ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୮ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୮ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୮ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୮ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୮ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୮ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୮ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୮ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୮ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୯ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ମାଲକାନଗିରିରେ ଆନ୍ତଃ ମହାବିଦ୍ୟାଳୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ

ମାଲକାନଗିରିରେ ଆନ୍ତଃ ମହାବିଦ୍ୟାଳୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି :୩୦/୧୦/୨୬

ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ଦୁର୍ନୀତି ନିବାରଣ ବିଭାଗ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ଆନ୍ତଃ-ମହାବିଦ୍ୟାଳୟ ପ୍ରତିଯୋଗିତା ଆଜି ମାଲକାନଗିରି ମହାବିଦ୍ୟାଳୟଠାରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ସାଧୁତାରୁ ସମୃଦ୍ଧି ବିଷୟବସ୍ତୁକୁ ନେଇ ପାଳନ କରାଯାଉଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ଓ ଇଂରାଜୀ ପ୍ରବନ୍ଧ, ବକ୍ତୃତା ଏବଂ କାର୍ଟୁନ୍ ସହ କ୍ୟାପସନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ସମସ୍ତ ପ୍ରତିଯୋଗିତାକୁ ବିଚାରକ ମଣ୍ଡଳୀ ଭାବେ ବିଜୟଲକ୍ଷ୍ମୀ ସେଠୀ, ଚନ୍ଦ୍ରକାନ୍ତ ମେହେର, ଲାବା କୌଁର, ଭାରତୀ ଦାଶ, ଇପ୍ସିତା ପ୍ରିୟଦର୍ଶିନୀ କରଣ, ସନ୍ଦୀପ୍ତ କୁମାର ଦାସ, ଆକାଶ ପଡ଼ିଆମି, ସଞ୍ଜୀବ କୁମାର ବୈଦ୍ୟ, ମନୋଜ କୁମାର ମହାନ୍ତି ଏବଂ ଦେବାଶିଷ ସାହୁ ପ୍ରମୁଖ ସୂଚାରୁରୂପେ ପରିଚାଳନା ଓ ମୂଲ୍ୟାଙ୍କନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଚୂଡ଼ାନ୍ତ ବିଜେତା ତାଲିକା ଅନୁଯାୟୀ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତାରେ ମଡେଲ ଡିଗ୍ରୀ କଲେଜର ଅର୍ପିତା ପ୍ରଧାନ ପ୍ରଥମ, ପିଙ୍କି ଆନାକା ଦ୍ୱିତୀୟ ଏବଂ ବାଲିମେଳା ଡିଗ୍ରୀ କଲେଜର ତନୁଶ୍ରୀ ରାୟ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି ଇଂରାଜୀ ପ୍ରବନ୍ଧରେ ମଡେଲ ଡିଗ୍ରୀ କଲେଜର ମମତା ସାହୁ ପ୍ରଥମ, ମହମ୍ମଦ ଉଜୈଫ ଅନସାରୀ ଦ୍ୱିତୀୟ ଏବଂ ବାଲିମେଳା ଡିଗ୍ରୀ କଲେଜର ସଞ୍ଜୀତ ମୁଦୁଲି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଆ ବକ୍ତୃତାରେ ବାଲିମେଳା ଡିଗ୍ରୀ କଲେଜର ମମତା ବେହେରା ପ୍ରଥମ, ପ୍ରତିଭା ସ୍ୱାଇଁ ଦ୍ୱିତୀୟ ଓ ନନ୍ଦିନୀ ଚୌଧୁରୀ ତୃତୀୟ ସ୍ଥାନ ପାଇଥିବା ବେଳେ ଇଂରାଜୀ ବକ୍ତୃତାରେ ମଡେଲ ଡିଗ୍ରୀ କଲେଜର ବିଦିଶା ମହାନ୍ତି ପ୍ରଥମ, ବାଲିମେଳା ଡିଗ୍ରୀ କଲେଜର କୋୟଲ ବାରୋଇ ଦ୍ୱିତୀୟ ଏବଂ ମଡେଲ ଡିଗ୍ରୀ କଲେଜର ବିଭୁରଞ୍ଜନ ଧଳ ତୃତୀୟ ସ୍ଥାନ ହାସଲ କରିଛନ୍ତି। କାର୍ଟୁନ୍-ସହ-କ୍ୟାପସନ୍ ପ୍ରତିଯୋଗିତାରେ ଘଡ଼ାଇ ରେସିଡେନ୍ସିଆଲ୍ ଡିଗ୍ରୀ କଲେଜର ସୁସ୍ମିତା ଢାଲି ପ୍ରଥମ, ବାଲିମେଳା ଡିଗ୍ରୀ କଲେଜର ଚିନ୍ନମ ଶ୍ରଦ୍ଧାଞ୍ଜଳି ଦ୍ୱିତୀୟ ଏବଂ ଡ. ଶ୍ୟାମା ପ୍ରସାଦ ଡିଗ୍ରୀ କଲେଜ ର ଅର୍ପିତା ରାୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତିଯୋଗୀତା ଆୟୋଜନ କରିବାରେ ମାଲକାନଗିରି ମହାବିଦ୍ୟାଳୟ କର୍ତ୍ତୁପକ୍ଷ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରଞ୍ଜନ ମହାନ୍ତି ସହଯୋଗ କରିଥିଲେ।

ମାଲକାନଗିରିରେ ଆନ୍ତଃ ମହାବିଦ୍ୟାଳୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନବରଙ୍ଗପୁର ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ–୨୦୨୬