ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୫୧ ମିନିଟ ପୂର୍ବେFormer clerk arrested for misappropriating Rs 3.81 crore : ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩.୮୧ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ପୂର୍ବତନ କିରାଣୀ ଗିରଫ ୧ ଘଣ୍ଟା ପୂର୍ବେKeonjhar Polio Drops: କେନ୍ଦୁଝର ଜିଲ୍ଲାରେ ପ୍ରଥମ ଦିନ ୮୫% ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ୧ ଘଣ୍ଟା ପୂର୍ବେPradhaniguda Industrial Training Institute: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଧାନୀଗୁଡାର ସମାବର୍ତ୍ତନ ଉତ୍ସବ ୧ ଘଣ୍ଟା ପୂର୍ବେMalkangiri Pulse Polio Programme: ମାଲକାନଗିରି ଜିଲ୍ଲାରେ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେShaheed Laxman Nayak Jayanti: ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ ୧ ଘଣ୍ଟା ପୂର୍ବେNaveen & Pandian’s foreign visit investigation: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୨ ଘଣ୍ଟା ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୨ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୩ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୩ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା କେନ୍ଦୁଝର ମାଲକାନଗିରି ବରଗଡ଼

Banshidhar Barik: ୭୯ ବର୍ଷରେ ପାଠ ପଢୁଛନ୍ତି ବଂଶୀଧର ବାରିକ, କବିଶ୍ରୀ ଡ.ରାଜେନ୍ଦ୍ର ଦାସଙ୍କ ମାର୍ଗଦର୍ଶନରେ ସ୍ନାତକ ପାଠ୍ୟକ୍ରମରେ ଲେଖିଛନ୍ତି ନାମ

Banshidhar Barik: ୭୯ ବର୍ଷରେ ପାଠ ପଢୁଛନ୍ତି ବଂଶୀଧର ବାରିକ, କବିଶ୍ରୀ ଡ.ରାଜେନ୍ଦ୍ର ଦାସଙ୍କ ମାର୍ଗଦର୍ଶନରେ ସ୍ନାତକ ପାଠ୍ୟକ୍ରମରେ ଲେଖିଛନ୍ତି ନାମ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବାରିପଦା, ୯/୧୧/୨୬ – ପାଠ ପଢିବା ପାଇଁ କୌଣସି ବୟସ ବାଧକ ହୋଇନଥାଏ, କେବଳ ଆଗ୍ରହ ଓ ମନୋବଳ ଯଥେଷ୍ଟ । ଏଭଳି କଥାକୁ ପ୍ରମାଣ କରିଛନ୍ତି ୭୯ ବର୍ଷୀୟ ବଂଶୀଧର ବାରିକ । ସେ କବିଶ୍ରୀ ଡ.ରାଜେନ୍ଦ୍ର ଦାସଙ୍କ ମାର୍ଗଦର୍ଶନରେ ଅବସର ପରେ ଶିକ୍ଷା ପ୍ରତି ଅଦମ୍ୟ ଆଗ୍ରହ ଦେଖାଇ ଇଗ୍ନୋରେ ଇଂରାଜୀ ସମ୍ମାନ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି । ସୂଚନା କ୍ରମେ ବାରିପଦା ପୌରାଞ୍ଚଳର ୨୧ ନମ୍ବର ୱାର୍ଡର ୭୯ ବର୍ଷୀୟ ବଂଶୀଧର ବାରିକ ରାଉରକେଲାସ୍ଥିତ ଏକ ଶିଳ୍ପାନୁଷ୍ଠାନରେ ଚାକିରି କରି ଅବସର ଗ୍ରହଣ କରିସାରିଥିଲେ ମଧ୍ୟ ଶିକ୍ଷା ପ୍ରତି ନିଜର ଆଗ୍ରହ ବା ଇଛାଶକ୍ତି ହରାଇ ନାହାନ୍ତି । ବରଂ ଅବସର ଜୀବନକୁ ନୂତନ ଜ୍ଞାନ ଆହରଣର ଏକ ସୁଯୋଗ ଭାବେ ଗ୍ରହଣ କରିଛନ୍ତି । ଇଂରାଜୀ ଭାଷାରେ ଅଧିକ ଜ୍ଞାନ ଓ ଦକ୍ଷତା ହାସଲ କରିବା ଉଦ୍ଦେଶ୍ୟରେ ସେ ଶିକ୍ଷାବିତ, କବି, ଲେଖକ ଓ ପ୍ରେରଣାଦାୟୀ ବକ୍ତା କବିଶ୍ରୀ ଡ.ରାଜେନ୍ଦ୍ର ଦାସଙ୍କ ଠାରୁ ଇଂରାଜୀ ଭାଷା ଶିକ୍ଷା ସହ ପାଠପଢ଼ା ସମ୍ବନ୍ଧୀୟ ଆବଶ୍ୟକୀୟ ମାର୍ଗଦର୍ଶନ ନେଇ ନିଜର ପାଠ ପଢା ଜାରି ରଖିଛନ୍ତି । ଏହି ଅନୁଭୂତି ସମ୍ପର୍କରେ ଡ. ରାଜେନ୍ଦ୍ର ଦାସ କହିଛନ୍ତି ଯେ, ଜୀବନର ଏହି ପରିଣତ ବୟସରେ ମଧ୍ୟ ଶିକ୍ଷା ପ୍ରତି ଶ୍ରୀ ବାରିକଙ୍କ ଅଦମ୍ୟ ଆଗ୍ରହ ଓ ଶିଖିବାର ମନୋଭାବ ତାଙ୍କୁ ଗଭୀର ଭାବରେ ଅଭିଭୂତ କରିଛି । ତାଙ୍କୁ ଇଂରାଜୀ ଭାଷା ଶିକ୍ଷା ଓ ଅଧ୍ୟୟନ କ୍ଷେତ୍ରରେ ମାର୍ଗଦର୍ଶନ ଦେବା ତାଙ୍କ ପାଇଁ ଏକ ସମ୍ମାନ ଓ ଦାୟିତ୍ୱର ବିଷୟ । ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଏକାଗ୍ରତା, ଧୈର୍ଯ୍ୟ ଓ ନିୟମିତତାର ଆବଶ୍ୟକତା ଉପରେ ଆଲୋଚନା ହେଉଥିବା ବେଳେ ଶ୍ରୀ ବାରିକଙ୍କ ଏହି ପଦକ୍ଷେପ ସମାଜ ପାଇଁ ଏକ ମୂଲ୍ୟବାନ ବାର୍ତ୍ତା ବହନ କରୁଛି ଏବଂ ଏହା ଛାତ୍ର ତଥା ଯୁବ ସମାଜକୁ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଛି ।

Banshidhar Barik: ୭୯ ବର୍ଷରେ ପାଠ ପଢୁଛନ୍ତି ବଂଶୀଧର ବାରିକ, କବିଶ୍ରୀ ଡ.ରାଜେନ୍ଦ୍ର ଦାସଙ୍କ ମାର୍ଗଦର୍ଶନରେ ସ୍ନାତକ ପାଠ୍ୟକ୍ରମରେ ଲେଖିଛନ୍ତି ନାମ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Another Shameful Incident: ପୁଣି ଲଜ୍ଜା, ୮ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ନେଇ ଥାନାରେ ଏତଲା ଦେଲେ ନାବାଳିକାଙ୍କ ମା’’, ଅଭିଯୁକ୍ତ ଗିରଫ