ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୪ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୪ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୪ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୪ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୪ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୪ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୪ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୪ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୪ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୪ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

ଢିଙ୍କିଆରେ ମହାନତାର ବାର୍ତ୍ତା ବାଣ୍ଟିଲା ରକ୍ତଦାନ ଶିବିର

ଢିଙ୍କିଆରେ ମହାନତାର ବାର୍ତ୍ତା ବାଣ୍ଟିଲା ରକ୍ତଦାନ ଶିବିର – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ଶିଳ୍ପକୁ ନେଇ ଚର୍ଚ୍ଚାରେ ରହୁଥିବା ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ଏବେ ଦେଉଛି ଭାଇଚାରା, ଶାନ୍ତି ଓ ମାନବିକତାର ବାର୍ତ୍ତା। ରକ୍ତଦାନ ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ଏକତାର ନୂଆ ପରିଚୟ ସୃଷ୍ଟି କରିଛି ଢିଙ୍କିଆ। ନେତାଜୀ ଯୁବକ ସଂଘ, ଢିଙ୍କିଆ ପକ୍ଷରୁ ଢିଙ୍କିଆ ମେଡିକାଲ ପରିସରରେ ଆୟୋଜିତ ହୋଇଛି ଏକ ବିଶାଳ ରକ୍ତଦାନ ଶିବିର। ରକ୍ତଦାନ ମାଧ୍ୟମରେ ଅମୂଲ୍ୟ ଜୀବନ ବଞ୍ଚାଇବା ସହ ଅଞ୍ଚଳରେ ଭାଇଚାରା ଓ ଶାନ୍ତିର ବାତାବରଣକୁ ଆହୁରି ସୁଦୃଢ଼ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ। ଆସନ୍ତୁ ଦେଖିବା ଏହି ରିପୋର୍ଟ। ରକ୍ତଦାନ ମହତ୍ ଦାନ, ଆଉ ଗୋଟିଏ ୟୁନିଟ୍ ରକ୍ତ ବଞ୍ଚାଇପାରେ ଜଣେ ମଣିଷର ଅମୂଲ୍ୟ ଜୀବନ। ଏହି ମହତ୍ ଉଦ୍ଦେଶ୍ୟକୁ ନେଇ ଜଗତସିଂହପୁର ଜିଲ୍ଲା ଢିଙ୍କିଆ ପଞ୍ଚାୟତରେ ଆୟୋଜିତ ହୋଇଛି ବିଶାଳ ରକ୍ତଦାନ ଶିବିର। ଢିଙ୍କିଆ ମେଡିକାଲ ପରିସରରେ ନେତାଜୀ ଯୁବକ ସଂଘ ପକ୍ଷରୁ ଆୟୋଜିତ ଏହି ଶିବିରରେ ସାମିଲ ହୋଇଛନ୍ତି ରକ୍ତଦାତା ଓ ସଂଘର ସଦସ୍ୟମାନେ।

ଢିଙ୍କିଆରେ ମହାନତାର ବାର୍ତ୍ତା ବାଣ୍ଟିଲା ରକ୍ତଦାନ ଶିବିର – ସମୀକ୍ଷା

ରକ୍ତଦାନ ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ମାନବିକତାର ପରିଚୟ ଦେବା ସହ ଅଞ୍ଚଳରେ ଏକତା ଓ ଭାଇଚାରାର ବାର୍ତ୍ତା ପହଞ୍ଚାଇବାକୁ ଉଦ୍ୟମ କରିଛି ଏହି ଯୁବକ ସଂଘ। ଶିଳ୍ପକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଆସିଛି ଢିଙ୍କିଆ ଅଞ୍ଚଳ। ଶିଳ୍ପ ସପକ୍ଷବାଦୀ ଓ ବିରୋଧୀଙ୍କୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଥିବା ଏହି ଅଞ୍ଚଳ ଏବେ ରକ୍ତଦାନ ଶିବିର ମାଧ୍ୟମରେ ଦେଇଛି ଏକ ସକାରାତ୍ମକ ବାର୍ତ୍ତା। ମତପାର୍ଥକ୍ୟ ଯାହା ଥାଉ ନା କାହିଁକି, ମାନବିକତା ଓ ଜନକଲ୍ୟାଣ କ୍ଷେତ୍ରରେ ସମସ୍ତେ ଏକାଠି ହୋଇପାରିବେ, ଏହି ବାର୍ତ୍ତା ଦେଇଛି ଏହି ଶିବିର।ଢିଙ୍କିଆ ଅଞ୍ଚଳ ସବୁବେଳେ ଶାନ୍ତି ଚାହେଁ। ଆଗାମୀ ଦିନରେ ମଧ୍ୟ ଅଞ୍ଚଳରେ ଶାନ୍ତି ଓ ସଦ୍‌ଭାବନା ବଜାୟ ରଖିବା ଦିଗରେ ଏହି ରକ୍ତଦାନ ଶିବିର ଏକ ଛୋଟ ପ୍ରୟାସ ବୋଲି କହିଛନ୍ତି ନେତାଜୀ ଯୁବକ ସଂଘର ସଭାପତି ସରୋଜ ରାଉତ।ସହରାଞ୍ଚଳରେ ଅନେକ ସମୟରେ ରକ୍ତଦାନ ଶିବିର ଆୟୋଜନ ହେଉଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ଏଭଳି ଶିବିର ଆୟୋଜନ କରି ଅଧିକରୁ ଅଧିକ ରକ୍ତ ସଂଗ୍ରହ କରିବା ଏବଂ ଜରୁରୀ ସମୟରେ ରୋଗୀଙ୍କୁ ରକ୍ତ ଯୋଗାଇବାରେ ସହାୟତା କରିବା ହେଉଛି ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ। ଗତ ତିନି ବର୍ଷ ଧରି ନେତାଜୀ ଯୁବକ ସଂଘ ଏଭଳି ରକ୍ତଦାନ ଶିବିର ଆୟୋଜନ କରିଆସୁଛି। ଚଳିତ ବର୍ଷ ଶିବିରରେ ୧୨୦ ୟୁନିଟ୍ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ସଂଘ। ଏହି ମହତ୍ କାର୍ଯ୍ୟରେ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଛନ୍ତି। ରକ୍ତଦାନ କେବଳ ଜଣେ ମଣିଷର ଜୀବନ ବଞ୍ଚାଏ ନାହିଁ, ବରଂ ସମାଜରେ ମାନବିକତା, ଏକତା ଓ ଭାଇଚାରାକୁ ମଧ୍ୟ ମଜଭୁତ କରେ। ଢିଙ୍କିଆରେ ନେତାଜୀ ଯୁବକ ସଂଘର ଏହି ପ୍ରୟାସ ଅନ୍ୟ ଗ୍ରାମାଞ୍ଚଳ ପାଇଁ ମଧ୍ୟ ଏକ ପ୍ରେରଣା ସାଜିବ

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପାରଦୀପ: ତୈଳ ବିଶୋଧନାଗାରରେ ଲେବୁଲ-୨ ଅନ୍ ସାଇଟ୍ ବିପର୍ଯ୍ୟୟ ପ୍ରଶମନ