ଭଗବାନ ମହାନ୍ତି /ଜିଲ୍ଲା ପ୍ରତିନିଧୀ /ଜଗତସିଂହପୁର /ସମୀକ୍ଷା ନ୍ୟୁଜ:
ଜଗତସିଂହପୁର, 4/11/2026 : ଜଗତସିଂହପୁର ଜିଲା ସ୍ୱଦେଶୀ ଜାଗରଣ ମଞ୍ଚ ତରଫରୁ ଜିଲା ପ୍ରସ୍ତୁତି ବୈଠକ ଜିଲା ସଂଯୋଜକ ଭଗବାନ ସ୍ୱାଇଁଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଷ୍ଟାର ଲିଙ୍କ ର ଇଣ୍ଟରନେଟ ବ୍ୟବସାୟକୁ ଜଗତସିଂହପୁର ସ୍ୱଦେଶୀ ଜାଗରଣ ମଞ୍ଚ ତରଫରୁ ବିରୋଧ କରାଗଲା | ସେଥିପାଇଁ ଆସନ୍ତା 6ତାରିଖରେ ଏକ ଶୋଭା ଯାତ୍ରା କଲେଜେ ଛକ ଠାରୁ ପୂର୍ବାହ୍ନ 10.30ରୁ ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବାର ନିଷ୍ପତ୍ତି ନିଆଗଲା | ମଞ୍ଚ ତରଫରୁ ଏହି ବିରୋଧର ନିଷ୍ପତ୍ତିକୁ ମେମୋରାଣ୍ଡମ ବନାଇ ଜିଲ୍ଲାପାଳଙ୍କୁ ଅପରାହ୍ନ 12.30 ରେ ଅର୍ପଣ କରାଯିବ | ପ୍ରକାଶ ଥାଉକି,ମଞ୍ଚ ତରଫରୁ ସମସ୍ତ ଜଗତସିଂହପୁର ଜନସାଧାରଙ୍କୁ ଆହ୍ୱାନ ଦିଆଯାଇଛି ଅଧିକରୁ ଅଧିକ ସଂଖ୍ୟକ ବ୍ୟକ୍ତି ଏହି ପ୍ରତିବାଦ ଶୋଭାଯାତ୍ରାରେ ଭାଗ ନେଇ ମା ଭାରତୀ ର ସେବାରେ ନିଜକୁ ନିୟୋଜନ କରିବାପାଇଁ | କାରଣ ଏହି ଷ୍ଟାର ଲିଙ୍କ ଇଣ୍ଟରନେଟ ମାଧ୍ୟମରେ ଆମ ରାଷ୍ଟ୍ରର ସମସ୍ତ ଗୁପ୍ତ ଡାଟା ସେମାନେ ନେବା ଦ୍ୱାରା ଆମ ଦେଶର ସୁରକ୍ଷା ଓ ସହନ୍ତି ପ୍ରତି ଆଞ୍ଚ ଆସିବାର ଆଶଙ୍କା ଅଛି | ତେଣୁ ମଞ୍ଚର ଆଗ୍ରହ ସମସ୍ତ ଜନତା ଏହାକୁ ଜାଣନ୍ତୁ ଏବଂ ଉଚ୍ଚିତ ସମୟରେ ପ୍ରତିବାଦ କରି ଏହାର ପ୍ରତିକାର କରାଯାଉ | ଏହି ବୈଠକରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ହେଲେ ପ୍ରଦୀପ ଷଡ଼ଙ୍ଗୀ, ଭଗବାନ ମହାନ୍ତି, କୃଷ୍ଣ ମୁରାରୀ ମିଶ୍ର,ଶଶାଙ୍କ ଶେଖର ପଣ୍ଡା, ମନୋରମ ଦାସ, ବିଶ୍ଵନାଥ ପଣ୍ଡା,ଶୁଭାସ ନାୟକ, ରବି ନାରାୟଣ ସାହୁ, ପ୍ରଶାନ୍ତ କୁମାର ମହାପାତ୍ର ଇତ୍ୟାଦି ଯୋଗଦେଇ ନିଜ ନିଜ ମତ ରଖିଥିଲେ | ଶେଷରେ ଜିଲା ସ୍ୱଦେଶୀ ଜାଗରଣ ମଞ୍ଚର ବରିଷ୍ଠ ନାଗରିକ ସଂଯୋଜକ ଭଗବାନ ମହାନ୍ତି ସମସ୍ତଙ୍କୁ ଭାଗନେଇ ଉକ୍ତ ବୈଠକକୁ ସଫଳ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ |






