ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୩ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୩ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୩ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୩ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୪ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୪ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୪ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୪ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୪ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୪ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Khariar Autonomous College Skill Development Yatra: ନୂଆପଡ଼ା: ଆଇସେକ୍ଟ ଓଡ଼ିଶା ଶାଖା ତରଫରୁ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ କୌଶଳ ବିକାଶ ଯାତ୍ରା

Khariar Autonomous College Skill Development Yatra: ନୂଆପଡ଼ା: ଆଇସେକ୍ଟ ଓଡ଼ିଶା ଶାଖା ତରଫରୁ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ କୌଶଳ ବିକାଶ ଯାତ୍ରା – ସମୀକ୍ଷା ଖବର

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା /ସମୀକ୍ଷା ନ୍ୟୁଜ :05-11-2026

ଶିକ୍ଷା ହିଁ ପ୍ରଗତିର ମାପକାଠି। ତତ ସହିତ ଆଧୁନିକ ଜ୍ଞାନ କୌଶଳ ଓ଼ ଦକ୍ଷତା ଭିତ୍ତିକ ଜ୍ଞାନ ଦେଶର ପ୍ରଗତି ପାଇଁ ଅତି ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଦେଶର ଅଗ୍ରଣୀ ଦକ୍ଷତା ବିକାଶ ଏବଂ ଉଚ୍ଚଶିକ୍ଷା ସଂଗଠନ ଆଇସେକ୍ଟ ଇଣ୍ଡିଆ ଦ୍ୱାରା ଆୟୋଜିତ କୌଶଳ ବିକାଶ ଯାତ୍ରା ୨୦୨୬ ସଫଳତାର ସହ ଆରମ୍ଭ ହୋଇଅଛି। ୨ ନଭେମ୍ବର ୨୦୨୬ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୨୦ଟି ରାଜ୍ୟର ୩୦୦ଟି ଜିଲ୍ଲାର ୫୦୦ରୁ ଊର୍ଦ୍ଧ୍ୱ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନରେ ପହଞ୍ଚି ବହୁଳ ସଂଖ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ଏବଂ ଭବିଷ୍ୟତ ପ୍ରଯୁକ୍ତିବିଦ୍ୟା ବିଷୟରେ ଆଲୋଚନା କରୁଛି। ଯାତ୍ରା ସମୟରେ ମାଗଣା AI ସେମିନାର, କର୍ମଶାଳା, କ୍ୟାରିୟର ପରାମର୍ଶ ଅଧିବେଶନ ଏବଂ ବୈଷୟିକ ପ୍ରଦର୍ଶନ ଆୟୋଜନ କରାଯାଉଛି। ଆଇସେକ୍ଟ ମୁଖପାତ୍ର ଶ୍ରୀ ସନ୍ତୋଷ ଚୋବେ କହିଛନ୍ତି, “ଦକ୍ଷତା ବିକାଶ ଯାତ୍ରା ୨୦୨୬ କେବଳ ଏକ ଶିକ୍ଷାଗତ ଅଭିଯାନ ନୁହେଁ, ବରଂ ଯୁବପିଢ଼ିଙ୍କୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ସହିତ ସଂଯୋଗ କରିବା, ନିଯୁକ୍ତିମୁଖୀ ଶିକ୍ଷା ପ୍ରଦାନ କରିବା ଏବଂ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ଏକ ପଦକ୍ଷେପ।” ୫ ନଭେମ୍ବର ୨୦୨୬ରେ ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ଏବଂ ଆଇସେକ୍ଟ ଓଡ଼ିଶାର ପ୍ରୋଜେକ୍ଟ ପରିଚାଳକ ଶ୍ରୀ ନୀଳାଦ୍ରି ମହାରଣା, ପ୍ରୋଜେକ୍ଟ କୋଅର୍ଡିନେଟର ଶ୍ରୀ ଚୌଧୁରୀ ସତ୍ୟବ୍ରତ ଦାଶ, ବିଜନେସ୍ ଡେଭଲପମେଣ୍ଟ ଏକ୍ଜିକ୍ୟୁଟିଭ୍ ଶ୍ରୀ ସୁଧାଂଶୁ ରଞ୍ଜନ ନାୟକ ଏବଂ ଆଇସେକ୍ଟର ଜିଲ୍ଲା ଶାଖା ପରିଚାଳକ ଶ୍ରୀ ସୁଧାଂଶୁ ଶେଖର ବାରିକ (ନିଷ୍ଠା ଗ୍ଲୋବାଲ ଫାଉଣ୍ଡେସନ) ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ AIର ଭବିଷ୍ୟତରେ ବ୍ୟବହାର ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

Khariar Autonomous College Skill Development Yatra: ନୂଆପଡ଼ା: ଆଇସେକ୍ଟ ଓଡ଼ିଶା ଶାଖା ତରଫରୁ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ କୌଶଳ ବିକାଶ ଯାତ୍ରା – ସମୀକ୍ଷା

ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା NISHTHA GLOBAL EDUCATION HUB ଏବଂ AISECT INDIA ଟିମ୍‌କୁ ସ୍ୱାଗତ କରିବା ସହ ଏଭଳି ଜ୍ଞାନ ଓ ଦକ୍ଷତା ବିକାଶମୂଳକ ଅଭିଯାନକୁ ପ୍ରଶଂସା କରିଥିଲେ। ଏହାସହ AISECT INDIA ର ଭୁବନେଶ୍ୱର ଟିମ୍‌ରୁ ଆସିଥିବା ପ୍ରୋଜେକ୍ଟ ପରିଚାଳକ ଶ୍ରୀ ନୀଳାଦ୍ରି ମହାରଣା ଏବଂ ପ୍ରୋଜେକ୍ଟ କୋଅର୍ଡିନେଟର ଶ୍ରୀ ଚୌଧୁରୀ ସତ୍ୟବ୍ରତ ଦାଶ ଛାତ୍ରଛାତ୍ରୀଙ୍କୁ AI ଓ ଭବିଷ୍ୟତର କ୍ୟାରିୟର ସୁଯୋଗ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ।
ଖଡ଼ିଆଳ ମିଶନ ରୋଡ୍‌ଠାରେ AISECT INDIA ର ଶାଖା କାର୍ଯ୍ୟାଳୟ ଆରମ୍ଭ ହୋଇଥିବା ସମ୍ପର୍କରେ BDE ଶ୍ରୀ ସୁଧାଂଶୁ ରଞ୍ଜନ ନାୟକ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଏହା ମାଧ୍ୟମରେ ଅଞ୍ଚଳର ଛାତ୍ରଛାତ୍ରୀ ଓ ଯୁବପିଢ଼ି ଉଚ୍ଚଶିକ୍ଷା, ଦୂରଶିକ୍ଷା ଏବଂ ଦକ୍ଷତା ବିକାଶ ସମ୍ପର୍କିତ ସୂଚନା ଓ ମାର୍ଗଦର୍ଶନ ପାଇପାରିବେ ବୋଲି ସେ କହିଥିଲେ। ଛାତ୍ରଛାତ୍ରୀଙ୍କ ମତରେ AI ସାକ୍ଷରତା ମିଶନ ଏବଂ କୌଶଳ ବିକାଶ ଯାତ୍ରା ଯୁବପିଢ଼ିଙ୍କ ପାଇଁ ଏକ ମାର୍ଗଦର୍ଶକ ଏବଂ ନିଯୁକ୍ତିମୁଖୀ ପଦକ୍ଷେପ। ଆଇସେକ୍ଟ ଭବିଷ୍ୟତରେ ଭାରତର ପ୍ରତ୍ୟେକ ଯୁବକଙ୍କୁ ନୂତନ ଯୁଗର ପ୍ରଯୁକ୍ତିବିଦ୍ୟା ସହିତ ସଶକ୍ତ କରିବା ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜନ କରିବ।ଏହି ସମାରୋହରେ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। NISHTHA GLOBAL EDUCATION HUB ପକ୍ଷରୁ ଶ୍ରୀ ଭରତ କୁମାର, ଶ୍ରୀ ନିଖିଲ ବାରିକ ଏବଂ ଶ୍ରୀ ମଧୁସୂଦନ ବାରିକ ଉପସ୍ଥିତ ରହି କାର୍ଯ୍ୟକ୍ରମର ସମନ୍ୱୟ ଓ ପରିଚାଳନାରେ ସହଯୋଗ କରିଥିଲେ।ସମାରୋହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସେମିନାରର ସଫଳ ସମାପନ ଘୋଷଣା କରାଯାଇଥିଲା।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Angulia Healthcare: ଆଙ୍ଗୁଳିଆ ବିସ୍ଥାପିତ କଲୋନୀରେ ପ୍ରହସନ ପାଲଟିଛି ସ୍ୱାସ୍ଥ୍ୟସେବା