ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୩ ମିନିଟ ପୂର୍ବେKashipur llegal sale of foreign liquor: କାଶୀପୁର-ବିଏର ପାର୍ଲର ନାଁରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ! ୨୬ ମିନିଟ ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୪୩ ମିନିଟ ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୧ ଘଣ୍ଟା ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୧ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୧ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୧ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୧ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେPatna MLA reaches disabled elderly couple: ଅସହାୟ ଭିନ୍ନକ୍ଷମ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଲେ ପାଟଣା ବିଧାୟକ ୧ ଘଣ୍ଟା ପୂର୍ବେ‘Kanjipani’ tradition returns: ପୁଣି ଫେରିଲା ଶ୍ୟାମବାବାଙ୍କ ‘କାଞ୍ଜିପାଣି’ ପରମ୍ପରା
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ନୂଆପଡ଼ା ବରଗଡ଼ କେନ୍ଦୁଝର

There is a house, but no land ownership: ଘର ଅଛି, ହେଲେ ନାହିଁ ଜମିର ମାଲିକାନା

There is a house, but no land ownership: ଘର ଅଛି, ହେଲେ ନାହିଁ ଜମିର ମାଲିକାନା – ସମୀକ୍ଷା ଖବର

ଟଙ୍କଧର ପାତ୍ର/ ଯୋଡ଼ା/ ସମୀକ୍ଷା ନ୍ୟୁଜ :

ଯୋଡ଼ା/କେନ୍ଦୁଝର /୨୨/୧୧/୨୦୨୬ : କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ଦଡୁଆଁ ଗ୍ରାମର ଝରଣ ସାହିର ଜମିହୀନ ପରିବାରମାନେ ଦୀର୍ଘ ଚାରି ବର୍ଷ ଧରି ଘରଡିହ ପଟ୍ଟା ପାଇବାରୁ ବଞ୍ଚିତ ରହିଛନ୍ତି। ଏହାର ସ୍ଥାୟୀ ସମାଧାନ ଓ ଆଇନଗତ ମାଲିକାନା ଦାବିରେ ସେମାନେ ସାଂସଦ ଓ ସମ୍ପୃକ୍ତ ତହସିଲଦାରଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାପୂର୍ବରୁ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ମଧ୍ୟ ଅଭିଯୋଗ ଜଣାଇଥିଲେ।ଦାବିପତ୍ର ଅନୁଯାୟୀ, ବିସ୍ଥାପିତ ପରିବାରଗୁଡ଼ିକ ଧୁବୁଲାବେଡ଼ାସ୍ଥିତ ପୁନର୍ବାସ କଲୋନୀରେ ବସବାସ କରୁଛନ୍ତି। ସରକାରୀ ନୀତି ଅନୁଯାୟୀ ୨ ଡେସିମିଲ୍ ଘରଡିହ, ଆର୍ଥିକ ସହାୟତା ଓ ବିଜୁ ପକ୍କା ଘର ପାଇଥିଲେ ମଧ୍ୟ ଅନେକ ପରିବାର ଏଯାବତ୍ ପଟ୍ଟା ପାଇନାହାନ୍ତି। ଥଇଥାନ କରାଯାଇଥିବା ଜମି ଜଙ୍ଗଲ କିସମର ହୋଇଥିବାରୁ ଘରଡିହ କିସମକୁ ପରିବର୍ତ୍ତନ କରିବାରେ ସମସ୍ୟା ରହିଥିବା କୁହାଯାଉଛି। ପଟ୍ଟା ନଥିବାରୁ ବିଭିନ୍ନ ସରକାରୀ କାର୍ଯ୍ୟ, ପ୍ରମାଣପତ୍ର ସଂଗ୍ରହ ଓ ପିଲାମାନଙ୍କ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ସମସ୍ୟା ହେଉଥିବା ପରିବାରଗୁଡ଼ିକ ଅଭିଯୋଗ କରିଛନ୍ତି। ଥଇଥାନ ପୂର୍ବରୁ ଜମିର ଆଇନଗତ ସ୍ଥିତି କାହିଁକି ଯାଞ୍ଚ କରାଯାଇନଥିଲା ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଦାବିପତ୍ରରେ ଆବଣ୍ଟିତ ଜମିର ରେକର୍ଡ ଯାଞ୍ଚ, ଯୋଗ୍ୟ ପରିବାରଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ, ଜଙ୍ଗଲ କିସମ ଜମି ସମସ୍ୟାର ଆଇନସମ୍ମତ ସମାଧାନ, ଆବଶ୍ୟକ ହେଲେ ବିକଳ୍ପ ଜମି ଯୋଗାଣ ଓ ବିଳମ୍ବର କାରଣ ତଦନ୍ତ ସହ ମୋଟ ୮ ଦଫା ଦାବି ରଖାଯାଇଛି। ବିସ୍ଥାପିତ ପରିବାରମାନେ କହିଛନ୍ତି ଯେ, ସେମାନେ ବିକାଶର ବିରୋଧୀ ନୁହନ୍ତି; କିନ୍ତୁ ଭିଟାମାଟି ହରାଇଥିବା ପରିବାରଙ୍କୁ ସ୍ଥାୟୀ ବାସସ୍ଥାନ ଓ ଆଇନଗତ ଅଧିକାର ମିଳିବା ଆବଶ୍ୟକ। ତେଣୁ ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି। ଏବେ ପ୍ରଶ୍ନ, ଚାରି ବର୍ଷର ଅପେକ୍ଷା ପରେ ବିସ୍ଥାପିତ ପରିବାରଙ୍କୁ କେବେ ମିଳିବ ନ୍ୟାୟ ଓ ଘରଡିହ ପଟ୍ଟା ?

There is a house, but no land ownership: ଘର ଅଛି, ହେଲେ ନାହିଁ ଜମିର ମାଲିକାନା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Udayagiri Buddha Mahotsav: ରାଜ୍ୟ ସ୍ତରୀୟ ୧୭ତମ ଉଦୟଗିରି ବୁଦ୍ଧ ମହୋତ୍ସବ ଉଦ୍ଘାଟିତ