ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୩ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୩ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୩ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୩ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୩ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୩ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୩ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୩ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୩ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୪ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Kotia Odisha But inhabitant from Andhra Pradesh: ଓଡିଶାରେ କୋଟିଆ କିନ୍ତୁ ଅଧିବାସୀ ଆନ୍ଧ୍ର ପ୍ରଦେଶ

Kotia Odisha But inhabitant from Andhra Pradesh: ଓଡିଶାରେ କୋଟିଆ କିନ୍ତୁ ଅଧିବାସୀ ଆନ୍ଧ୍ର ପ୍ରଦେଶ – ସମୀକ୍ଷା ଖବର

ବସନ୍ତ ପେଗୋଡୋ /ସାମ୍ବାଦିକ /ସମୀକ୍ଷା ନ୍ୟୁଜ:

କୋରାପୁଟ (କୋଟପାଡ଼ ) ତାରିଖ 5/11/2026 ରେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଛି କୋଟିଆ ଗ୍ରାମ ପଂଚାୟତ, ଏଠାରେ ପ୍ରାୟ 21 ଗୋଟି ଛୋଟ ଛୋଟ ଗାଁ ଅଛି l ଗତ 10 ଅକ୍ଟବେର ମାସ ରେ ପଞ୍ଚlୟତ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଆନ୍ଧ୍ର ପ୍ରଦେଶ ସରକାର ଜାରି କରିଥିଲେ l ଗୁରୁବାର ସକାଳୁ ଭୋଟ ପଡିଲା l ଓଡିଶା ପ୍ରଶାସନ ଏବଂ ସମସ୍ତ ରାଜନୈତିକ ଦଳ ର ନେତା ଓ କର୍ମୀମାନେ କୋଟିଆ ପଞ୍ଚଯାତରେ ନିର୍ବାଚନ କରାଇ ନ ଦେବାକୁ ଗତ ତିନି ଦିନରୁ ପ୍ରୟାସ ଜାରି ରଖିଥିଲେ କିନ୍ତୁ ଆନ୍ଧ୍ର ସରକାର କୋଟିଆରେ ବୁଥ ନ କରି ତାର ନିଜ ଅଂଚଳ ରେ ଥିବା ସିଲେରୁ ଗ୍ରାମରେ ବୁଥ ଭୋଟ ନିମନ୍ତେ କଲା ଏବଂ ଗତ ଆଠ ଦିନରୁ କୋଟିଆ ଗ୍ରାମ ପଂଚାୟତର ଭୋଟର ମାନଙ୍କୁ ଟଙ୍କା ଲୋଭ ଦେଖlଇ ଗାଁରେ ତାର ଏଜେଣ୍ଟ ଲଗାଇ ନିର୍ବାଚନ କରାଇବାରେ ସଫଳ ହେଲା l କୋଟିଆ ଗ୍ରାମ ପଂଚାୟତର 850 ଭୋଟ ପଡିଥିବାର ସୂଚନା ମିଳିଛି l ଏଥିରୁ ସ୍ପଷ୍ଟ ହେଲା ଯେ, ସେଠାକାର ଲୋକମାନେ ଆନ୍ଧ୍ର ପ୍ରତି ଅଛି l ସରକାର ଯଦି କଠୋର ପଦକ୍ଷେପ ନ ନିୟନ୍ତି ତେବେ କୋଟିଆ ଭୁଖଣ୍ଡ ପାଇଁ ବିପଦ ସୃଷ୍ଟି ହେବାର ଯଥେଷ୍ଠ ସମ୍ଭାବନା ରହିଛି l ଅlସନ୍ନ ଭବିଷ୍ୟତରେ ସରକାର ଏଭଳି ପରିସ୍ଥିତିକୁ କିଭଳି ଭାବେ ବିଚାରକୁ ନେବେ ଏହା ସମୟ ଉପରେ ନିର୍ଭର l ଏହି ଅବସରରେ ଅବିଭକ୍ତ କୋରାପୁଟ ଜ଼ିଲ୍ଲାରୁ ବହୁ ସଂଖ୍ୟକ ସାମାଜିକ କର୍ମୀ,ସମସ୍ତ ଦଳର ନେତୃବୃନ୍ଦ ତୃଣମୂଳ ସ୍ତରରେ ଉପସ୍ଥିତ ରହି ତର୍ଜମା କରୁଥିବାର ଦୃଷ୍ଟି ଗୋଚର ହୋଇଛି l

Kotia Odisha But inhabitant from Andhra Pradesh: ଓଡିଶାରେ କୋଟିଆ କିନ୍ତୁ ଅଧିବାସୀ ଆନ୍ଧ୍ର ପ୍ରଦେଶ – ସମୀକ୍ଷା

ଏମିତି ସ୍ଥିତିରେ କୋରାପୁଟ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଝିନ୍ନ ହିକକା, ଇଶ୍ୱର ପାଣିଗ୍ରାହୀ, ପୂର୍ବତନ କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝୀ, ପ୍ରିତମ ପାଡ଼ି, ଜୟପୁର ବିଧାୟକ ତାରା ପ୍ରସାଦ ବହିନୀପତି,ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବିଜୁ ଜନତା ଦଳର ବରିଷ୍ଟ ନେତା ଭୃଗୁ ବକ୍ସି ପାତ୍ର, କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ, କୋରାପୁଟ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଳକା, ରାଧା ବିନୋଦ ସାମନ୍ତରାୟ, କୋରାପୁଟ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା, ପଟ୍ଟାଙ୍ଗି ବିଧାୟକ ରାମ ଚନ୍ଦ୍ର କାଡାମ , ବରିଷ୍ଟ ଆଇନଜୀବି ତଥl ବିଜୁ ଜନତା ଦଳର ନେତା ଅଜିତ ପଟନାୟକ, ପ୍ରଶାନ୍ତ ମହାନ୍ତି,ଜ଼ିଲ୍ଲା ପ୍ରତିନିଧି ତଥା କୋଟପାଡ଼ ସାମ୍ବାଦିକ ସଂଘର ଉପସଭାପତି ବସନ୍ତ ପେଗଡ ସହିତ ଶତାଧିକ ନେତା ଓ କର୍ମୀ ଆନ୍ଧ୍ର ସରକାର ଏବଂ ସ୍ଥାନୀୟ ବାସିନ୍ଦାଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିଛନ୍ତି l କୋରାପୁଟ ଉପ ଜିଲାପାଳ ଫାବି ରସିଦ ସକ୍ରିୟତାର ସହିତ ଉପସ୍ଥିତ ରହିଥିବା ନଜରକୁ ଆସିଛି , ଏତଦ ବ୍ୟତୀତ ଜ଼ିଲ୍ଲା ସ୍ତରୀୟ- ସମସ୍ତ ବିଭାଗୀୟ କର୍ତୃପକ୍ଷ, ପୋଲିସ ଅଧିକାରୀ କର୍ମଚାରୀ,ସମସ୍ତ ଗଣ ମାଧ୍ୟ୍ୟମ ଉପସ୍ଥିତ ଥିଲେ l

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Special safety drive Rayagada Railway Division: ସତର୍କ ରୁହନ୍ତୁ, ଟ୍ରେନ୍‌ରେ ଦୀପାବଳି ବାଣ ଓ ଅନ୍ୟାନ୍ୟ ଦହନଶୀଳ ସାମଗ୍ରୀ ପରିବହନ ଏଡାଇବାକୁ ରାୟଗଡ଼ା ରେଳମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ