ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧୨ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୧୨ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୧୨ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୧୨ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୧୨ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୧୨ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୧୨ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୧୩ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୧୩ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୧୩ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ଅମଳ ପୂର୍ବରୁ ଧାନ ଚାଷୀଙ୍କ ମୁଣ୍ଡରେ ଚଡ଼କ

ଅମଳ ପୂର୍ବରୁ ଧାନ ଚାଷୀଙ୍କ ମୁଣ୍ଡରେ ଚଡ଼କ – ସମୀକ୍ଷା ଖବର

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼

ନୂଆଗାଁ, ୨୯/୧୦: ହାତ ପାହାନ୍ତାରେ ଅମଳ ସମୟ। ଧାନ ଫସଲ ଘରକୁ ଆଣିବା ପାଇଁ ଆଶା ବାନ୍ଧି ବସିଥିବା ଚାଷୀଙ୍କ ପାଇଁ ଏବେ ଲଗାଣ ବର୍ଷା ଓ ପବନ ଚିନ୍ତାର କାରଣ ପାଲଟିଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ପବନ ପ୍ରଭାବରେ ପାଚିଲା ଧାନଗଛ ଜମିରେ ଶୋଇପଡ଼ିଥିବା ବେଳେ ଅନେକ ଧାନକ୍ଷେତରେ ପାଣି ଜମି ରହିଛି। ଫଳରେ ବର୍ଷକର ପରିଶ୍ରମ ଓ ଖର୍ଚ୍ଚ ପାଣିରେ ପଡ଼ିବା ଆଶଙ୍କାରେ ଚାଷୀକୁଳ ଚିନ୍ତିତ ହୋଇପଡ଼ିଛନ୍ତି। ବିଶେଷକରି ଅମଳ ଉପଯୋଗୀ ହୋଇଥିବା ଧାନ ଫସଲ ପାଇଁ ଏଭଳି ପାଗ ବିପଦ ସୃଷ୍ଟି କରିଛି। ପବନ ମାଡ଼ରେ ଧାନଗଛ ତଳେ ପଡ଼ିଯାଇଥିବାରୁ କେତେକ ସ୍ଥାନରେ ଧାନକେଣ୍ଡା ପାଣି ସଂସ୍ପର୍ଶରେ ଆସିଛି। ଦୀର୍ଘ ସମୟ ଧରି ଧାନକେଣ୍ଡା ପାଣିରେ ବୁଡ଼ି ରହିଲେ ଗଜା ହେବା ସହ ଧାନର ଗୁଣବତ୍ତା ନଷ୍ଟ ହେବା ଓ ଅମଳ କମିଯିବାର ଆଶଙ୍କା ରହିଛି।

ଅମଳ ପୂର୍ବରୁ ଧାନ ଚାଷୀଙ୍କ ମୁଣ୍ଡରେ ଚଡ଼କ – ସମୀକ୍ଷା

ଧାନ ଚାଷ ପାଇଁ ଚାଷୀମାନେ ଜମି ପ୍ରସ୍ତୁତି, ରୋପଣ, ସାର ଓ ଶ୍ରମିକ ମଜୁରି ବାବଦରେ ବହୁ ଅର୍ଥ ଖର୍ଚ୍ଚ କରିଛନ୍ତି। ଫସଲ ଅମଳ କରି ଖର୍ଚ୍ଚ ଭରଣା କରିବା ସହ ପରିବାରର ଆର୍ଥିକ ଆବଶ୍ୟକତା ପୂରଣ କରିବାକୁ ଆଶା ରଖିଥିଲେ। ମାତ୍ର ଅମଳ ପୂର୍ବରୁ ଏଭଳି ପ୍ରତିକୂଳ ପାଗ ଯୋଗୁଁ ଆଶାନୁରୂପ ଫସଲ ମିଳିବ କି ନାହିଁ, ସେନେଇ ଅନିଶ୍ଚିତତା ଦେଖାଦେଇଛି। ଅନ୍ୟପକ୍ଷରେ ଜମିରେ ପାଣି ଜମି ରହିବାରୁ ଧାନ ଅମଳ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ବର୍ଷା ଜାରି ରହିଲେ ଶୋଇପଡ଼ିଥିବା ଧାନଗଛର କ୍ଷତି ଆହୁରି ବଢ଼ିପାରେ। ତେଣୁ ଜମିରୁ ଶୀଘ୍ର ପାଣି ନିଷ୍କାସନ ଓ ଫସଲ ସୁରକ୍ଷା ପାଇଁ କୃଷି ବିଭାଗର ଆବଶ୍ୟକ ପରାମର୍ଶ ଜରୁରୀ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ପ୍ରଭାବିତ ଧାନକ୍ଷେତ ପରିଦର୍ଶନ କରି ବାସ୍ତବ କ୍ଷୟକ୍ଷତି ଆକଳନ କରିବାକୁ ଦାବି ହେଉଛି। କୃଷି ବିଭାଗ ଓ ରାଜସ୍ୱ ବିଭାଗ ମିଳିତ ଭାବେ କ୍ଷେତ୍ରସ୍ତରରେ ଯାଞ୍ଚ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇଦେବା ପାଇଁ ଦାବି ଉଠିଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସତ୍ୟନିଷ୍ଠାର ଶପଥ ଦୁର୍ନୀତି ବିରୋଧରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ