ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୪୦ ମିନିଟ ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୪୫ ମିନିଟ ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୫୨ ମିନିଟ ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୧ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୧ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୧ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୧ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୧ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୧ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୧ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

ବାତ୍ୟା ଅର୍ଣ୍ଣବ ପାଇଁ ଡେଲାଙ୍ଗ ଅଗ୍ନିଶମ ବାହିନୀ ପକ୍ଷରୁ ପୁର୍ବ ପ୍ରସ୍ତୁତୀ

ବାତ୍ୟା ଅର୍ଣ୍ଣବ ପାଇଁ ଡେଲାଙ୍ଗ ଅଗ୍ନିଶମ ବାହିନୀ ପକ୍ଷରୁ ପୁର୍ବ ପ୍ରସ୍ତୁତୀ – ସମୀକ୍ଷା ଖବର

ବିଜୟ କୁମାର ମହାପାତ୍ର /ପିପିଲି /ସମୀକ୍ଷା ନ୍ୟୁଜ:

ଡେଲାଙ୍ଗ,ତା୨୬ା୧୦ ପୁର୍ବ–କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଭୀଷଣ ବାତ୍ୟା ଯାହାର ନାମ ରଖାଯାଇଛି ଅର୍ଣ୍ଣବ ସକ୍ରିୟ ରହିଥିବା ବେଳେ ଏହା ଭାରତ ଉପକୂଳ ଆଡକୁ ଗତି କରୁଛି । ଏହି ଅର୍ଣ୍ଣବ ବାତ୍ୟା ଅକ୍ଟୋବର୨୮ ତାରିଖ ପୁର୍ବାହ୍ନରେ ଆନ୍ଧ୍ରପ୍ରଦେଶର ବାପଟଲା ଏବଂ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୁର୍ବ ଅନୁମାନ କରିଛି । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ସମେତ ଦକ୍ଷୀଣ ଓଡିଶା ଉପକୂଳ ପାଇଁ ରେଡଜୋନ ମେସେଜ ଜାରି କରାଯାଇଛି । ଲ୍ୟାଣ୍ଡଫଲ ପରେ ଏହାର ଗତିପଥ ଓଡିଶା ଆଡକୁ ମୁହାଁଇବ ବୋଲି ଆଶଙ୍କା ଥିବାରୁ ରାଜ୍ୟ ପ୍ରଶାସନ ହାଇ ଆଲର୍ଟରେ ଅଛି । ପୁରୀ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ତହସିଲଦାର ବିଡିଓ ଓ ଥାନା କୁ ସତର୍କ ରହିବା ସହ ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରୀପ୍ରେକ୍ଷୀରେ ଡେଲାଙ୍ଗ ଅଗ୍ନିଶମ କେନ୍ଦ୍ର ବାହିନୀ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ କୁ କିପରୀ ମୁକାବିଲା କରାଯାଇ ପାରିବ ସେଥିପାଇଁ ପ୍ରସ୍ତୁତୀ ଚଳାଇଛନ୍ତି । ଅଗ୍ନିଶମ ସେବା କେନ୍ଦ୍ର ଅଧିକାରୀ ଗୋପବନ୍ଧୁ ସାହୁଙ୍କ ନେତୃତ୍ୱରେ ଆଗ୍ନିକ ପୀତବାସ ସ୍ୱାଇଁ,କେଦାର ବାଗ୍‌, ଦୁଷ୍ମନ୍ତ ନାୟକ,ଅଖିଳ ସ୍ୱାଇଁ .ଦେବେନ୍ଦ୍ର ମହାପାତ୍ର,ଅନିଲ କୁମାର ରାଉତ,ମନମୋହନ ପ୍ରଧାନଙ୍କୁ ନେଇ ଏକ ମକଡ୍ରିଲ ମଧ୍ୟ ପ୍ରସ୍ତୁତୀ କରାଯାଇଛି । ବାତ୍ୟା ଅର୍ଣ୍ଣବର ପରବର୍ତୀ ସମୟରେ ସ୍ଥାନୀୟ ଜନସାଧାରଙ୍କ ସୁରକ୍ଷା ଦୃଷ୍ଟିରୁ ଯଥାସମ୍ଭବ ଏହି ଅଗ୍ନିଶମ ବାହିନୀ ରାସ୍ତାଘାଟରୁ ଗଛ ସଫାକରିବା,ଟ୍ରାଫିକ ସମସ୍ୟାକୁ ସମଧାନ କରିବା ,ଅତ୍ୟଧିକ ବର୍ଷା ପାଇଁ ଯଦି କୋଣିସି ଅଂଚଳ ଜଳାଣ୍ଣବ ହେଲା ବୋଟ ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ପ୍ରଶାସନ ନିକଟରେ ପହଂଚାଇବା ସହିତ ବିପର୍ଯ୍ୟୟ ସମୟରେ ପ୍ରଶାସନର ନିର୍ଦ୍ଦେଶମୁତାବକ ତତକ୍ଷଣାତ ସାହାର୍ଯ୍ୟ ଯୋଗାଇ ଦେବାକୁ ଅଗ୍ନିଶମ ବାହିନୀକୁ ପରାମର୍ଶ ଦିଆଯାଇଥିବା ଶ୍ରୀ ସାହୁ ସୁଚନା ଦେଇଛନ୍ତି ।

ବାତ୍ୟା ଅର୍ଣ୍ଣବ ପାଇଁ ଡେଲାଙ୍ଗ ଅଗ୍ନିଶମ ବାହିନୀ ପକ୍ଷରୁ ପୁର୍ବ ପ୍ରସ୍ତୁତୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ସଜାଗ