ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୮ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୯ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୯ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୯ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୯ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୯ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୯ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୯ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୯ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୯ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Udala Town Review of the Master Plan: ଆଗାମି ୫୦ ବର୍ଷକୁ ଆଖିରେ ରଖି ଉଦଳା ସହର ମାଷ୍ଟର ପ୍ଲାନ ସମୀକ୍ଷା

Udala Town Review of the Master Plan: ଆଗାମି ୫୦ ବର୍ଷକୁ ଆଖିରେ ରଖି ଉଦଳା ସହର ମାଷ୍ଟର ପ୍ଲାନ ସମୀକ୍ଷା – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ :

ଉଦଳା, ୧୧/୧୧/୨୬ – ଉଦଳା ବିଜ୍ଞାପିତ ଅଂଚଳ ଘୋଷିତ ହେବାକୁ ୫୩ ବର୍ଷ ବିତିଗଲାଣି । ଇତି ମଧ୍ୟରେ ଏହାର ରଜତ ଓ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମଧ୍ୟ ବେଶ ଧୁମ ଧାମରେ ପାଳନ ହୋଇଯାଇଛି । ସହର ମଧ୍ୟରେ ଦିନକୁ ଦିନ ବଢ଼ୁଥିବା ଲୋକସଂଖ୍ୟା ସାଙ୍ଗକୁ ଯାନବାହାନ ଓ ପାରିପାର୍ଶ୍ବିକ ଆବଶ୍ୟକତା ମଧ୍ୟ ସେହି ପରିମାଣରେ ବଢ଼ିବାରେ ଲାଗିଲାଣି । ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧା ପାଇଁ ସହର ମଧ୍ୟ ଦେଇ ଯାନବାହନ ଚଳ ପ୍ରଚଳ କମାଇବା ପାଇଁ ତିଆରି ହେବ ବାଇପାସ ରୋଡ଼ । ଫଳରେ ଏହାର ମାଷ୍ଟର ପ୍ଲାନ ନେଇ ପ୍ରସ୍ତୁତି ଜରୁରୀ ହୋଇ ପଡ଼ିଛି । ତେବେ ସବୁଦିଗକୁ ନଜର ପକାଇ ମାଷ୍ଟର ପ୍ଲାନ ସକାଶେ ପ୍ରସ୍ତୁତ ହୋଇଥିବା ନକ୍ସା ଓ ଲୋକଙ୍କ ଆବଶ୍ୟକତାକୁ ନେଇ ପ୍ରସ୍ତୁତ କରାଯାଇଥିବା ଯୋଜନାର ରୂପରେଖ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ପାଇଁ ବୁଧବାର ଦିନ ସ୍ଥାନୀୟ ସନ୍ଧାନ ଗୃହ ପରିସରରେ ନିର୍ବାହୀ ଅଧିକାରୀ ପ୍ରିୟରଂଜନ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଥିବା ଜଣାପଡିଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମଢ଼େଇ ଯୋଗଦେଇ ସହରୀ ବିକାଶ ଯୋଜନାରେ ରାଜ୍ୟ ସରକାର ପ୍ରଦାନ କରୁଥିବା ଅର୍ଥରାଶି ସମ୍ପର୍କରେ ଅବଗତ କରାଇଥିଲେ । ସେହିଭଳି ନଗରପାଳ ପ୍ରମିଳା ପଣ୍ଡା ଉଦଳା ସହରକୁ ସବୁଦିଗରୁ ସରସ ସୁନ୍ଦର କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

Udala Town Review of the Master Plan: ଆଗାମି ୫୦ ବର୍ଷକୁ ଆଖିରେ ରଖି ଉଦଳା ସହର ମାଷ୍ଟର ପ୍ଲାନ ସମୀକ୍ଷା – ସମୀକ୍ଷା

ଅନ୍ୟ ମାନଙ୍କ ମଧ୍ୟରେ ଖଲାଡ଼ି ପଂଚାୟତର ସରପଂଚ ସସ୍ମିତା ବାରିକ, ଉଦଳାର ଆଡ଼ିସନାଲ ତହସିଲଦାର ବିଜେଶ ପରିଡ଼ା ପ୍ରମୁଖ ମଂଚାସୀନ ଅତିଥି ଭାବେ ଯୋଗ ଦେଇ ଚାଲିଥିବା ମାଷ୍ଟର ପ୍ଲାନକୁ ସଫଳ କରିବା ପାଇଁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହାପରେ ମାଷ୍ଟର ପ୍ଲାନର ମାନଚିତ୍ର ବ୍ୟାଖ୍ୟା ପୂର୍ବକ ସେଫାଳି ସେନାପତି, ଫାଲଗୁନି ଜେନା, ବିବେକ ଦାସମହାପାତ୍ର, ବାଦଲ କୁମାର ପ୍ରଧାନ ଓ ଆଶାଜଇଲାଇ ସାହା ପ୍ରମୁଖ ପ୍ଲାନର ରୂପରେଖ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିଥିଲେ । ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଏହି ପ୍ଲାନର ରୁପରେଖ ବିଷୟରେ କାହାର କିଛି ଆପତ୍ତି ଅଭିଯୋଗ ଥିଲେ ସିଧାସଳଖ ନିର୍ବାହୀ ଅଧିକାରୀଙ୍କୁ ଜଣାଇପାରିବେ ବୋଲି ବ୍ୟକ୍ତ କରିଥିଲେ । ଉଦଳା ବ୍ଲକର ପୁର୍ବତନ ଅଧ୍ୟକ୍ଷ ଶରତ ଚନ୍ଦ୍ର ଦାସ, ପୂର୍ବତନ ନଗରପାଳ ସୌଭାଗ୍ୟ କୁମାର ସାହୁ, ସ୍ୱେଛାସେବୀ ସଂଗଠନ ‘ଷ୍ଟାର’ର ଗଦାଧର ଦାଶ, ଉଦଳା ଥାନାର ଆଇଆଇସି ବନମାଳି ବାରିକ, ଜଙ୍ଗଲ ବିଭାଗର ରେଂଜ ଅଫିସର ସୁଶାନ୍ତ କୁମାର ବାଗ, ସିଆରସିସି ଗୌର କିଶୋର ବିନ୍ଧାଣି, ୱାଟକୋ ବିଭାଗର ସୁଧାଂଶୁ ଶେଖର ମହାପାତ୍ର, ଏମ୍‌ଏସ୍‌ଏମ୍‌ଇ ର ଆସିଷ୍ଟାଣ୍ଡ ଇଣ୍ଡଷ୍ଟ୍ରିଜ ଅଫିସର ସବିତା ନାୟକ ଙ୍କ ସମେତ ବିଭିନ୍ନ ୱାଡ଼ର ମେମ୍ବର, ଗଣମାଧ୍ୟମର ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ସଂଜୟ କୁମାର ପାଢ଼ି ପ୍ରାରମ୍ଭରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ସହ ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Khordha Millet Day: ଖୋରଧାରେ ମାଣ୍ଡିଆ ଦିବସ ପାଳିତ