ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ଦେଶ ଓ ଜାତିର ବିକାଶରେ ନାରୀମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ
ବାରିପଦା, ୨୨/୧୧/୨୬ – ଇନରହ୍ବିଲ ଡିଷ୍ଟ୍ରିକ୍ଟ ୩୨୬ର ମୁଖ୍ୟ ଚେୟାରମେନ ଡା. ମଞ୍ଜୁଷା ବୈଶମ୍ପାୟନ ବାରିପଦା ଇନରହ୍ବିଲ କ୍ଲବ ପରିଭ୍ରମଣରେ ଆସି ବାରିପଦା କ୍ଲବ ଦ୍ବାରା ନିଆଯାଇଥିବା ଜନ କଲ୍ୟାଣକାରୀ ବିଭିନ୍ନ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ବାରିପଦା କୁଷ୍ଠାଶ୍ରମ ଠାରେ ଆୟୋଜିତ ଅନ୍ନଦାନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ବାରିପଦା ଛଉ ପଡ଼ିଆ ଦକ୍ଷିଣ ପାର୍ଶ୍ବ ଦ୍ବାର ନିକଟରେ ସ୍ଥାପନ କରାଯାଇଥିବା ଇନରହ୍ବିଲ ସେବା ଓ ବନ୍ଧୁତ୍ବ ସ୍ତମ୍ଭକୁ ଉଦଘାଟନ କରି ଲୋକାର୍ପିତ କରିଥିଲେ । ପରେ ପରେ ବାରିପଦା କ୍ଲବର ସଭାପତି ସୁପ୍ରୀତି ଦଳବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଦେଶ ଓ ଜାତିର ବିକାଶରେ ନାରୀମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମତ ରଖିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂପାଦିକା ସଂଯୁକ୍ତା ଚାନ୍ଦ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ନିଆଯାଇଥିବା ୩୨ଟି ଜନ କଲ୍ୟାଣକାରୀ ଯୋଜନାର ସବିଶେଷ ବିବରଣୀ ପାଠ କରିଥିବା ବେଳେ ସମାଜସେବୀ ପ୍ରଣତି ଦାସ ଏବଂ ଆଶାକର୍ମୀ କମଳିନୀ ରଣାଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଡ. ପୁଷ୍ପା ପାତ୍ରଙ୍କ ସଂପାଦନାରେ ପ୍ରକାଶିତ କ୍ଲବର ମୁଖପତ୍ର ଆଦ୍ୟା ଲୋକାର୍ପିତ ହୋଇଥିଲା । କାର୍ଯ୍ୟକ୍ରମରେ ଡା. ରଞ୍ଜୁଲତା ମହାନ୍ତି, ପ୍ରିୟଦର୍ଶିନୀ ପଟ୍ଟନାୟକ, ନିର୍ବାଚିତା ସାହୁ, ରଞ୍ଜିତା ମହାପାତ୍ର, ମୂର୍ଚ୍ଛନା ପଟ୍ଟନାୟକ, ବୀଣାପାଣି ମହାପାତ୍ର, କୁନ୍ତିମଣି ପାତ୍ରଙ୍କୁ ନୂତନ ସଦସ୍ଯ ଭାବରେ ଗ୍ରହଣ କରାଯାଇଥିଲା । ସଦସ୍ୟା ଶ୍ୟାମଳୀ ପଟ୍ଟନାୟକ ସଭା କାର୍ଯ୍ୟକ୍ରମ ସଂଚାଳନା କରିଥିବା ବେଳେ, ଉପସଭାପତି ନର୍ମଦା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।






