ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୫୩ ମିନିଟ ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୫୮ ମିନିଟ ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୧ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୧ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୧ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୧ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୧ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୧ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୧ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୧ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

କୋଟିଆରେ ଆନ୍ଧ୍ରକୁ ଓଡ଼ିଶାର କଡ଼ା ଜବାବ!

କୋଟିଆରେ ଆନ୍ଧ୍ରକୁ ଓଡ଼ିଶାର କଡ଼ା ଜବାବ! – ସମୀକ୍ଷା ଖବର

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନ୍ୟୁଜ :

କୋରାପୁଟ- ଓଡ଼ିଶାର ସୀମାନ୍ତ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ପ୍ରଶାସନିକ ହସ୍ତକ୍ଷେପ ଓ ପଞ୍ଚାୟତ ନିର୍ବାଚନ କରାଇବା ଉଦ୍ୟମକୁ ରୋକିବା ପାଇଁ ଏଥର ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛି ଓଡ଼ିଶା ପୁଲିସ ଓ ଜିଲ୍ଲା ପ୍ରଶାସନ। କୋଟିଆ ଅଞ୍ଚଳରେ ବାଣ୍ଟିବା ଉଦ୍ଦେଶ୍ୟରେ ଆନ୍ଧ୍ର ପକ୍ଷରୁ ଟ୍ରକ୍‌ରେ ଅଣାଯାଉଥିବା ସରକାରୀ ରାସନ ଚାଉଳକୁ ଓଡ଼ିଶା ସୀମାରେ ଅଟକାଇ ଫେରାଇ ଦିଆଯାଇଛି। ଏହାକୁ ଆନ୍ଧ୍ରର ପ୍ରଶାସନିକ ହସ୍ତକ୍ଷେପ ବିରୋଧରେ ଓଡ଼ିଶାର ଏକ ଦୃଢ଼ ପଦକ୍ଷେପ ଭାବେ ଦେଖାଯାଉଛି। ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ସାଲୁର MLC ପଏଣ୍ଟରୁ ଗଞ୍ଜାଇଭଦ୍ର ଗ୍ରାମକୁ ଯୋଗାଣ ହେବାକୁ ଥିବା ରାସନ ସାମଗ୍ରୀ ନେରେଡିୱାଲସା ରାସନ ଦୋକାନକୁ ନିଆଯାଉଥିବା ବେଳେ ନେରେଡିୱାଲସା ଚେକ୍‌ପୋଷ୍ଟ ନିକଟରେ କୋଟିଆ ଥାନା ପୁଲିସ ଓ ପଟାଙ୍ଗୀ ବ୍ଲକ ପ୍ରଶାସନ ଏହାକୁ ଅଟକାଇଥିଲେ। ଓଡ଼ିଶା ସୀମା ମଧ୍ୟକୁ ରାସନ ସାମଗ୍ରୀ ପ୍ରବେଶ କରାଇବାକୁ ଅନୁମତି ନଦେଇ ଟ୍ରକ୍‌କୁ ଫେରାଇ ଦିଆଯାଇଥିଲା। ଏହାକୁ ନେଇ ଉଭୟ ପକ୍ଷର ପୁଲିସ ଓ ରାଜସ୍ୱ କର୍ମଚାରୀଙ୍କ ମଧ୍ୟରେ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା। ଖବର ପାଇ ନେରେଡିୱାଲସା, ଧରଲା ଓ ତାଡ଼ିୱାଲସା ଗ୍ରାମର କିଛି ଆନ୍ଧ୍ର ସମର୍ଥକ ଲୋକେ ଘଟଣାସ୍ଥଳରେ ପହଞ୍ଚି ଓଡ଼ିଶା ପୁଲିସ ସହ ଯୁକ୍ତିତର୍କ କରିଥିଲେ। ତେବେ ଓଡ଼ିଶା ସମର୍ଥକ ସ୍ଥାନୀୟ ଲୋକେ କୋରାପୁଟ ପୁଲିସ ଓ ପ୍ରଶାସନର ପଦକ୍ଷେପକୁ ସମର୍ଥନ ଜଣାଇଥିଲେ। ସ୍ଥାନୀୟ ସ୍ତରରେ ଉତ୍ତେଜନା ଓ ଯୁକ୍ତିତର୍କ ସତ୍ତ୍ୱେ ଓଡ଼ିଶା ପୁଲିସ ନିଜ ଆଭିମୁଖ୍ୟରେ ଅଟଳ ରହିଥିଲା। ଶେଷରେ ଆନ୍ଧ୍ର ପକ୍ଷରୁ ଆସିଥିବା ରାସନ ଗାଡ଼ି ଫେରିଯାଇଥିବା ଜଣାପଡ଼ିଛି। ଘଟଣା ପରେ କୋଟିଆ ସୀମାନ୍ତ ଅଞ୍ଚଳରେ ଓଡ଼ିଶା ପୁଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ସୂଚନା ମିଳିଛି। କୋଟିଆରେ ଓଡ଼ିଶାର ପ୍ରଶାସନିକ ଉପସ୍ଥିତି ଓ ସାର୍ବଭୌମତ୍ୱକୁ ଅକ୍ଷୁଣ୍ଣ ରଖିବା ଦିଗରେ ରାଜ୍ୟ ପୁଲିସ ଓ ପ୍ରଶାସନର ଏହି ଦୃଢ଼ ପଦକ୍ଷେପ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି।

କୋଟିଆରେ ଆନ୍ଧ୍ରକୁ ଓଡ଼ିଶାର କଡ଼ା ଜବାବ! – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଏସ. ଆଇ. ଆର ଡ୍ୟୁଟିରେ ଥିବା ବି. ଏଲ. ଓ.ଙ୍କୁ ଆକ୍ରମଣ