ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୮ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୮ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୮ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୮ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୮ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୮ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୮ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୯ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୯ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୯ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

BJD leader Ratikanta Pariksha Passing away: ରାଇରଙ୍ଗପୁର ଅଞ୍ଚଳର ପୂର୍ବତନ ସାମ୍ବାଦିକ ସଂଘ ସଭାପତି, ମୟୂରଭଞ୍ଜ ତଥା ବିଜେଡି ନେତା ରତିକାନ୍ତ ପରୀକ୍ଷାଙ୍କ ଦେହାନ୍ତ

BJD leader Ratikanta Pariksha Passing away: ରାଇରଙ୍ଗପୁର ଅଞ୍ଚଳର ପୂର୍ବତନ ସାମ୍ବାଦିକ ସଂଘ ସଭାପତି, ମୟୂରଭଞ୍ଜ ତଥା ବିଜେଡି ନେତା ରତିକାନ୍ତ ପରୀକ୍ଷାଙ୍କ ଦେହାନ୍ତ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ରାଇରଙ୍ଗପୁର, ୧୨/୧୧/୨୬ – ମୟୁରଭଞ୍ଜ ଜିଲ୍ଲାରେ ୨0୧୭ ମସିହା ପର୍ଯ୍ୟନ୍ତ ଜିଲ୍ଲା ସାମ୍ବାଦିକ ସଂଘର ପୂର୍ବତନ ସଭାପତି ରତିକାନ୍ତ ପରୀକ୍ଷାଙ୍କ ଅକାଳ ବିୟୋଗ ସାମ୍ବାଦିକ ପରିବାର ବ୍ୟତୀତ ସମାଜସେବା କ୍ଷେତ୍ରରେ ଅତ୍ୟନ୍ତ ଦୁଃଖ ଦେଇଛି । ଏହା ବ୍ୟତୀତ ସେ ସମ୍ବାଦ ଖବରକାଗଜ ପ୍ରତିନିଧି ବ୍ୟତୀତ ରାଇରଙ୍ଗପୁର ବିଜେଡିର ଜଣେ ବରିଷ୍ଠ ନେତା ଭାବେ ବେଶ ପରିଚିତ । ରତିକାନ୍ତ ପରୀକ୍ଷା(୫୭) ବୁଧବାର ରାତି ୩ ରେ ଭୁବନେଶ୍ଵରର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଥିବା ଖବର ପ୍ରଚାରିତ ସମସ୍ତଙ୍କୁ ସ୍ତବ୍ଧ କରିଦେଲା । ତେବେ ସେ ଦିର୍ଘଦିନ ଧରି ଶାରିରୀକ ଅସୁସ୍ଥ ଥିଲେ । ତାଙ୍କ ମରଶରୀର ଭୁବନେଶ୍ବରରୁ ରାଇରଙ୍ଗପୁରସ୍ଥ ବିକାଶ ନଗର ଵାସଭଵନକୁ ଗୁରୁବାର ରାତି ୭.୩୦ଟାରେ ଅଣା ଯାଇଥିଲା । ସେ ଜଣେ ଅମାୟିକ, ସେନାପତି, ମିଷ୍ଟଭାଷୀ, ପରୋପକାରୀ ଦରଦି ମଣିଷ ଥିଲେ ।ରାଇରଙ୍ଗପୁର ଅଞ୍ଚଳରେ ସେ ରତିଆ ନନା ଭାବେ ପରିଚିତ ଥିଲେ ।ସାମ୍ବାଦିକତା ରୁ ବିଜେଡି ରାଜନେତା ହୋଇଥିଲେ । ବିଜେଡି ସରକାର ସମୟରେ ସେ ବିଜୁ ସେତୁ ନିଗମର ଦାୟିତ୍ବରେ ମଧ୍ୟ ରହିଥିଲେ । ତାଙ୍କ ଦେହାନ୍ତରେ ରାଇରଙ୍ଗପୁର ତଥା ସମଗ୍ର ରାଜ୍ୟରେ ଶୋକରେ ଛାୟା ଖେଳିଯାଇଛି । ତାଙ୍କର ପତ୍ନୀ ନନ୍ଦିନୀ ପଣ୍ଡା ଅଲ ଓଡ଼ିଶା ଅଙ୍ଗନବାଡ଼ି ର ରାଜ୍ୟ ସଭାନେତ୍ରୀ ଏବଂ ପୁତ୍ର ଅରିଜିତ୍ ପରୀକ୍ଷା ସାମ୍ବାଦିକତା କରୁଛନ୍ତି । ତାଙ୍କର ବଡ଼ଭାଇ ପ୍ରଶାନ୍ତ ପରୀକ୍ଷା ସେବା ନିବୃତ ଅଧ୍ୟାପକ ଭାବେ ଅବସର ଗ୍ରହଣ କରିଛନ୍ତି । ତାଙ୍କର ମଝିଆ ଭାଇ ସୁଶାନ୍ତ ପରୀକ୍ଷା ସେବା ନିବୃତ ପ୍ରଧାନ ଶିକ୍ଷକ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ରାଇରଙ୍ଗପୁର ସାମ୍ବାଦିକ ପରିବାର, ଅଙ୍ଗନବାଡ଼ି କର୍ମୀ, ବିଜେଡ଼ିର ନେତୃବୃନ୍ଦ ତାଙ୍କ ବିକାଶ ନଗର ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ । ତାଙ୍କ ମର ଶରୀରକୁ ରାଇରଙ୍ଗପୁର ରାଉତଖମାରସ୍ଥ ସ୍ଵର୍ଗଦ୍ଵାରକୁ ନିଆଯାଇଥିଲା ଏବଂ ତାଙ୍କ ପୁତ୍ର ଅରିଜିତ ପରୀକ୍ଷା ମୁଖାଗ୍ନି ଦେଇଥିବା ଜଣାପଡ଼ିଛି । ମୟୂରଭଞ୍ଜ ସାମ୍ବାଦିକ ସଂଘ ତରଫରୁ ମଧ୍ୟ ବିଭିନ୍ନ ବ୍ଳକରେ ତାଙ୍କ ଶୋକସଭା ପାଳନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

BJD leader Ratikanta Pariksha Passing away: ରାଇରଙ୍ଗପୁର ଅଞ୍ଚଳର ପୂର୍ବତନ ସାମ୍ବାଦିକ ସଂଘ ସଭାପତି, ମୟୂରଭଞ୍ଜ ତଥା ବିଜେଡି ନେତା ରତିକାନ୍ତ ପରୀକ୍ଷାଙ୍କ ଦେହାନ୍ତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର National Bandana Festival: ଦ୍ୱିତୀୟ ଦିନରେ ଆଗୁଆଡ଼ ଜାତୀୟ ବାନ୍ଦନା ପରବ-୨୦୨୬, ଆସାମରୁ ପହଞ୍ଚିଲେ କୁଡୁମୀ ସମାଜର ପ୍ରତିନିଧି, ଝୁମର ନୃତ୍ୟରେ ଝୁମିଲେ ସଭିଏଁ