ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୪ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୪ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୪ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୫ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୫ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୫ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୫ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୫ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୫ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୫ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ମାଲକାନଗିରିରେ ‘ଶୌର୍ଯ୍ୟ କାଫେ’ର ଶିଳାନ୍ୟାସ: ଅମର ଶହୀଦଙ୍କୁ ଜିଲ୍ଲା ପ୍ରଶାସନର ବିନମ୍ର ଶ୍ରଦ୍ଧାଞ୍ଜଳି

ମାଲକାନଗିରିରେ ‘ଶୌର୍ଯ୍ୟ କାଫେ’ର ଶିଳାନ୍ୟାସ: ଅମର ଶହୀଦଙ୍କୁ ଜିଲ୍ଲା ପ୍ରଶାସନର ବିନମ୍ର ଶ୍ରଦ୍ଧାଞ୍ଜଳି – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି :୩୧/୧୦/୨୬

ଜିଲ୍ଲା ପ୍ରଶାସନର ଏକ ପ୍ରେରଣାଦାୟୀ ତଥା ଅଭିନବ ପ୍ରୟାସ ସ୍ୱରୂପ ମାଲକାନଗିରି ଜନଜାତି ସଂଗ୍ରହାଳୟ ନିକଟରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଙ୍କ ଦ୍ୱାରା ‘ଶୌର୍ଯ୍ୟ କାଫେ’ର ଶୁଭ ଭୂମି ପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି।ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ଚରମ ସୀମାରେ ଥିବା ସମୟରେ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ପ୍ରତିଷ୍ଠା ପାଇଁ ନିଜ ଜୀବନର ସର୍ବୋଚ୍ଚ ବଳିଦାନ ଦେଇଥିବା ଅମର ଆରକ୍ଷୀ ଏବଂ ଅର୍ଦ୍ଧସାମରିକ ବାହିନୀର ବୀର ଯବାନମାନଙ୍କ ସ୍ମୃତି ଚାରଣ ତଥା ସେମାନଙ୍କ ସାହସିକତା ପ୍ରତି ସମ୍ମାନ ଜଣାଇ ଏହି କାଫେକୁ ଉତ୍ସର୍ଗୀକୃତ କରାଯାଇଛି। ଏହା ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ଦେଶପ୍ରେମ, ତ୍ୟାଗ ଏବଂ ସେବା ମନୋଭାବ ଜାଗ୍ରତ କରିବା ପାଇଁ ଏକ ଅନନ୍ୟ ପ୍ରେରଣାର କେନ୍ଦ୍ରବିନ୍ଦୁ ସାଜିବ।ଏହି ଅବସରରେ ଜିଲ୍ଲାପାଳ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଆମ ଜିଲ୍ଲାର ଶାନ୍ତି ଓ ପ୍ରଗତି ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସେହି ଅମର ଶହୀଦମାନଙ୍କ ନିକଟରେ ଆମେ ଚିର ଋଣୀ। ଏହି ‘ଶୌର୍ଯ୍ୟ କାଫେ’ କେବଳ ଏକ ସ୍ମାରକୀ ନୁହେଁ, ବରଂ ଆଗାମୀ ପିଢ଼ି ପାଇଁ ତ୍ୟାଗ ଓ ଦେଶମାତୃକାର ସେବା ଦିଗରେ ଏକ ଜୀବନ୍ତ ପ୍ରେରଣା ହୋଇ ରହିବ।ସେହିପରି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଆରକ୍ଷୀ ଅଧୀକ୍ଷକ ଯବାନମାନଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରି କହିଥିଲେ, ଆଜି ମାଲକାନଗିରିରେ ଯେଉଁ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇପାରିଛି, ତାହା କେବଳ ଆମ ସୁରକ୍ଷା ବଳର ଯବାନମାନଙ୍କ ଅଦମ୍ୟ ସାହସ ଓ ବଳିଦାନ ଯୋଗୁଁ ସମ୍ଭବ ହୋଇଛି। ଏହି ପ୍ରକଳ୍ପ ଆମର ସେହି ବୀର ନାୟକମାନଙ୍କ ପ୍ରତି ଏକ କ୍ଷୁଦ୍ର କୃତଜ୍ଞତା ଓ ସମ୍ମାନର ପ୍ରତୀକ। ଏହି ଗୌରବମୟ ଉତ୍ସବରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହଳଧର ଶବର ପ୍ରମୁଖ ବିଶେଷ ଭାବେ ଉପସ୍ଥିତ ରହି ଶହୀଦମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମାଲକାନଗିରିରେ ‘ଶୌର୍ଯ୍ୟ କାଫେ’ର ଶିଳାନ୍ୟାସ: ଅମର ଶହୀଦଙ୍କୁ ଜିଲ୍ଲା ପ୍ରଶାସନର ବିନମ୍ର ଶ୍ରଦ୍ଧାଞ୍ଜଳି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଲକାନଗିରି ଜିଲ୍ଲା କଲେକ୍ଟୋରେଟ୍‌ଠାରେ ପି.ଏମ୍-କିଷାନ ଉତ୍ସବ ଦିବସ ପାଳିତ