ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୨ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୨ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୨ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୨ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୨ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୨ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୨ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୨ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୨ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୩ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

ମାଲକାନଗିରି: ଜିଲ୍ଲା ଭାଜପା ପାର୍ଟି କାର୍ଯ୍ୟାଳୟରେ ଗଣତନ୍ତ୍ର ବଞ୍ଚାଅ ଓ ଭିଡ଼ତନ୍ତ୍ର ହଟାଅ

ମାଲକାନଗିରି: ଜିଲ୍ଲା ଭାଜପା ପାର୍ଟି କାର୍ଯ୍ୟାଳୟରେ ଗଣତନ୍ତ୍ର ବଞ୍ଚାଅ ଓ ଭିଡ଼ତନ୍ତ୍ର ହଟାଅ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୨୭/୧୦/୨୬

ମାଲକାନଗିରି ଜିଲ୍ଲା ଭାଜପା ପାର୍ଟି କାର୍ଯ୍ୟାଳୟ ଠାରେ ଆଜି ଗଣତନ୍ତ୍ର ବଞ୍ଚାଅ, ଭିଡ ତନ୍ତ୍ର ହଟାଅ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ୨୨ ଅକ୍ଟେବାର ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ କଂଗ୍ରେସ ଏବଂ ବିଭିନ୍ନ ବି‌ରୋଧୀ ଦଳ ନିର୍ବାଚନ ଆୟୋଗ ଓ ବିଜେପି ସରକାର ବିରୋଧରେ ଚାଲିଥିବା ପ୍ରତିବାଦକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରଖିବାକୁ ଘୋଷଣା କରିଛନ୍ତି । ତେବେ ବିଜେପି ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ, ଭିଡ ତନ୍ତ୍ର ହଟାଅ ଅଭିଯାନ ମାଧ୍ୟମରେ ସେମାନଙ୍କ ମିଥ୍ୟା‌ ଓ ଭ୍ରମାତ୍ମକ ସୂଚନାର ସିଧାସଳଖ ଜବାବ ଦିଆଯିବ। ସହ ଏହି ଅଭିଯାନରେ ଗଣତନ୍ତ୍ର ବଞ୍ଚାଅ, ଭିଡ ତନ୍ତ୍ର ହଟାଅ ପଦଯାତ୍ରା,ଯୁବ ପିଢୀକୁ ନେଇ ଗଣତନ୍ତ୍ର ବନାମ ଭିଡତନ୍ତ୍ର, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୋକତନ୍ତ୍ର ବନାମ ଭିଡତନ୍ତ୍ରକୁ ନେଇ ପ୍ରତିଯୋଗିତା, ସୋସିଆଲ ମିଡିଆ ଯୋଜନା,ବି‌ଶେଷାଙ୍କ ପତ୍ରିକା ଉନ୍ମୋଚନ,ଅନୁପ୍ରବେଶକାରୀଙ୍କୁ ହଟାଅ,ଗଣତନ୍ତ୍ର ବଞ୍ଚାଅକୁ ନେଇ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ନେଇ ଜନସଂପର୍କ କାର୍ଯ୍ୟକ୍ରମ କରାଯିବ ବୋଲି ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ କର୍ମଶାଳାରେ ଜିଲ୍ଲା ବିଜେପି ସଭାପତି ଅଶୋକ ପରିଡା ସୂଚନା ଦେଇଛନ୍ତି । ଆଜିର ଏହି କର୍ମଶାଳାରେ ଶିକ୍ଷାବିତ ପ୍ରକାଶ ପଟନାୟକ ଉପସ୍ଥିତ ରହି ବିଦେଶୀ ଶତ୍ରୁ କିଭଳି ଦେଶରେ ସରକାର ଭାଙ୍ଗିବାକୁ ଓ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି ସଂପର୍କରେ ଆଲୋକପାତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟତମ ମଂଚାସୀନ ଅତିଥି ଭାବେ ସୁବାସ ପଡ଼ିଆମି ରହିଥିବା ବେଳେ ଜିଲ୍ଲା ସମ୍ପାଦକ ମାଣିକଲାଲ ଚକ୍ରବର୍ତୀ, ମହିଳା ସମ୍ପାଦିକା ସବିତା ମିଶ୍ର, ମହିଳା ମୋର୍ଚ୍ଚା ସଭାପତି ବେଣୀ କାର୍ତୁଲ, ଏବଂ ମିଡ଼ିଆ ପ୍ରମୁଖ ଭାବେ ବି ଶ୍ରୀନିବାସ ପାତ୍ର ,ସୋସିଆଲ ମିଡ଼ିଆ ପ୍ରମୁଖ ଦୀପକ ସାହା ଆଇଟି ପ୍ରମୁଖ ରାଜ୍ୟ କିଶୋର ମଣ୍ଡଳ ସମେତ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥଲେ ।

ମାଲକାନଗିରି: ଜିଲ୍ଲା ଭାଜପା ପାର୍ଟି କାର୍ଯ୍ୟାଳୟରେ ଗଣତନ୍ତ୍ର ବଞ୍ଚାଅ ଓ ଭିଡ଼ତନ୍ତ୍ର ହଟାଅ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସରକାରୀ ମାନ୍ୟତା ସହ ମାସିକ ୩୫ ହଜାର ଟଙ୍କା ଦରମା ଦାବି