ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୫୪ ମିନିଟ ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୫୮ ମିନିଟ ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୧ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୧ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୧ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୧ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୧ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୧ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୧ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୧ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

KALI PUJA: କାଳୀପୂଜା ପୂର୍ବରୁ ପାଟଣାରେ ଜମୁଛି ବାଣ ବଜାର, ମିନି ଷ୍ଟାଡିୟମରେ ଗ୍ରାହକଙ୍କ ପ୍ରବଳ ଭିଡ଼

KALI PUJA: କାଳୀପୂଜା ପୂର୍ବରୁ ପାଟଣାରେ ଜମୁଛି ବାଣ ବଜାର, ମିନି ଷ୍ଟାଡିୟମରେ ଗ୍ରାହକଙ୍କ ପ୍ରବଳ ଭିଡ଼ – ସମୀକ୍ଷା ଖବର

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/ କେନ୍ଦୁଝର:

ପାଟଣା:୭/୧୧,ଆଉ ମାତ୍ର ଗୋଟିଏ ଦିନ ପରେ ଧରାବତରଣ କରିବେ ମା’ ଦକ୍ଷିଣକାଳୀ। ଆଲୋକର ପର୍ବ କାଳୀପୂଜା ଓ ଦୀପାବଳିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ଏବେ ଚଳଚଞ୍ଚଳ ହୋଇଉଠିଛି କେନ୍ଦୁଝର ଜିଲ୍ଲାର ପାଟଣା ଅଞ୍ଚଳ। ପୂଜାକୁ ନେଇ ସ୍ଥାନୀୟ ବଜାରରେ କିଣାକିଣି ଜୋରଦାର ହୋଇଥିବା ବେଳେ ବାଣ ବଜାରରେ ଗ୍ରାହକଙ୍କ ଭିଡ଼ ଜମିବାରେ ଲାଗିଛି।ଏହି ଅବସରରେ ପାଟଣା ବଜାର ନିକଟସ୍ଥ ମିନି ଷ୍ଟାଡିୟମ ପରିସରରେ ବିଭିନ୍ନ ବାଣ ଦୋକାନ ଖୋଲିଛି। ବାଣ କିଣିବା ପାଇଁ ଗ୍ରାହକମାନେ ଏଠାରେ ଭିଡ଼ ଜମାଉଛନ୍ତି। ବିଭିନ୍ନ ପ୍ରକାରର ରଙ୍ଗବେରଙ୍ଗର ବାଣ ସହ ତାଳଫୁଟୁକା, ଝିରିଝିରି, ଆକାଶବାଣ, କଚାବାଣ ଓ ଫୁଲଝରି ଆଦିର ଚାହିଦା ରହିଛି। ଦୋକାନଗୁଡ଼ିକରେ ବାଣ କିଣାବିକା ଜୋରସୋରରେ ଚାଲିଛି।ସେହିପରି କାଳୀପୂଜା ଓ ଦୀପାବଳି ପାଇଁ ନୂତନ ବସ୍ତ୍ର କିଣିବାକୁ ବସ୍ତ୍ର ଦୋକାନଗୁଡ଼ିକରେ ମଧ୍ୟ ଗ୍ରାହକଙ୍କ ଭିଡ଼ ଲାଗି ରହିଛି। ଏଥିସହ ମିଠା ଦୋକାନ ଓ ପୂଜା ସାମଗ୍ରୀ ଦୋକାନରେ ମଧ୍ୟ ବେଶ୍ ବ୍ୟବସାୟ ଜମିଛି। ମୋଟାମୋଟି ଭାବେ କାଳୀପୂଜା ଓ ଦୀପାବଳିକୁ ନେଇ ପାଟଣା ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ତେବେ ବାଣ କିଣିବା ଓ ବ୍ୟବହାର କରିବା ସମୟରେ ସରକାରୀ ନିୟମ ମାନିବା ସହ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସଚେତନ ମହଲରେ ମତ ପ୍ରକାଶ ପାଇଛି।

KALI PUJA: କାଳୀପୂଜା ପୂର୍ବରୁ ପାଟଣାରେ ଜମୁଛି ବାଣ ବଜାର, ମିନି ଷ୍ଟାଡିୟମରେ ଗ୍ରାହକଙ୍କ ପ୍ରବଳ ଭିଡ଼ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Uttar Pradesh Police gather information criminal Arjun Pradhan: ନନ୍ଦିପଦା ଥାନାରେ ଉତ୍ତରପ୍ରଦେଶ ପୋଲିସ୍ ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନ ସମ୍ପର୍କରେ ତଥ୍ୟ ସଂଗ୍ରହ