ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୨ ମିନିଟ ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୫ ମିନିଟ ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୧୦ ମିନିଟ ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୧୬ ମିନିଟ ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୨୧ ମିନିଟ ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୨୫ ମିନିଟ ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୩୨ ମିନିଟ ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୪୪ ମିନିଟ ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୫୩ ମିନିଟ ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୧ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

‘Solar Chariot’ launched in Nabarangpur: ନବରଙ୍ଗପୁରରେ ‘ସୋଲାର ରଥର’ ଶୁଭାରମ୍ଭ

‘Solar Chariot’ launched in Nabarangpur: ନବରଙ୍ଗପୁରରେ ‘ସୋଲାର ରଥର’ ଶୁଭାରମ୍ଭ – ସମୀକ୍ଷା ଖବର

ବିଭୁତି ପ୍ରସାଦ ପଣ୍ଡା /ଜିଲ୍ଲା ପ୍ରତିନିଧି/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ: ୧୯ ନଭେମ୍ବର

ଜନସାଧାରଣଙ୍କ ମଧ୍ୟରେ ସୌର ଶକ୍ତିର ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାର ବ୍ୟାପକ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଆଜି ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ପତାକା ଦେଖାଇ ଏହି ରଥର ଶୁଭଉଦଘାଟନ କରିଥିଲେ l ଏହି ଅବସରରେ ଟିପିଏସ୍‌ଓଡିଏଲ୍‌ର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ମିଲିନ୍ଦ ପ୍ରଭାକର କୁଲକର୍ଣ୍ଣୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ତଥା ଜୟପୁର ସର୍କଲର ଜୋନାଲ୍ ମୁଖ୍ୟ ଶ୍ରୀ ମନ୍ମଥ ନାଥ ମିଶ୍ର, ଜୟପୁର ସର୍କଲ ମୁଖ୍ୟ ଶ୍ରୀ ଟି. ତପନରଶ୍ମି ସୁବୁଦ୍ଧି ଏବଂ ନବରଙ୍ଗପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ଶ୍ରୀ ଅଶୋକ କୁମାର ରାଉତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲାଙ୍କ ସମେତ ଟିପିଏସ୍‌ଓଡିଏଲ୍‌ର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ସୋଲାର ରଥ ଜିଲ୍ଲାର ସମସ୍ତ ବ୍ଲକ୍, ଗ୍ରାମ ପଞ୍ଚାୟତ, ସ୍ଥାନୀୟ ବଜାର ଓ ବିଭିନ୍ନ ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ ସୌର ଶକ୍ତିର ଉପକାରିତା, ଘରୋଇ ସୌର ପ୍ୟାନେଲ୍ ସ୍ଥାପନ ପ୍ରକ୍ରିୟା ଏବଂ ସରକାରୀ ଯୋଜନାରେ ମିଳୁଥିବା ସୁବିଧା ସମ୍ପର୍କରେ ସଚେତନ କରିବ। ଏହି ପ୍ରଚାର ଅଭିଯାନରେ ରେଡିଓ ଜିଙ୍ଗଲ୍‌ ମାଧ୍ୟମରେ ଯୋଜନା ସମ୍ପର୍କିତ ସୂଚନା ପ୍ରସାର କରାଯିବା ସହ ସୋଲାର ସାଥୀମାନେ ଲୋକଙ୍କୁ ସୂଚନା, ଶିକ୍ଷା ଓ ଯୋଗାଯୋଗ (IEC) ସମ୍ବନ୍ଧୀୟ ପ୍ରଚାରପତ୍ର ବଣ୍ଟନ କରିବେ। ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ ୪,୩୪୩ ଜଣ ବିଦ୍ୟୁତ୍ ଉପଭୋକ୍ତା ବିଭିନ୍ନ ଯୋଜନା ଅଧୀନରେ ସୌର ପ୍ୟାନେଲ୍ ସ୍ଥାପନ କରିଛନ୍ତି।

‘Solar Chariot’ launched in Nabarangpur: ନବରଙ୍ଗପୁରରେ ‘ସୋଲାର ରଥର’ ଶୁଭାରମ୍ଭ – ସମୀକ୍ଷା

ସେଥିମଧ୍ୟରୁ ୨,୫୨୩ ଜଣ ଉପଭୋକ୍ତା ULA ଯୋଜନାରେ ୧ କିଲୋୱାଟ୍ କ୍ଷମତା ବିଶିଷ୍ଟ ସୌର ବ୍ୟବସ୍ଥା ଗ୍ରହଣ କରିଥିବା ବେଳେ ୧,୮୨୦ ଜଣ ଉପଭୋକ୍ତା ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନାରେ ୨ କିଲୋୱାଟ୍ ଓ ୩ କିଲୋୱାଟ୍ କ୍ଷମତା ବିଶିଷ୍ଟ ସୌର ବ୍ୟବସ୍ଥା ସ୍ଥାପନ କରିଛନ୍ତି। ଏହି ଯୋଜନାଗୁଡ଼ିକ ମାଧ୍ୟମରେ ଉପଭୋକ୍ତାମାନେ ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହ ସ୍ୱଚ୍ଛ, ଶସ୍ତା ଓ ପରିବେଶ ଅନୁକୂଳ ଶକ୍ତିର ସୁବିଧା ପାଇପାରୁଛନ୍ତି। ଏଥିସହ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଓ ସବ୍‌ସିଡି ପ୍ରଦାନ କରାଯାଉଛି। ULA ଯୋଜନାରେ ୧ କିଲୋୱାଟ୍ ସୌର ବ୍ୟବସ୍ଥା ପାଇଁ ୫୮,୧୨୫ ଟଙ୍କାର ସବ୍‌ସିଡି ମିଳୁଥିବା ବେଳେ ଉପଭୋକ୍ତାଙ୍କୁ ମାତ୍ର ୧,୮୭୫ ଟଙ୍କା ଦେବାକୁ ପଡ଼ିଥାଏ। ସେହିପରି ୨ କିଲୋୱାଟ୍ ସୌର ବ୍ୟବସ୍ଥା ପାଇଁ ୧.୧୦ ଲକ୍ଷ ଟଙ୍କା ଏବଂ ୩ କିଲୋୱାଟ୍ ସୌର ବ୍ୟବସ୍ଥା ପାଇଁ ୧.୩୮ ଲକ୍ଷ ଟଙ୍କାର ସବ୍‌ସିଡି ପ୍ରଦାନ କରାଯାଉଛି। ଏହି ଅଭିଯାନ ଜରିଆରେ ଜିଲ୍ଲାର ଅଧିକରୁ ଅଧିକ ପରିବାର ସୌର ଶକ୍ତି ଆପଣାଇବା ସହ ସରକାରୀ ଯୋଜନାର ଲାଭ ଉଠାଇପାରିବେ ବୋଲି ଆଶା ପ୍ରକାଶ କରାଯାଇଛି ଏହି ଅବସରରେ ସମସ୍ତ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ପାରମ୍ପରିକ ଶକ୍ତି ଉତ୍ସ ଉପରେ ନିର୍ଭରଶୀଳତା କମାଇ ସ୍ୱଚ୍ଛ ଓ ନବୀକରଣଯୋଗ୍ୟ ସୌର ଶକ୍ତି ଆପଣାଇବାକୁ ଆହ୍ୱାନ କରାଯାଇଛି। ଏହାଦ୍ୱାରା ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷା ଏବଂ ସବୁଜ ଓ ସ୍ୱଚ୍ଛ ଭବିଷ୍ୟତ ଗଠନରେ ସମସ୍ତେ ସହଭାଗୀ ହୋଇପାରିବେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Meeting of the Local Tourism Promotion: ପର୍ଯ୍ୟଟନର ବିକାଶ ଓ ନୂତନ ପର୍ଯ୍ୟଟନସ୍ଥଳୀ ଚିହ୍ନଟ ନେଇ ସ୍ଥାନୀୟ ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦର ବୈଠକ