ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୮ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୮ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୮ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୮ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୮ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୮ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୯ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୯ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୯ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୯ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

National Bandana Festival: ଦ୍ୱିତୀୟ ଦିନରେ ଆଗୁଆଡ଼ ଜାତୀୟ ବାନ୍ଦନା ପରବ-୨୦୨୬, ଆସାମରୁ ପହଞ୍ଚିଲେ କୁଡୁମୀ ସମାଜର ପ୍ରତିନିଧି, ଝୁମର ନୃତ୍ୟରେ ଝୁମିଲେ ସଭିଏଁ

National Bandana Festival: ଦ୍ୱିତୀୟ ଦିନରେ ଆଗୁଆଡ଼ ଜାତୀୟ ବାନ୍ଦନା ପରବ-୨୦୨୬, ଆସାମରୁ ପହଞ୍ଚିଲେ କୁଡୁମୀ ସମାଜର ପ୍ରତିନିଧି, ଝୁମର ନୃତ୍ୟରେ ଝୁମିଲେ ସଭିଏଁ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୨/୧୧/୨୬ – ଏକ ନୂତନ ଇତିହାସ ଗଢିବାକୁ ଯାଉଥିବା ଲକ୍ଷ୍ୟରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଆଗୁଆଡ଼ ଗ୍ରାମରେ ଆଦିବାସୀ କୁଡୁମୀ ସମାଜ ପକ୍ଷରୁ ଆୟୋଜିତ ତିନିଦିନିଆ ଜାତୀୟ ବାନ୍ଦନା ପରବ-୨୦୨୬ ଦ୍ୱିତୀୟ ଦିନରେ ଉତ୍ସବମୁଖର ହୋଇଉଠିଛି । ଏହି ଅବସରରେ ଆସାମ ସମେତ ବିଭିନ୍ନ ରାଜ୍ୟରୁ କୁଡୁମୀ ସମାଜର ପ୍ରତିନିଧିମାନେ ପହଞ୍ଚିଥିବା ବେଳେ ବ୍ୟାପକ ଜନ ସମାଗମରେ ପରବ ପରିସର ଚଳଚଞ୍ଚଳ ହୋଇପଡ଼ିଥିଲା । ପରବ ଅବସରରେ କୁଡୁମାଲୀ ସଂସ୍କୃତିର ପାରମ୍ପରିକ ପିଠାପଣା ଷ୍ଟଲ ଖୋଲାଯାଇଛି । ଲୋକଙ୍କ ପସନ୍ଦ ସହ ଭଲ ବ୍ୟବସାୟ ମଧ୍ୟ ହେଉଅଛି ବୋଲି ବହୁ ମତ ମିଳିଥିଲା । ଏହା ସହିତ କୁଡୁମୀ ସଂସ୍କୃତିର ଅନନ୍ୟ ପରିଚୟ ଝୁମର ନୃତ୍ୟ ସେମିନାର ଆୟୋଜିତ ହୋଇଥିଲା । ଶହ ଶହ ମହିଳା ଏକତ୍ରିତ ହୋଇ ଗୋଟିଏ ଗୀତ ଓ ମାଦଳ ତାଳରେ ଝୁମର ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିବା ସହିତ ଏକତାର ବାର୍ତ୍ତା ବାଣ୍ଟିବା ଭଳି ଅନୁଭବ ହେବା ସହ ଉତ୍ସବ ପଡିଆ ଦୁଲୁକି ଯାଉଛି ।

National Bandana Festival: ଦ୍ୱିତୀୟ ଦିନରେ ଆଗୁଆଡ଼ ଜାତୀୟ ବାନ୍ଦନା ପରବ-୨୦୨୬, ଆସାମରୁ ପହଞ୍ଚିଲେ କୁଡୁମୀ ସମାଜର ପ୍ରତିନିଧି, ଝୁମର ନୃତ୍ୟରେ ଝୁମିଲେ ସଭିଏଁ – ସମୀକ୍ଷା

ଏହି ଅବସରରେ ଆୟୋଜିତ ଅତିଥି ସମାବେଶରେ ମୁଖ୍ୟ ଅତିଥି ଭାବେ ଝାଡ଼ଖଣ୍ଡର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଦେଶ ମାହତୋ ଯୋଗଦେଇଥିଲେ । ସେହିପରି ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀ ରାଜେଶ ମାହତୋ, ରାଜ୍ୟସଭାର ପୂର୍ବତନ ସାଂସଦ ମମତା ମହାନ୍ତ, ଆଦିବାସୀ କୁଡ଼ମି ସମାଜର କେନ୍ଦ୍ରୀୟ ସଭାପତି ଶଶାଙ୍କ ଶେଖର ମାହତୋ, ସମାଜସେବୀ ଅମିତ ମାହତୋ, ଓଡ଼ିଶା କୁଡୁମୀ ସେନାର ସଭାପତି ଦିବ୍ୟାସିଂହ ମହାନ୍ତ, ଆସାମର ଦମନ କୁର୍ମୀ, କେନ୍ଦ୍ରୀୟ ଉପସଭାପତି ଡ. ମନୋଜ କୁମାର ମହାନ୍ତ, ଆସାମ କୁର୍ମୀ ସମାଜର ରାଜ୍ୟ ସମ୍ପାଦିକା ମନୁମତୀ କୁର୍ମୀ, ଡି. ଧର୍ମେଶ କୁର୍ମୀ, କେନ୍ଦୁଝରର ଖିରୋଦ ମହାନ୍ତ, ଶରତ ମହାନ୍ତ ଓ ମିତ୍ରଭାନୁ ମହାନ୍ତ, ଚାରି ଗୁରୁ ଦେହୁରୀ ସନ୍ତୋଷ କଟିଆର, ଝାଡ଼ଖଣ୍ଡର ଦୀପକ ପୁରିୟାର, ସୁନ୍ଦରଗଡ଼ର ଧ୍ରୁବଚରଣ ମହାନ୍ତ ଓ ପଶ୍ଚିମବଙ୍ଗର ମନରଞ୍ଜ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ।

କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସେମିନାର, ୨ଟା ୩୦ରୁ ୩ଟା ପର୍ଯ୍ୟନ୍ତ ଝୁମର ନୃତ୍ୟ ଏବଂ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅତିଥି ସମାବେଶ ଅନୁଷ୍ଠିତ ହୋଇଥିଲା । ରାତିରେ ଝୁମର ମେଲୋଡି କାର୍ଯ୍ୟକ୍ରମ ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣ ରହିଥିଲା । ଏହି ଜାତୀୟ ପରବ ମାଧ୍ୟମରେ କୁଡୁମୀ ସମାଜର ଭାଷା, ସଂସ୍କୃତି, ପରମ୍ପରା ଓ ସାମାଜିକ ଏକତାର ବାର୍ତ୍ତା ଦେଶର ବିଭିନ୍ନ ପ୍ରାନ୍ତରେ ପହଞ୍ଚାଇବାର ଉଦ୍ୟମ କରାଯାଇଛି । ଆସନ୍ତାକାଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଗମନ ନେଇ ବିଭିନ୍ନ ଅଧିକାରୀ ସ୍ଥଳ ପରିଦର୍ଶନ କରିବା ଦେଖା ଦେଇଥିଲା ।

National Bandana Festival: ଦ୍ୱିତୀୟ ଦିନରେ ଆଗୁଆଡ଼ ଜାତୀୟ ବାନ୍ଦନା ପରବ-୨୦୨୬, ଆସାମରୁ ପହଞ୍ଚିଲେ କୁଡୁମୀ ସମାଜର ପ୍ରତିନିଧି, ଝୁମର ନୃତ୍ୟରେ ଝୁମିଲେ ସଭିଏଁ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Voter Awareness: ପ୍ରବନ୍ଧ ଓ କୁଇଜ଼ ପ୍ରତିଯୋଗିତା ମାଧ୍ୟମରେ ଭୋଟର ସଚେତନତା