ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୬ ମିନିଟ ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୨୩ ମିନିଟ ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୪୦ ମିନିଟ ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୫୦ ମିନିଟ ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୫୭ ମିନିଟ ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୧ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୧ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେPatna MLA reaches disabled elderly couple: ଅସହାୟ ଭିନ୍ନକ୍ଷମ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଲେ ପାଟଣା ବିଧାୟକ ୧ ଘଣ୍ଟା ପୂର୍ବେ‘Kanjipani’ tradition returns: ପୁଣି ଫେରିଲା ଶ୍ୟାମବାବାଙ୍କ ‘କାଞ୍ଜିପାଣି’ ପରମ୍ପରା ୧ ଘଣ୍ଟା ପୂର୍ବେNagabali development has not reached the other side: ନାଗାବଳୀ ଆରପାରିରେ ବିକାଶ ନପହଞ୍ଚାଇବା ଦୁଃଖ ଦାୟକ!
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ନୂଆପଡ଼ା ବରଗଡ଼ କେନ୍ଦୁଝର

Baripada theatre festival ‘Pare Kahibi’: ବାରିପଦା,ରାଜ୍ୟସ୍ତରୀୟ ନାଟ୍ୟୋତ୍ସବରେ ଦର୍ଶକଙ୍କ ଉଚ୍ଚ ପ୍ରଶଂସିତ ନାଟକ ‘ପରେ କହିବି’

Baripada theatre festival ‘Pare Kahibi’: ବାରିପଦା,ରାଜ୍ୟସ୍ତରୀୟ ନାଟ୍ୟୋତ୍ସବରେ ଦର୍ଶକଙ୍କ ଉଚ୍ଚ ପ୍ରଶଂସିତ ନାଟକ ‘ପରେ କହିବି’ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବାରିପଦା, ୨୨/୧୧/୨୬ – ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ନୟାଗଡସ୍ଥିତ ପଠାଣି ସାମନ୍ତ ସଂସ୍କୃତି ଭବନରେ ଆୟୋଜିତ ରାଜ୍ଯସ୍ତରୀୟ ନାଟ୍ୟୋତ୍ସବରେ ଆମେ ବାରିପଦାର ବହୁଚର୍ଚ୍ଚିତ ନାଟକ ” ପରେ କହିବି ” ଅତ୍ୟନ୍ତ ସଫଳତାର ସହ ମଞ୍ଚସ୍ଥ ହୋଇ ମହୋତ୍ସବରେ ସମସ୍ତ ଦର୍ଶକଙ୍କ ମନ ଜିଣିପାରିଛି I ପ୍ରାରମ୍ଭରେ ଏହି ନାଟକର ସୁନାମଧନ୍ଯ ଅଭିଜ୍ଞ ନାଟ୍ୟକାର ଓ ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକଙ୍କୁ ଏକାଡେମୀ ଦ୍ବାରା ସମ୍ଵର୍ଦ୍ଧିତ କରାଯାଇଥିଲା I ବିଭିନ୍ନ ଅଭିନୟରେ ନିଜ ଭୂମିକାକୁ ନିଖୁଣ ଭାବେ ପ୍ରଦର୍ଶିତ କରିଥିବା ପ୍ରତି କଳାକାରଙ୍କର ଚମତ୍କାର ଅଭିନୟ, ବଳିଷ୍ଠ ନିର୍ଦ୍ଦେଶନା, ଉଚ୍ଚକୋଟୀର ନାଟ୍ୟ ରଚନା, ଶ୍ରୁତିମଧୁର ସଂଗୀତ ସାଂଗକୁ ସ୍ବଳ୍ପ ଖର୍ଚ୍ଚରେ ନିର୍ମିତ ସୁନ୍ଦର ମଂଚଶିଳ୍ପ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରି ବିମୋହିତ କରିପାରିଥିଲା I ବିଭିନ୍ନ ଚରିତ୍ରରେ ଅଭିନୟ କରିଥିବା କଳାକାରଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଦୀପ ମହାନ୍ତି, ଅରୁଣ ପାତ୍ର, ଜୟନ୍ତ ସେନାପତି, ସର୍ବତୋଷ ଦାଶ , ଶିଶିର ଲେଙ୍କା , କାମିନୀକାନ୍ତ ମାଲାକାର, ଚିନ୍ମୟ ଦାସ ପଟ୍ଟନାୟକ, ପ୍ରଦୀପ ପାଣିଗ୍ରାହୀ, ଅଶୋକ ପଟ୍ଟନାୟକ, ଶାନ୍ତନୁ ପାଢୀ, ରାଜୀବ ପାତ୍ର ଓ ସୁଶ୍ରୀ ଲତାଶା ଖୁରାନାଙ୍କ ଅଭିନୀତ ନାଟକରେ ସଂଗୀତ ନିର୍ଦ୍ଦେଶନା ଦୁର୍ଗା ପାତ୍ର ଦେଇଥିବା ବେଳେ ମଂଚଶିଳ୍ପ ଦାୟିତ୍ବରେ ନରସିଂହ ବାରିକ ରହିଥିଲେ । ପ୍ରଦୀପ ସରଘରିଆ, ବିଶ୍ବଜିତ ପରିଡା, ଅଂକୁର ଖୁରାନା, ସୁଧିର ମହାନ୍ତି , କିରନ ଖୁରାନା ଓ ରାଜୀବ ପାତ୍ର ପ୍ରମୁଖ ବିଭିନ୍ନ ବିଭାଗରେ ସହଯୋଗୀ ଭାବେ ନିଜର ପାରଦର୍ଶିତା ଦେଖାଇଥିଲେ I ବିଶେଷ କରି ମିଠି ଚରିତ୍ରରେ ଚମତ୍କାର ଅଭିନୟ କରିଥିବା ଲତାଶା ସମସ୍ତ ଦର୍ଶକଙ୍କ ହୃଦୟକୁ ଜିଣି ପାରିଥିଲେ ବୋଲି ଜଣାପଡିଛି I

Baripada theatre festival ‘Pare Kahibi’: ବାରିପଦା,ରାଜ୍ୟସ୍ତରୀୟ ନାଟ୍ୟୋତ୍ସବରେ ଦର୍ଶକଙ୍କ ଉଚ୍ଚ ପ୍ରଶଂସିତ ନାଟକ ‘ପରେ କହିବି’ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Visit of the Inner Wheel Club District Chairman Baripada: ଇନରହ୍ବିଲ କ୍ଲବର ଡିଷ୍ଟ୍ରିକ୍ଟ ଚେୟାରମେନଙ୍କ ବାରିପଦା ଗସ୍ତ