ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୨ ମିନିଟ ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୬ ମିନିଟ ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୧୪ ମିନିଟ ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୨୩ ମିନିଟ ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୨୭ ମିନିଟ ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୩୬ ମିନିଟ ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୪୩ ମିନିଟ ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୪୮ ମିନିଟ ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୫୨ ମିନିଟ ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୫୮ ମିନିଟ ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Cyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ

Cyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ – ସମୀକ୍ଷା ଖବର

ସୀମାଚଳ ମିଶ୍ର /ଜିଲ୍ଲା ପ୍ରତିନିଧି /ପୁରୀ /ସମୀକ୍ଷା ନ୍ୟୁଜ :

ପୁରୀ,22/11/2026: ବାତ୍ୟାର ପ୍ରଭାବରେ ପୁରୀ ଜିଲ୍ଲାରେ ଧାନ ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଖବର ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ମାସ ମାସ ଧରି ଝାଳବୁହା ପରିଶ୍ରମ କରି ଯେଉଁ ଚାଷୀ ନିଜ ଜମିରେ ସୁନାର ଫସଲ ଫଳାଇଥିଲେ, ବାତ୍ୟା ଓ ପ୍ରବଳ ବର୍ଷା ସେମାନଙ୍କ ଆଶା ଉପରେ ପାଣି ପକାଇଦେଇଛି।
ଧାନ କ୍ଷେତରେ ପବନର ପ୍ରଭାବରେ ଗଛ ଶୋଇପଡ଼ିବା, ଅମଳ ଉପଯୋଗୀ ଧାନ ପାଣିରେ ବୁଡ଼ି ରହିବା ଏବଂ ଜମିରେ ଜଳ ନିଷ୍କାସନ ସମସ୍ୟା ଚାଷୀଙ୍କ ଚିନ୍ତାକୁ ଆହୁରି ବଢ଼ାଇଛି। ଯେଉଁ ସମୟରେ ଧାନ ଅମଳ କରି ଘରକୁ ଆଣିବା କଥା, ସେହି ସମୟରେ ପ୍ରକୃତିର ଦାଉ ଚାଷୀଙ୍କୁ ହତାଶ କରିଛି।

କୃଷ୍ଣପ୍ରସାଦ ଅଞ୍ଚଳରେ ବ୍ୟାପକ ଫସଲ କ୍ଷତି
ବିଶେଷକରି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଅଞ୍ଚଳରେ ବାତ୍ୟା ‘ଅକ୍ୱାନ୍’ ପ୍ରଭାବରେ ଦୁଇ ଦିନ ଧରି ଲଗାତାର ବର୍ଷା ହେବାରୁ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଥିବା ଖବର ମିଳିଛି। ଅମଳ ପାଇଁ ପ୍ରସ୍ତୁତ ହୋଇଥିବା ଧାନ ଫସଲ ପାଣିରେ ବୁଡ଼ି ରହିଛି। ଏପରିକି ଅନେକ ସ୍ଥାନରେ ଧାନ ଗଛ ମାଟିରେ ଲୋଟିପଡ଼ିଛି।
ଚାଷୀଙ୍କ ମୁଣ୍ଡରେ ଚଡ଼କ, ଧାନ ଚାଷ ପାଇଁ ଚାଷୀମାନେ ବିହନ, ସାର, କୀଟନାଶକ ଓ ଶ୍ରମିକଙ୍କ ପଛରେ ବହୁ ଟଙ୍କା ଖର୍ଚ୍ଚ କରିଛନ୍ତି। ଅନେକ ଚାଷୀ ବ୍ୟାଙ୍କ ଓ ସମବାୟ ସମିତିରୁ ଋଣ ଆଣି ଚାଷ କରିଥିଲେ। ହେଲେ ଅମଳ ସମୟରେ ବାତ୍ୟାର ପ୍ରଭାବ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି।
ଏବେ ଚାଷୀଙ୍କ ମନରେ ଗୋଟିଏ ପ୍ରଶ୍ନ, ଯଦି ଧାନ ଅମଳ ହୋଇପାରିବ ନାହିଁ, ତେବେ ଋଣ କିପରି ପରିଶୋଧ କରିବେ ଏବଂ ପରିବାର ଚଳାଇବେ?
ପ୍ରଶାସନର ଫସଲ କ୍ଷୟକ୍ଷତି ଆକଳନ: କୃଷି ବିଭାଗର ଅଧିକାରୀମାନେ ପ୍ରଭାବିତ ଜମି ପରିଦର୍ଶନ କରି ଫସଲ କ୍ଷୟକ୍ଷତିର ଆକଳନ କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ମିଳିତ ତଦନ୍ତ ପରେ ପ୍ରକୃତ କ୍ଷୟକ୍ଷତିର ପରିମାଣ ସ୍ପଷ୍ଟ ହେବ।

Cyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ – ସମୀକ୍ଷା

କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ କ୍ଷୟକ୍ଷତି ଆକଳନ ରିପୋର୍ଟ ଆଧାରରେ ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ଦେବା ନେଇ ଆଶ୍ୱାସନା ଦେଇଛନ୍ତି।

ପ୍ରଭାବିତ ଚାଷୀଙ୍କ ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ଦାବି ଉଠୁଛି।
ତୁରନ୍ତ ଧାନ ଫସଲର କ୍ଷୟକ୍ଷତି ଆକଳନ କରାଯାଉ।
ପ୍ରକୃତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ କ୍ଷତିପୂରଣ ମିଳୁ।
ଫସଲ ବୀମା ଯୋଜନାରେ ଯୋଗ୍ୟ ଚାଷୀଙ୍କୁ ସହାୟତା ଦିଆଯାଉ।
ଜଳମଗ୍ନ ଚାଷଜମିରୁ ଶୀଘ୍ର ଜଳ ନିଷ୍କାସନ କରାଯାଉ।
ଚାଷୀଙ୍କ ଋଣ ଓ ଆଗାମୀ ଚାଷ ପାଇଁ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା କରାଯାଉ।
ସରକାରଙ୍କ ଆଗରେ ବଡ଼ ଆହ୍ୱାନ
ପୁରୀ ଜିଲ୍ଲାରେ ବାତ୍ୟାଜନିତ ଧାନ ଫସଲ କ୍ଷତି ଏବେ ଚାଷୀଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇଛି। କେବଳ ବାତ୍ୟା ମୁକାବିଲା ନୁହେଁ, ବାତ୍ୟା ପରବର୍ତ୍ତୀ ସମୟରେ ଚାଷୀଙ୍କୁ ଆର୍ଥିକ ସୁରକ୍ଷା ଦେବା ମଧ୍ୟ ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।
ଏବେ ଚାଷୀଙ୍କ ନଜର ସରକାରଙ୍କ କ୍ଷତିପୂରଣ ଘୋଷଣା ଉପରେ। ମାସ ମାସର ପରିଶ୍ରମର ଉଚିତ ମୂଲ୍ୟ ମିଳିବ ନା ଋଣ ବୋଝ ତଳେ ଚାଷୀ ଚାପି ହୋଇ ରହିବେ? ଏହା ହିଁ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ।

Cyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Cyclone Akvan Weather department issues: ବାତ୍ୟା ଅକଭାନ କୁ ନେଇ ପାଣିପାଗ ବିଭାଗର ସତର୍କ ସୂଚ଼ନା