ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
ଏବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୬ ମିନିଟ ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୧୧ ମିନିଟ ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୧୫ ମିନିଟ ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୨୨ ମିନିଟ ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୩୪ ମିନିଟ ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୪୩ ମିନିଟ ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୫୨ ମିନିଟ ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା ୧ ଘଣ୍ଟା ପୂର୍ବେRoad construction India ranks second world: ରାସ୍ତା ନିର୍ମାଣରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଭାରତ ୧ ଘଣ୍ଟା ପୂର୍ବେBollywood actress Nora Fatehi ₹200 crore fraud case: ଅଡୁଆରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହି! ₹୨୦୦ କୋଟି ଠକେଇ ମାମଲାରେ କୋର୍ଟରେ ହାଜର
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

Khordha Cyclone ‘Akvan’ Crops on 460 hectares of farmland damaged: ଘୂର୍ଣ୍ଣିଝଡ଼ ‘ଅକଭାନ’ ପ୍ରଭାବ: ଖୋର୍ଦ୍ଧା ଜିଲ୍ଲାରେ ୪୬୦ ହେକ୍ଟର ଚାଷଜମିର ଫସଲ କ୍ଷତିଗ୍ରସ୍ତ

Khordha Cyclone ‘Akvan’ Crops on 460 hectares of farmland damaged: ଘୂର୍ଣ୍ଣିଝଡ଼ ‘ଅକଭାନ’ ପ୍ରଭାବ: ଖୋର୍ଦ୍ଧା ଜିଲ୍ଲାରେ ୪୬୦ ହେକ୍ଟର ଚାଷଜମିର ଫସଲ କ୍ଷତିଗ୍ରସ୍ତ – ସମୀକ୍ଷା ଖବର

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି/ ଖୋରଧା/ ସମୀକ୍ଷା ନ୍ୟୁଜ:

୧୦ ବ୍ଲକ୍ ଓ ସହରାଞ୍ଚଳର ୧୯୮ ଗ୍ରାମରେ କୃଷିକ୍ଷେତ୍ର ପ୍ରଭାବିତ; ୭୨ ହେକ୍ଟର କ୍ଷତି ସହ ବାଣପୁର ସର୍ବାଧିକ ପ୍ରଭାବିତ

ଖୋର୍ଦ୍ଧା, ୨୦/୧୧: ଘୂର୍ଣ୍ଣିଝଡ଼ ‘ଅକଭାନ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଖୋର୍ଦ୍ଧା ଜିଲ୍ଲାରେ କୃଷି ଫସଲ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଜିଲ୍ଲାରେ ପ୍ରାଥମିକ ଆକଳନ ଅନୁଯାୟୀ ପ୍ରାୟ ୪୬୦ ହେକ୍ଟର ଚାଷଜମିର ଫସଲ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଜଣାପଡ଼ିଛି। ନଭେମ୍ବର ୨୦ ତାରିଖ ଅପରାହ୍ନ ୫ଟା ସୁଦ୍ଧା କରାଯାଇଥିବା ପ୍ରାଥମିକ ଚକ୍ଷୁ ଆକଳନ ଅନୁସାରେ ଜିଲ୍ଲାର ୧୦ଟି ବ୍ଲକ ଓ ସହରାଞ୍ଚଳର ୭୧ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୯୮ଟି ଗ୍ରାମର ଚାଷଜମି ଓ ଫସଲ ବର୍ଷାଜନିତ ପ୍ରତିକୂଳ ପରିସ୍ଥିତି ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଏହି ଆକଳନ ଅନୁଯାୟୀ ବାଣପୁର ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୧୪ଟି ଗ୍ରାମପଞ୍ଚାୟତର ୩୬ଟି ଗ୍ରାମରେ ପ୍ରାୟ ୭୨ ହେକ୍ଟର ଚାଷଜମିର ଫସଲ ପ୍ରଭାବିତ ହୋଇଛି। ଏହା ପଛକୁ ଚିଲିକା ବ୍ଲକ୍‌ରେ ୭ଟି ପଞ୍ଚାୟତର ୧୬ଟି ଗ୍ରାମରେ ୫୪ ହେକ୍ଟର ଏବଂ ବୋଲଗଡ଼ ବ୍ଲକ୍‌ର ୮ଟି ପଞ୍ଚାୟତର ୨୧ଟି ଗ୍ରାମରେ ୫୨ ହେକ୍ଟର ଚାଷଜମିର ଫସଲ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି। ସେହିପରି ବାଲିପାଟଣା ବ୍ଲକରେ ୧୬ଟି ଗ୍ରାମରେ ୪୮ ହେକ୍ଟର, ଟାଙ୍ଗୀ ବ୍ଲକର ୧୨ଟି ପଞ୍ଚାୟତ ଅନ୍ତର୍ଗତ ୩୬ଟି ଗ୍ରାମରେ ୪୬ ହେକ୍ଟର ଏବଂ ବେଗୁନିଆ ବ୍ଲକର ୨୧ଟି ଗ୍ରାମରେ ୪୨ ହେକ୍ଟର ଚାଷଜମିର ଫସଲ ପ୍ରଭାବିତ ହୋଇଛି। ଖୋର୍ଦ୍ଧା ବ୍ଲକରେ ୧୨ଟି ଗ୍ରାମରେ ୪୧ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଥିବାବେଳେ ଭୁବନେଶ୍ୱରର ୯ଟି ଗ୍ରାମରେ ୩୭ ହେକ୍ଟର, ଜଟଣୀର ୧୮ଟି ଗ୍ରାମରେ ୩୬ ହେକ୍ଟର ଏବଂ ବାଲିଅନ୍ତା ବ୍ଲକର ୧୩ଟି ଗ୍ରାମରେ ୩୨ ହେକ୍ଟର ଚାଷଜମିର ଫସଲ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଜିଲ୍ଲାର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏହି ବର୍ଷାର ପ୍ରଭାବ ପଡ଼ିଥିବା ବେଳେ ଚାଷୀମାନେ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଚାଷଜମିର ପରିମାଣ ଦୃଷ୍ଟିରୁ ବାଣପୁର ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ବାଣପୁର ଓ ଟାଙ୍ଗୀ ବ୍ଲକରେ ସର୍ବାଧିକ ୩୬ଟି ଲେଖାଏଁ ଗ୍ରାମରେ ଫସଲ କ୍ଷତି ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ତେବେ ଏହି ତଥ୍ୟ କେବଳ ପ୍ରାଥମିକ ଚକ୍ଷୁ ଆକଳନ ଉପରେ ଆଧାରିତ। କୃଷି ବିଭାଗ ପକ୍ଷରୁ କ୍ଷେତ୍ରସ୍ତରରେ ବିସ୍ତୃତ ଯାଞ୍ଚ ଓ ଫସଲର ସ୍ଥିତି ଅନୁଧ୍ୟାନ ପରେ କ୍ଷୟକ୍ଷତିର ପ୍ରକୃତ ପରିମାଣରେ ପରିବର୍ତ୍ତନ ହୋଇପାରେ। ଏହି ବିସ୍ତୃତ ଆକଳନ ପରେ ପ୍ରକୃତ କ୍ଷତିର ପରିମାଣ ନିର୍ଦ୍ଧାରଣ ସହ ସରକାରୀ ନିୟମ ଅନୁଯାୟୀ ସହାୟତା ପାଇବାକୁ ଯୋଗ୍ୟ ଚାଷୀଙ୍କୁ ଚିହ୍ନଟ କରାଯାଇପାରିବ।

Khordha Cyclone ‘Akvan’ Crops on 460 hectares of farmland damaged: ଘୂର୍ଣ୍ଣିଝଡ଼ ‘ଅକଭାନ’ ପ୍ରଭାବ: ଖୋର୍ଦ୍ଧା ଜିଲ୍ଲାରେ ୪୬୦ ହେକ୍ଟର ଚାଷଜମିର ଫସଲ କ୍ଷତିଗ୍ରସ୍ତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Sixth Meeting of the District Cooperative Development Committee: ଜିଲ୍ଲା ସମବାୟ ଉନ୍ନୟନ କମିଟିର ଷଷ୍ଠ ବୈଠକ