ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର: ୨୨.୧୧- ସୋଆ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଏଲ୍. ଏଲ୍ ଏମ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଶ୍ରୀଜା ପଟ୍ଟନାୟକ ସ୍ଵର୍ଣ୍ଣ ପଦକ ଲାଭ କରିଛନ୍ତି। ଏହି ପଦକ ସେ କୁଳପତି ପ୍ରଫେସର ପ୍ରଦୀପ୍ତ ନନ୍ଦ ଓ କୁଳାଧିପତି ପ୍ରଫେସର୍ ଅମିତ୍ ବାନାର୍ଜୀଙ୍କ ଉପସ୍ଥିତିରେ ମୂଖ୍ୟ ଅତିଥି ତଥା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର୍ ଟି.ଜି. ସୀଥାରାମଙ୍କ ଠାରୁ ଗ୍ରହଣ କରିଥିଲେ। ବର୍ତ୍ତମାନ ସେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ବେଳେ ସୋଆ ବିଶ୍ବବିଦ୍ୟାଳୟରେ ପିଏଚଡ଼ି କରୁଛନ୍ତି। ଅଧ୍ୟାପିକା ପଟ୍ଟନାୟକ ଓଡିଶା ହାଇକୋର୍ଟ ଆଡଭୋକେଟ୍ ଗୋକୁଳାନନ୍ଦ ପଟ୍ଟନାୟକ ଓ ମୈ।ସୁମୀ ପଟ୍ଟନାୟକଙ୍କ କନ୍ୟା ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ହରିହର ପଟ୍ଟନାୟକଙ୍କ ନାତୁଣୀ। ସେ ଡାକ୍ତର ଇନ୍ଦିରା ପଟ୍ଟନାୟକ ଓ ଇଂ ଆଦିତ୍ୟ ମହାନ୍ତିଙ୍କ ଝିଆରୀ।







