ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୫ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୫ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୫ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୬ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୬ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୬ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୬ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୬ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୬ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୬ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Nasha Mukt Bharat Abhiyan: ଉପଜିଲ୍ଲାପାଳଙ୍କ ଦ୍ୱାରା ନିଶାମୁକ୍ତ ଭାରତ ଅଭିଯାନ ସଚେତନତା ରଥର ଶୁଭାରମ୍ଭ

Nasha Mukt Bharat Abhiyan: ଉପଜିଲ୍ଲାପାଳଙ୍କ ଦ୍ୱାରା ନିଶାମୁକ୍ତ ଭାରତ ଅଭିଯାନ ସଚେତନତା ରଥର ଶୁଭାରମ୍ଭ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୯/୧୧/୨୬ – ଚୋରା ନିଶାଦ୍ରବ୍ୟ ବିକ୍ରି, ଚାଲାଣ ତଥା ନିଶାଭିମୁଖୀ ଜନସାଧାରଣଙ୍କୁ ନିଶାରୁ ଦୂରେଇ ରହିବାକୁ ବିଭିନ୍ନ ସଚେତନତା ବାଦ ବିଭିନ୍ନ ସମୟରେ ଆନ୍ଦୋଳନ ମଧ୍ୟ ଜାରି ରହିଛି । ଏହି କ୍ରମରେ ଭାରତ ସରକାରଙ୍କ ମିଶନ ସ୍ପନ୍ଦନ ଅଧୀନସ୍ଥ ନିଶାମୁକ୍ତ ଭାରତ ଅଭିଯାନ କ୍ରମରେ ଆଜି ରାଇରଙ୍ଗପୁର ଠାରେ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ନିଶା ନିବାରଣ ଓ ନିଶାମୁକ୍ତ ସମାଜ ଗଠନ ଉଦ୍ଦେଶ୍ୟରେ ଏକ ସଚେତନତା ରଥକୁ ପତାକା ଦେଖାଇ ରାଇରଙ୍ଗପୁର ଉପଜିଲ୍ଲାପାଳ ଉଗ୍ରେସନ ଓରାମ ଶୁଭାରମ୍ଭ କରିଛନ୍ତି । ଏହି ଭ୍ରାମ୍ୟମାଣ ସଚେତନତା ରଥ ଉପଖଣ୍ଡର ବିଭିନ୍ନ ବ୍ଲକକୁ ପରିକ୍ରମାରେ ଯାଇ ଜନସାଧାରଣଙ୍କୁ ନିଶାଦ୍ରବ୍ୟ ସେବନର କୁପରିଣାମ, ଏହାର ଶାରୀରିକ, ମାନସିକ ଓ ସାମାଜିକ ପ୍ରଭାବ ସମ୍ପର୍କରେ ବୁଝାଇବା ସହ ନିଶାଠାରୁ ଦୂରେଇ ରହି ଏକ ସୁସ୍ଥ ଓ ଶୃଙ୍ଖଳିତ ଜୀବନଯାପନ କରିବାକୁ ପରାମର୍ଶ ଦେଇ ସଚେତନତା ବାର୍ତ୍ତା ପହଞ୍ଚାଇବ ।

Nasha Mukt Bharat Abhiyan: ଉପଜିଲ୍ଲାପାଳଙ୍କ ଦ୍ୱାରା ନିଶାମୁକ୍ତ ଭାରତ ଅଭିଯାନ ସଚେତନତା ରଥର ଶୁଭାରମ୍ଭ – ସମୀକ୍ଷା

ଏହି ଅବସରରେ ରାଇରଙ୍ଗପୁର ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ପିଏମ ଶ୍ରୀ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ରାଇରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ କାର୍ଯ୍ୟାଳୟର କର୍ମଚାରୀଙ୍କ ସମେତ ସଫେଇକର୍ମଚାରୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ମଧ୍ୟ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନ କରାଯିବା ସହ ନିଶାମୁକ୍ତ ଜୀବନଶୈଳୀ ଆପଣାଇବା, ନିଜ ପରିବାର ଓ ସମାଜର ସୁସ୍ଥତା ପାଇଁ ସଚେତନ ରହିବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା । ନିଶାମୁକ୍ତ ଭାରତ ଗଠନ ଦିଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା, ଆତ୍ମସଂଯମ ଓ ସାମୂହିକ ଉଦ୍ୟମର ଆବଶ୍ୟକତା ରହିଥିବା ବିଷୟରେ ଆଲୋକପାତ କରାଯାଇଥିଲା । ଉପସ୍ଥିତ ସଭିଏଁ ଶପଥ ପାଠ ଜରିଆରେ ନିଶାକୁ ପରିହାର କରିବା ପାଇଁ ସଂକଳ୍ପ ନେଇଥିଲେ ଏବଂ ନିଶା ବା ମାଦକ ଦ୍ରବ୍ୟରେ ଅଭ୍ୟସ୍ତ ବ୍ୟକ୍ତି ଏଥିରୁ ମୁକ୍ତି ପାଇଁ ପ୍ରଜାପତି ବ୍ରହ୍ମ କୁମାରୀ ଅନୁଷ୍ଠାନ ଦ୍ୱାରା ପ୍ରଦତ୍ତ ରାଜଯୋଗ ଶିକ୍ଷାକୁ ଆପଣେଇଵା ପାଇଁ ପରାମର୍ଶ ଦିଆଯାଇଥିଲା । ପ୍ରଜାପତି ବ୍ରହ୍ମା କୁମାରୀ ଈଶ୍ୱରୀୟ ଅନୁଷ୍ଠାନର ଏଭଳି ଗଠନମୂଳକ ପଦକ୍ଷେପକୁ ଉପଜିଲ୍ଲାପାଳ ସାଧୁବାଦ ଜଣାଇବା ସହିତ ଏହି ସଚେତନତା କାର୍ଯ୍ୟକ୍ରମ ଏକ ସୁସ୍ଥ, ସୁନ୍ଦର ଓ ନିଶାମୁକ୍ତ ସମାଜ ଗଠନରେ ସହାୟକ ହେବ ବୋଲି ଆଶା ପୋଷଣ କରିଛନ୍ତି ଏବଂ ଆବଶ୍ୟକ ପ୍ରଶାସନିକ ସହଯୋଗ ଯୋଗାଇଦେବା ନିମନ୍ତେ ସହମତି ପ୍ରକାଶ କରିଛନ୍ତି । ଏଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ସ୍ତରରେ ପ୍ରଶଂସା କରାଯାଇଥିବା ବେଳେ ପ୍ରଶାସନିକ କଟକଣା ଜୋରଦାର ଲାଗୁ ହେଲେ ନିଶାରେ ରୋକ ଲଗାଯାଇପାରିବ ବୋଲି ମତ ପ୍ରକାଶ ପାଇଥିବା ଜଣାପଡିଛି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Cyclone people in low lying areas:ବାତ୍ୟା ପାଇଁ ତଳିଆ ଅଂଚଳ ଲୋକଙ୍କୁ ସ୍ଥାନାନ୍ତର ପକ୍ରିୟା ଆରମ୍ଭ