ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବାରିପଦା, ୨୨/୧୧/୨୬ – ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଲିବଲ ଫାଇନାଲ ପ୍ରତିଯୋଗିତା ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇନଡୋର ଷ୍ଟାଡିୟମ ପରିସରରେ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ରାଜ୍ୟର ୧୦ଟି ଜୋନର ଚାମ୍ପିଅନ ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚରେ କେନ୍ଦ୍ରାପଡ଼ା ଇଭିନିଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲେଶ୍ୱର ଜିଲ୍ଲାର ରେମୁଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରସ୍ପରକୁ ଭେଟିଥିଲେ। ଏଥିରେ କେନ୍ଦ୍ରାପଡ଼ା ଦଳ ୨-୦ ସେଟରେ ରେମୁଣା ଦଳକୁ ପରାସ୍ତ କରି ଚାମ୍ପିଅନ ହେବାର ଗୌରବ ହାସଲ କରିଥିଲା । ଏହି ପ୍ରତିଯୋଗିତାକୁ ରାଜେଶ ଦାସ, ପ୍ରଦୋଷ ତ୍ରିପାଠୀ, ଦେବାଶିଷ ପରିଡ଼ା, ଶିବଶଙ୍କର ମହାନ୍ତ, ମନୋହର ବେହେରା ଓ ମାନସ ମହାନ୍ତ ପରିଚାଳନା କରିଥିଲେ। ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉତ୍ତରାଞ୍ଚଳ ଜୋନର ଉପସଚିବ ରାଜେଶ କୁମାର ପ୍ରଧାନ ଯୋଗଦେଇ କୃତୀ ଦଳ ଓ ଖେଳାଳି ମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ତାପସ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର କ୍ରୀଡ଼ା ପ୍ରତିଯୋଗିତା ସଫଳତାର ଆୟୋଜିତ ହୋଇଥିବା ବେଳେ ଅଧ୍ୟାପକ ଅଟଳ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।






