ବାସୁଦେବ ହାବାଡସିଂ/ ବାଣପୁର / ସମୀକ୍ଷା ନ୍ୟୁଜ:
ବାଣପୁର – ୧0/୧୧/୨୬, ଆଠମାସ ପରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ର ମା’ଭଗବତୀଙ୍କ ବାହାର ହୁଣ୍ଡି ଖୋଲାଯାଇଛି l ହୁଣ୍ଡିରୁ ବାହାରିଥିବା ଟଙ୍କା ସମେତ ସୁନା, ରୂପାର ଦ୍ରବ୍ୟ କୁ ବାଣପୁର ୟୁ.କୋ ବ୍ୟାଙ୍କରେ ଥିବା ମନ୍ଦିର ର ଜମା ଖାତାରେ ରଖାଯାଇଛି । ମନ୍ଦିର ପରିଚାଳନା କମିଟିର ସଭାପତି ତହସିଲଦାର ହରପ୍ରିୟା ମଲିକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ପୋଲିସ ଓ ସେବାୟତ ଙ୍କ ଉପସ୍ଥିତିରେ ବାହାର ହୁଣ୍ଡି ଖୋଲାଯାଇଥିଲା l ହୁଣ୍ଡିରୁ ଦୁଇ ଲକ୍ଷ୍ୟ ବାର ହଜାର ,ଦୁଇଶହ ସତତିରିଶ ଟଙ୍କା ବାହାରିବା ସହିତ 1 ଗ୍ରାମ 30ମିଲିଗ୍ରାମର 8ଗ୍ରାମ 600 ମିଲିଗ୍ରାମ ର ରୂପା ଅଳଙ୍କାର ବାହାରିଛି l






