ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୨ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୨ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୨ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୨ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୨ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୨ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୩ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୩ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୩ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୩ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ବିକାଶର ଡିଣ୍ଡିମ ଭିତରେ ମରଣଯନ୍ତା ପାଲିଟିଛି : ବାଲିଗୁଡା କଲ୍ୟାଣ ମଣ୍ଡପରୁ ସିନ୍ରିଗାଁ ରାସ୍ତା

ବିକାଶର ଡିଣ୍ଡିମ ଭିତରେ ମରଣଯନ୍ତା ପାଲିଟିଛି : ବାଲିଗୁଡା କଲ୍ୟାଣ ମଣ୍ଡପରୁ ସିନ୍ରିଗାଁ ରାସ୍ତା – ସମୀକ୍ଷା ଖବର

ମହେଶ୍ୱର ଡିଗାଲ /ସବ ଡିଭିଜନାଲ ସାମ୍ବାଦିକ /କନ୍ଧମାଳ/ସମୀକ୍ଷା ନ୍ୟୁଜ :

ସରକାରଙ୍କ ପକ୍ଷରୁ ବିକାଶର ନାରା ଦିଆଯାଉଛି। ଡବଲ ଇଞ୍ଜିନ ସରକାରରେ ରାଜ୍ୟର ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବାର କଥା କୁହାଯାଉଛି। କିନ୍ତୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ ସିନ୍ଦ୍ରିଗାଁ ପଥର ଅବସ୍ଥା ଦେଖିଲେ ବିକାଶର ବାସ୍ତବ ଚିତ୍ର କ’ଣ, ତାହା ସହଜରେ ଅନୁମାନ କରିହେବ। ବାଲିଗୁଡ଼ା ଷ୍ଟେଟ୍ ବ୍ୟାଙ୍କ ଛକଠାରୁ ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ଦେଇ ସିନ୍ଦ୍ରିଗାଁ ପଞ୍ଚାୟତ ଅଞ୍ଚଳକୁ ସଂଯୋଗ କରୁଥିବା ପ୍ରାୟ ୭ କିଲୋମିଟର ରାସ୍ତା ବର୍ତ୍ତମାନ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ଓ ଉଚ୍ଚନୀଚ ସୃଷ୍ଟି ହୋଇଥିବାରୁ ଯାତାୟାତ କରିବା ଯାତ୍ରୀଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବହୁ ବର୍ଷ ପୂର୍ବେ ଏହି ରାସ୍ତା ପିଚୁ ନିର୍ମାଣ ହୋଇଥିଲା। ପରବର୍ତ୍ତୀ ସମୟରେ ନୂତନ ଭାବେ ରାସ୍ତା ନିର୍ମାଣ ନକରି ପୁରୁଣା ପିଚୁ ଉପରେ ବାରମ୍ବାର ପିଚୁ ପକାଇ ମରାମତି କରାଯାଉଥିଲା। ହେଲେ ଗତ ପ୍ରାୟ ୧୦ ବର୍ଷ ଧରି ରାସ୍ତାର ସଠିକ୍ ମରାମତି ହୋଇନଥିବା ଅଭିଯୋଗ ହେଉଛି। ଫଳରେ ରାସ୍ତାଟି ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି। ଦଶହରାରେ ହୋଇଥିବା ମରାମତି ବି ଧୋଇଗଲା. ସୂଚନା ଅନୁଯାୟୀ, ଗତ ଦଶହରା ସମୟରେ ବାଲିଗୁଡ଼ା କଲ୍ୟାଣ ମଣ୍ଡପଠାରୁ ଖଜିନାଳ ନାଳ ପର୍ଯ୍ୟନ୍ତ ରାସ୍ତାର ବଡ଼ ବଡ଼ ଖାଲଖମାକୁ ପିଚୁ ଓ ମେଟାଲ୍ ମିଶ୍ରିତ ସାମଗ୍ରୀ ପକାଇ ଅସ୍ଥାୟୀ ଭାବେ ମରାମତି କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ବର୍ଷା ଯୋଗୁଁ ସେହି ମରାମତିର ଚିହ୍ନବର୍ଣ୍ଣ ମଧ୍ୟ ଅନେକ ସ୍ଥାନରେ ଧୋଇ ହୋଇଯାଇଛି। ଫଳରେ ପୁଣିଥରେ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ଯାତାୟାତରେ ବାଧା ସୃଷ୍ଟି କରୁଛି।

ବିକାଶର ଡିଣ୍ଡିମ ଭିତରେ ମରଣଯନ୍ତା ପାଲିଟିଛି : ବାଲିଗୁଡା କଲ୍ୟାଣ ମଣ୍ଡପରୁ ସିନ୍ରିଗାଁ ରାସ୍ତା – ସମୀକ୍ଷା

ବାରମ୍ବାର ଅସ୍ଥାୟୀ ମରାମତି କରାଯାଉଥିଲେ ମଧ୍ୟ ତାହାର ସ୍ଥାୟୀ ସମାଧାନ ହେଉନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଏହି ମରାମତି କାର୍ଯ୍ୟର ଗୁଣାତ୍ମକ ମାନ ଓ ଦୀର୍ଘସ୍ଥାୟୀତ୍ୱ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଫିରିଙ୍ଗିଆ ବ୍ଲକବାସୀଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଏହି ରାସ୍ତା ଉପରେ କେବଳ ବାଲିଗୁଡ଼ା ଅଞ୍ଚଳର ଲୋକ ନୁହେଁ, ଫିରିଙ୍ଗିଆ ଓ ଫୁଲବାଣୀ ବ୍ଲକର ବହୁ ଗ୍ରାମବାସୀ ମଧ୍ୟ ନିର୍ଭର କରନ୍ତି। ଦୈନନ୍ଦିନ କାର୍ଯ୍ୟ, ଚିକିତ୍ସା, ଶିକ୍ଷା, ବ୍ୟବସାୟ ଓ ଅନ୍ୟାନ୍ୟ ଜରୁରୀ କାମ ପାଇଁ ଏହି ରାସ୍ତାରେ ଲୋକଙ୍କ ଯାତାୟାତ ଲାଗିରହିଥାଏ। ହେଲେ ରାସ୍ତାର ଦୟନୀୟ ଅବସ୍ଥା ଯୋଗୁଁ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳରେ ଅସୁବିଧା ହେଉଛି। ଖାଲଖମା ଯୋଗୁଁ ଦୁର୍ଘଟଣା ମଧ୍ୟ ଦିନକୁ ଦିନ ବଢୁଛି. ଅନ୍ୟପକ୍ଷରେ, ଏହି ରାସ୍ତାକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କଲେ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳୁନଥିବା ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି। କେବଳ ଖାଲ ପୂରଣ ନୁହେଁ, ଆବଶ୍ୟକ ସ୍ଥାୟୀ ସମାଧାନ. ସ୍ଥାନୀୟ ଗ୍ରାମବାସୀ ଓ ଜନସାଧାରଣଙ୍କ ଦାବି ହେଉଛି, ଏହି ରାସ୍ତାକୁ କେବଳ ଅସ୍ଥାୟୀ ଭାବେ ପିଚୁ ପକାଇ ମରାମତି ନକରି ଆଧୁନିକ ମାନଦଣ୍ଡ ଅନୁଯାୟୀ ନୂତନ ଭାବେ ନିର୍ମାଣ କରାଯାଉ। ଏଥିସହ ରାସ୍ତାର ଓସାର ବୃଦ୍ଧି କରି ଯାତାୟାତକୁ ସୁଗମ ଓ ସୁରକ୍ଷିତ କରାଯାଉ। ଏବେ ପ୍ରଶ୍ନ ଉଠୁଛି, ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ରାଜପଥର ଏଭଳି ଅବସ୍ଥା ପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି କେବେ ପଡ଼ିବ? ଦଶହରାରେ କଲ୍ୟାଣ ବ୍ୟାଙ୍କ ଛକ ଠାରୁ ଅମୀୟ ଚିକେନ ସେଣ୍ଟର ପର୍ଯ୍ୟନ୍ତ କରାଯାଇଥିବା ଅସ୍ଥାୟୀ ମରାମତିର ଅବସ୍ଥା ମଧ୍ୟ ଏହି ବାତ୍ୟା ଯୋଗୁଁ ଧୋଇ ହୋଇ ଗଲାଣି.ଏହା ଜନସାଧାରଣଙ୍କୁ ପ୍ରଶ୍ନ ବାଚୀ ଠିଆହୋଇଛି. ଜନସାଧାରଣଙ୍କ ଯାତାୟାତ ସୁବିଧା ଓ ସୁରକ୍ଷା ପାଇଁ ଏହି ରାସ୍ତାର ପୁନଃନିର୍ମାଣ କେବେ ଆରମ୍ଭ ହେବ? ସରକାର ଓ ବିଭାଗୀୟ ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ରାସ୍ତାର ଯାଞ୍ଚ କରିବା ସହ ନୂତନ ଭାବେ ପ୍ରଶସ୍ତ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଜନସାଧାରଣଙ୍କ ପ୍ରଶ୍ନ — ବିକାଶର ନାରା ମଧ୍ୟରେ ଏହି ରାଜ୍ୟ ରାଜପଥର ଦୁର୍ଦ୍ଦଶା କେବେ ଦୂର ହେବ?

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ