ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୧୫ ମିନିଟ ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୩୧ ମିନିଟ ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୪୨ ମିନିଟ ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୪୯ ମିନିଟ ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୫୬ ମିନିଟ ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୧ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେPatna MLA reaches disabled elderly couple: ଅସହାୟ ଭିନ୍ନକ୍ଷମ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଲେ ପାଟଣା ବିଧାୟକ ୧ ଘଣ୍ଟା ପୂର୍ବେ‘Kanjipani’ tradition returns: ପୁଣି ଫେରିଲା ଶ୍ୟାମବାବାଙ୍କ ‘କାଞ୍ଜିପାଣି’ ପରମ୍ପରା ୧ ଘଣ୍ଟା ପୂର୍ବେNagabali development has not reached the other side: ନାଗାବଳୀ ଆରପାରିରେ ବିକାଶ ନପହଞ୍ଚାଇବା ଦୁଃଖ ଦାୟକ! ୧ ଘଣ୍ଟା ପୂର୍ବେRayagada Eviction drive: ଜବରଦଖଲକାରୀ ସାବଧାନ! ରାୟଗଡ଼ାରେ ଉଚ୍ଛେଦ ଅଭିଯାନ ଆରମ୍ଭ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ନୂଆପଡ଼ା ବରଗଡ଼ କେନ୍ଦୁଝର

Department of Commerce Felicitation, & Seminar: ବାଣିଜ୍ୟବିଭାଗର ସ୍ଵାଗତ ସମ୍ବର୍ଦ୍ଧନା ଓ ଆଲୋଚନାଚକ୍ର

Department of Commerce Felicitation, & Seminar: ବାଣିଜ୍ୟବିଭାଗର ସ୍ଵାଗତ ସମ୍ବର୍ଦ୍ଧନା ଓ ଆଲୋଚନାଚକ୍ର – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ତା: ୨୦/୧୧/୨୬

ସଦର ମହକୁମାସ୍ଥିତ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ତରଫରୁ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବା ସହ”କାଳଚକ୍ର”ପ୍ରସଙ୍ଗ ଉପରେଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଚିତ୍ତରଞ୍ଜନ ବାରିକ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବାବେଳେ ବିଭାଗୀୟ ମୁଖ୍ୟ ଡଃ ରଞ୍ଜନ କୁମାର ସ୍ଵାଇଁ ସଭାପତିତ୍ଵ କରିଥିଲେ। ମୁଖ୍ୟ ଅତିଥି ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ଜଣାଇବାସହ ମହାବିଦ୍ୟାଳୟର ଗର୍ବ ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ସହ ନୂତନ କୀର୍ତ୍ତିମାନ ସ୍ଥାପନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ।ଆଲୋଚନାଚର୍କ ରେ ମହାବିଦ୍ୟାଳୟର ଅଧ୍ୟାପକ ଗୁପ୍ତେଶ୍ଵର ରାଓ, ରବୀନ୍ଦ୍ର ମାଢୀ, ପ୍ରସନ୍ ଜିତ୍ ମିସ୍ତ୍ରୀ, ପ୍ରମିୟ କୁମାର ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଅତିଥିମାନେ ଆଲୋଚନାରେ ଅଂଶଗ୍ରହଣ କରି ଭାରତୀୟ ଦର୍ଶନ, ବୌଦ୍ଧ ଧର୍ମ ଏବଂ ଅନେକ ପ୍ରାଚୀନ ପରମ୍ପରାରେ ସମୟକୁ ଏକ ସରଳ ରେଖା ପରି ନ ଦେଖି ଏକ ଚକ୍ର ବା ବୃତ୍ତାକାର ଗତି ପରି କଳ୍ପନା କରାଯାଇଥିବା ବିଷୟରେ ପ୍ରକାଶ କରିଥିଲେ।ଯେପରି ଚକ୍ର ଘୁରି ଘୁରି ପୁଣି ସେହି ସ୍ଥାନ କୁ ଆସେ, ସେହିପରି ସୃଷ୍ଟି, ସ୍ଥିତି ଏବଂ ବିଲୟ ମଧ୍ୟ ଏକ ଚକ୍ରରେ ଚାଲେ। ସମୟ ର ଚକ୍ର ମନୁଷ୍ୟକୁ ଶିଖାଏ ଯେ କୌଣସି ଅବସ୍ଥା ସବୁଦିନ ପାଇଁ ସ୍ଥିର ନୁହେଁ। ଅତୀତ ଫେରିଆସେନାହିଁ। କିନ୍ତୁ ଅତୀତର ଅଭିଜ୍ଞତା, ବର୍ତ୍ତମାନ ଓ ଭବିଷ୍ୟତକୁ ଗଢେ। କଠିନ ସମୟ ଆସିଲେ ଧୈର୍ଯ୍ୟ ରଖିବା ଏବଂ ଅନୁକୂଳ ସମୟରେ ସଠିକ୍ କାର୍ଯ୍ୟ କରିବାପାଇଁ ମଞ୍ଚାସୀନ ଅତିଥିଗଣ ମତବ୍ୟକ୍ତ କରିଥିଲେ। ପ୍ରଶ୍ଳୋତ୍ତର କାର୍ଯ୍ୟକ୍ରମରେ ଯୁକ୍ତ ତିନିର ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ଗଣ ଅଂଶଗ୍ରହଣ କରିଥିଲେ। ନବାଗତ ଛାତ୍ରଛାତ୍ରୀମାନଙ୍କୁ ଫୁଲ ଓ କଲମ ଉପହାର ଦେଇ ସ୍ଵାଗତ କରାଯାଇଥିଲା।ଆଲୋଚନା ଚକ୍ର ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନକରାଯାଇଥିଲା। ପରିଶେଷରେ କମ୍ପ୍ୟୁଟର ପ୍ରଶିକ୍ଷକ ସ୍ନିଗଧା ସରଦାର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗର ଶତାଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Department of Commerce Felicitation, & Seminar: ବାଣିଜ୍ୟବିଭାଗର ସ୍ଵାଗତ ସମ୍ବର୍ଦ୍ଧନା ଓ ଆଲୋଚନାଚକ୍ର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର SBI Provides Rs 4 lakh accident: ଦୁର୍ଘଟଣାରେ ମୃତ ଯୁବକଙ୍କ ପରିବାରକୁ SBI ପକ୍ଷରୁ ୪ ଲକ୍ଷ ଟଙ୍କାର ବୀମା ସହାୟତା