ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୩ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୩ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୩ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୩ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୩ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୩ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୩ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୪ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୪ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୪ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ବର୍ଷା ଉଜାଡ଼ିଦେଲା ଘର, ବିଦ୍ୟାଳୟରେ ମୁଣ୍ଡ ଗୁଞ୍ଜିଲେ ଦମ୍ପତି

ବର୍ଷା ଉଜାଡ଼ିଦେଲା ଘର, ବିଦ୍ୟାଳୟରେ ମୁଣ୍ଡ ଗୁଞ୍ଜିଲେ ଦମ୍ପତି – ସମୀକ୍ଷା ଖବର

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼

ନୂଆଗାଁ, ୦୨/୧୧: ମୁଣ୍ଡ ଉପରୁ ଛାତ ହଟିଗଲା। ଲଗାଣ ବର୍ଷାରେ ଭାଙ୍ଗିପଡ଼ିଲା ରହିବା ଘର। ଶେଷରେ ଜୀବନ ବଞ୍ଚାଇବା ପାଇଁ ବିଦ୍ୟାଳୟରେ ଆଶ୍ରୟ ନେବାକୁ ବାଧ୍ୟ ହେଲେ ଏକ ଦମ୍ପତି। ଲଗାଣ ବର୍ଷାରେ ଭୁଶୁଡ଼ିଲା ଟାଇଲ ଛପର ଘର, ବେସାହାରା ମୋହନ ଓ ଲବଣୀ, ବିପନ୍ନ ପରିବାର ପାଖରେ ପହଞ୍ଚିନି ସହାୟତା ଅଭିଯୋଗ, ପ୍ରଶାସନର ତତ୍ପରତାକୁ ନେଇ ପ୍ରଶ୍ନଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ପାରାଢ଼ିପି ପଞ୍ଚାୟତର ରଗଡ଼ି ମଡ଼ାସାହିରୁ। ବର୍ଷା ପ୍ରଭାବରେ ଘର ଭାଙ୍ଗିଯାଇଥିବା ବେଳେ ବିପନ୍ନ ପରିବାରକୁ ପ୍ରଶାସନିକ ସହାୟତା ମିଳିନଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ରଗଡ଼ି ମଡ଼ାସାହିର ବାସିନ୍ଦା ମୋହନ ବେହେରା ଓ ତାଙ୍କ ପତ୍ନୀ ଲବଣୀ ବେହେରା ନିଜ ଟାଇଲ ଛପର ଘରେ ରହୁଥିଲେ। ସେମାନଙ୍କର ଜଣେ ପୁଅ ମଧ୍ୟ ଅଛନ୍ତି। ମାତ୍ର ଲଗାଣ ବର୍ଷା ଯୋଗୁଁ ସେମାନଙ୍କ ଘର ଭାଙ୍ଗିପଡ଼ିବା ପରେ ଦମ୍ପତିଙ୍କ ପାଇଁ ରହିବାର ସମସ୍ୟା ସୃଷ୍ଟି ହୋଇଛି। ଘରେ ରହିବା ନିରାପଦ ନଥିବାରୁ ଉଭୟ ରଗଡ଼ିସାହି ବିଦ୍ୟାଳୟରେ ଆଶ୍ରୟ ନେଇଥିବା ଜଣାପଡ଼ିଛି। ବର୍ଷା ଓ ପବନ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ସୁରକ୍ଷା, ଅସ୍ଥାୟୀ ଆଶ୍ରୟ ଏବଂ ଜରୁରୀ ସହାୟତାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା କଥା। ହେଲେ ଘର ହରାଇଥିବା ଏହି ଦମ୍ପତିଙ୍କ ନିକଟରେ ପ୍ରଶାସନ ପକ୍ଷରୁ କେହି ପହଞ୍ଚିନଥିବା ଓ କୌଣସି ସହାୟତା ଯୋଗାଇ ଦିଆଯାଇନଥିବା ଅଭିଯୋଗ ହୋଇଛି। ଫଳରେ ସ୍ଥାନୀୟସ୍ତରରେ ବିପର୍ଯ୍ୟୟ ମୁକାବିଲା ଓ ପ୍ରଭାବିତ ପରିବାରଙ୍କୁ ସହାୟତା ପହଞ୍ଚାଇବା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଘର ଭାଙ୍ଗିଯିବା ପରେ ଦମ୍ପତି କେତେଦିନ ବିଦ୍ୟାଳୟରେ ଆଶ୍ରୟ ନେଇ ରହିବେ ଏବଂ ସେମାନଙ୍କ ପାଇଁ ସୁରକ୍ଷିତ ବାସସ୍ଥାନର ବ୍ୟବସ୍ଥା କେବେ ହେବ, ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ବିପର୍ଯ୍ୟୟ ପରିସ୍ଥିତିରେ ଅସହାୟ ପରିବାର ପାଖରେ ତୁରନ୍ତ ସହାୟତା ପହଞ୍ଚିବା ଜରୁରୀ ହୋଇଥିବା ବେଳେ ଏହି ଘଟଣାରେ ପ୍ରଶାସନର ଭୂମିକାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଭାଙ୍ଗିଯାଇଥିବା ଘରର କ୍ଷୟକ୍ଷତି ଆକଳନ କରିବା ସହ ଦମ୍ପତିଙ୍କ ପାଇଁ ସୁରକ୍ଷିତ ଅସ୍ଥାୟୀ ଆଶ୍ରୟ, ଆବଶ୍ୟକ ରିଲିଫ୍‌ ସାମଗ୍ରୀ ଓ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସହାୟତା ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏଥିସହ ଯୋଗ୍ୟତା ଅନୁଯାୟୀ ପରିବାରକୁ ସ୍ଥାୟୀ ବାସଗୃହ ଯୋଗାଇଦେବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ