ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୫ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୫ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୫ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୬ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୬ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୬ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୬ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୬ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୬ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୬ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Ganja seizure case: ଗଞ୍ଜେଇ ଜବତ ଘଟଣାରେ ଅବକାରୀ ବିଭାଗର ତଥ୍ୟ ଦେବାରେ ଅବହେଳା!

Ganja seizure case: ଗଞ୍ଜେଇ ଜବତ ଘଟଣାରେ ଅବକାରୀ ବିଭାଗର ତଥ୍ୟ ଦେବାରେ ଅବହେଳା! – ସମୀକ୍ଷା ଖବର

ଜିତେନ୍ଦ୍ର ରାଜ/କରଞ୍ଜିଆ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:

ଘଟଣାର ଦିନକ ପରେ ମିଳିଲା ସୂଚନା, ସାମ୍ବାଦିକଙ୍କ ବାରମ୍ବାର ଉଦ୍ୟମ ପରେ ଖୋଲିଲା ତଥ୍ୟ

ମାଦକଦ୍ରବ୍ୟର ଚୋରା କାରବାର ଓ ଅବୈଧ ଚାଲାଣ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢ଼ାଉ କରାଯାଉଛି। ମାତ୍ର ବିଭାଗର ଏହି କାର୍ଯ୍ୟଧାରା ସହିତ ଖବର ପ୍ରଦାନରେ ଅବହେଳାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଗଞ୍ଜେଇ ଜବତ ଓ ଜଣେ ଅଭିଯୁକ୍ତ ଗିରଫ ହେବା ଭଳି ଗୁରୁତ୍ୱପୂର୍ଣ୍ଣ ଘଟଣାର ସୂଚନା ଘଟଣା ଦିନ ଗଣମାଧ୍ୟମକୁ ଦିଆନଯିବା ବିଭାଗର ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱକୁ ନେଇ ଆଲୋଚନାର ବିଷୟ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୧୮ ନଭେମ୍ବର ୨୦୨୬ରେ ରରୁଆଁ ଥାନା ଅନ୍ତର୍ଗତ ସାରୁବିଲି ଗ୍ରାମର ସାପ୍ତାହିକ ହାଟ ସମ୍ମୁଖ ରାସ୍ତାରେ ସୁକୃଳି ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ ୨ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୨ ହଜାର ଟଙ୍କା ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ପ୍ରଶାନ୍ତ ବେହେରା (୫୦) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ ମାମଲା ନମ୍ବର ୧୨୮/୨୦୨୬-୨୭ ରୁଜୁ କରିବା ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଛି। ରାଇରଙ୍ଗପୁର ଅବକାରୀ ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ନେତୃତ୍ୱରେ ସୁକୃଳି ଅବକାରୀ ଥାନା ଅଧିକାରୀ ମୋନାଲିସା ସାମଲଙ୍କ ସମେତ ବହଳଦା, ଯଶିପୁର ଓ ବିଶୋଇ ଅବକାରୀ ଥାନା ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ହୋଇଥିଲେ।

Ganja seizure case: ଗଞ୍ଜେଇ ଜବତ ଘଟଣାରେ ଅବକାରୀ ବିଭାଗର ତଥ୍ୟ ଦେବାରେ ଅବହେଳା! – ସମୀକ୍ଷା

ତେବେ ଘଟଣାଟି ୧୮ ତାରିଖରେ ଘଟିଥିଲେ ମଧ୍ୟ ସେହିଦିନ ଅବକାରୀ ବିଭାଗ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନଥିଲା। ସାମ୍ବାଦିକମାନେ ବାରମ୍ବାର ଯୋଗାଯୋଗ କରିବା ସହ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ କରିବା ପରେ ଦିନକ ପରେ ବିଭାଗ ପକ୍ଷରୁ ଏହି ଘଟଣାର ବିବରଣୀ ଦିଆଯାଇଥିଲା। ଏଠାରେ ପ୍ରଶ୍ନ ଉଠୁଛି, ଅବକାରୀ ବିଭାଗର ଚଢ଼ାଉ, ଜବତ ଓ ଗିରଫ ଭଳି ଘଟଣାର ସୂଚନା ଗଣମାଧ୍ୟମକୁ ସମୟୋଚିତ ଭାବେ ଦେବାରେ ଅସୁବିଧା କେଉଁଠି? ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ବିଭାଗର କାର୍ଯ୍ୟାନୁଷ୍ଠାନ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଯେତିକି ଆବଶ୍ୟକ, ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ମଧ୍ୟ ସେତିକି ଜରୁରୀ। ତେଣୁ ଏଭଳି ଘଟଣାରେ ସୂଚନା ପ୍ରଦାନରେ ବିଳମ୍ବ ହେବାର କାରଣ ବିଭାଗ ସ୍ପଷ୍ଟ କରିବା ସହ ଆଗାମୀ ଦିନରେ ଗଣମାଧ୍ୟମକୁ ସମୟୋଚିତ ତଥ୍ୟ ଯୋଗାଇବା ପାଇଁ ଯତ୍ନବାନ ହେବା ଆବଶ୍ୟକ ବୋଲି ସଚେତନ ମହଲରେ ମତ ପ୍ରକାଶ ପାଇଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Golamunda Tehsildar caught while accepting a bribe of Rs 10,000 for land identification: ଜମି ଚିହ୍ନଟ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ଗୋଳାମୁଣ୍ଡା ତହସିଲଦାର