାନ ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Special safety drive Rayagada Railway Division: ସତର୍କ ରୁହନ୍ତୁ, ଟ୍ରେନ୍‌ରେ ଦୀପାବଳି ବାଣ ଓ ଅନ୍ୟାନ୍ୟ ଦହନଶୀଳ ସାମଗ୍ରୀ ପରିବହନ ଏଡାଇବାକୁ ରାୟଗଡ଼ା ରେଳମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ – ସମୀକ୍ଷା

ଯଦି କୌଣସି ଯାତ୍ରୀଙ୍କୁ ଟ୍ରେନ୍‌ରେ ଦହନଶୀଳ କିମ୍ବା ବିସ୍ଫୋରକ ସାମଗ୍ରୀ ବହନ କରୁଥିବା ଦେଖାଯାଏ, ତେବେ ସହଯାତ୍ରୀମାନେ ତୁରନ୍ତ ରେଳ ସୁରକ୍ଷା ବଳ (RPF), ସରକାରୀ ରେଳବାଇ ପୋଲିସ (GRP), ଟିଟିଇ, କୋଚ୍ ଆଟେଣ୍ଡାଣ୍ଟ, ଟ୍ରେନ୍ ଗାର୍ଡ କିମ୍ବା ଷ୍ଟେସନ ମ୍ୟାନେଜରଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଛି। ଏହାଦ୍ୱାରା ଟ୍ରେନ୍‌ରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀମାନଙ୍କୁ ସମ୍ଭାବ୍ୟ ବିପଦରୁ ରକ୍ଷା କରାଯାଇପାରିବ। ଟ୍ରେନ୍‌ରେ ବାଣ କିମ୍ବା ଅନ୍ୟାନ୍ୟ ନିଷିଦ୍ଧ ଦହନଶୀଳ ସାମଗ୍ରୀ ପରିବହନ ସମ୍ପର୍କିତ ଯେକୌଣସି ଘଟଣା ଜଣାଇବା ପାଇଁ ଯାତ୍ରୀମାନେ ରେଳବାଇ ହେଲ୍ପଲାଇନ୍ ନମ୍ବର ୧୩୯ ରେ ଯୋଗାଯୋଗ କରିପାରିବେ। ଏଥିସହ ରାୟଗଡ଼ା ଡିଭିଜନର ସୁରକ୍ଷା ବିଭାଗ ପକ୍ଷରୁ ଯାତ୍ରୀ ଓ ରେଳ ବ୍ୟବହାରକାରୀଙ୍କୁ ବାଣ ଏବଂ ବିସ୍ଫୋରକ ସାମଗ୍ରୀ ଟ୍ରେନ୍‌ରେ ବହନ କରିବାର ବିପଦ ସମ୍ପର୍କରେ ସଚେତନ କରାଯାଉଛି। ସନ୍ଦେହଜନକ ପରିସ୍ଥିତିରେ ଟ୍ରେନ୍‌ଗୁଡ଼ିକରେ ଆକସ୍ମିକ ଓ ଅଚାନକ ଯାଞ୍ଚ ମଧ୍ୟ କରାଯାଉଛି।

Special safety drive Rayagada Railway Division: ସତର୍କ ରୁହନ୍ତୁ, ଟ୍ରେନ୍‌ରେ ଦୀପାବଳି ବାଣ ଓ ଅନ୍ୟାନ୍ୟ ଦହନଶୀଳ ସାମଗ୍ରୀ ପରିବହନ ଏଡାଇବାକୁ ରାୟଗଡ଼ା ରେଳମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ – ସମୀକ୍ଷା

ଏହା ବ୍ୟତୀତ ଷ୍ଟେସନ ଗୁଡ଼ିକରେ ଘୋଷଣା ମାଧ୍ୟମରେ ଯାତ୍ରୀମାନଙ୍କୁ ଏ ସମ୍ପର୍କରେ ସଚେତନ କରାଯାଉଛି। RPF ଓ GRP ସହ ସମନ୍ୱୟ ରକ୍ଷା କରି ରେଳ କର୍ମଚାରୀମାନଙ୍କ ଦ୍ୱାରା ଷ୍ଟେସନ ଓ ଟ୍ରେନ୍‌ରେ ନିୟମିତ ଏବଂ ଆକସ୍ମିକ ଯାଞ୍ଚ କରାଯିବ। ପାର୍ସଲ ଭ୍ୟାନ୍‌ରେ ଲୋଡ୍ ହେଉଥିବା ପାର୍ସଲ ଓ ଲଗେଜ୍‌ର ଯାଞ୍ଚ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଉଛି। ଟ୍ରେନ୍ ଏସକର୍ଟିଂ ଟିମ୍ ଏବଂ ‘ମେରି ସହେଲୀ’ ଟିମ୍‌କୁ ମଧ୍ୟ ଟ୍ରେନ୍ ଓ ଷ୍ଟେସନଗୁଡ଼ିକରେ ଦହନଶୀଳ ସାମଗ୍ରୀର ଅବୈଧ ପରିବହନ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ରାୟଗଡ଼ା ଡିଭିଜନ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଓ ନିରାପଦ ଦୀପାବଳି ପାଳନ କରିବା ସହ ରେଳଯାତ୍ରା ସମୟରେ ବାଣ ଓ ଅନ୍ୟାନ୍ୟ ଦହନଶୀଳ ସାମଗ୍ରୀ ବହନ ନକରିବାକୁ ଅନୁରୋଧ କରୁଛି। ଆପଣଙ୍କ ସତର୍କତା ହିଁ ସମସ୍ତଙ୍କ ସୁରକ୍ଷା।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର EOW raids MP N.Bhaskar Rao: ପୂର୍ବତନ ସାଂସଦ ଏନ୍‌. ଭାସ୍କର ରାଓଙ୍କ ବାସଭବନରେ ଇଓଡବ୍ଲ୍ୟୁର ଚଢ଼ାଉ