ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୩ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୩ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୪ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୪ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୪ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୪ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୪ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୪ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୪ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୪ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Bandana festival Chief Minister to visit Aguada in Mayurbhanj district: ଆଜି ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ଆଗୁଆଡ଼ ବାନ୍ଦନା ପରବ ଆଗମନ

Bandana festival Chief Minister to visit Aguada in Mayurbhanj district: ଆଜି ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ଆଗୁଆଡ଼ ବାନ୍ଦନା ପରବ ଆଗମନ – ସମୀକ୍ଷା ଖବର
Bandana festival Chief Minister to visit Aguada in Mayurbhanj district: ଆଜି ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ଆଗୁଆଡ଼ ବାନ୍ଦନା ପରବ ଆଗମନ – ସମୀକ୍ଷା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୨/୧୧/୨୬ – ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି । ଜିଲ୍ଲାର ବଡ଼ସାହି ବ୍ଲକ ଅଧିନସ୍ଥ ଆଗୁଆଡ଼ ଗ୍ରାମରେ ଅ-ଆ ଯୁବକ ସଂଘ ଦ୍ଵାରା ଆୟୋଜିତ ତ୍ରିଦିବସୀୟ ବାନ୍ଦଣା ପର୍ବ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଗସ୍ତସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଶୁକ୍ରବାର ସକାଳ ୯ଟା ୪୫ ମିନିଟରେ ଭୁବନେଶ୍ଵରସ୍ଥ ନିଜ ବାସଭବନରୁ ସଡ଼କ ପଥରେ ବାହାରି ୯ଟା ୫୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସକାଳ ୧୦ଟାରେ ରାଜ୍ୟ ହେଲିକପ୍ଟର ଯୋଗେ ଯାତ୍ରା ଆରମ୍ଭ କରି ପୂର୍ବାହ୍ନ ୧୧ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ଦୁର୍ଗାପୁରସ୍ଥ ଅଗୁଆଡ଼ ଖେଳପଡ଼ିଆର ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ। ହେଲିପ୍ୟାଡରୁ ସଡ଼କ ପଥରେ ବାହାରି ପୂର୍ବାହ୍ନ ୧୧ଟା ୧୫ ମିନିଟରେ ଅଗୁଆଡ଼ ଖେଳ ପଡ଼ିଆରେ ମହନ୍ତ କମ୍ୟୁନିଟି କୁଡୁମି ସମାଜ ପକ୍ଷରୁ ଆୟୋଜିତ ଜାତୀୟ ବାନ୍ଦଣା ପର୍ବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।

Bandana festival Chief Minister to visit Aguada in Mayurbhanj district: ଆଜି ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ଆଗୁଆଡ଼ ବାନ୍ଦନା ପରବ ଆଗମନ – ସମୀକ୍ଷା

ସେଠାରେ କାର୍ଯ୍ୟକ୍ରମ ଶେଷ କରିବା ପରେ ଅପରାହ୍ନ ୨ଟା ୧୫ ମିନିଟରେ ସଭାସ୍ଥଳରୁ ବାହାରି ୨ଟା ୨୦ରେ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ ଓ ୨ଟା ୩୦ ମିନିଟରେ ହେଲିକପ୍ଟର ଯୋଗେ ଭୁବନେଶ୍ଵର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଓ କଡ଼ାକଡ଼ି ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାରେ, ରାଇରଙ୍ଗପୁର ପୁଲିସ ଜିଲ୍ଲା ଓ ବାଲେଶ୍ୱର ଜିଲ୍ଲାରୁ ଆବଶ୍ୟକୀୟ ଫୋର୍ସ ଏବଂ ଅଧିକାରୀମାନଙ୍କୁ ସମନ୍ୱୟ କରାଯାଇ ବଡ଼ସାହି ଥାନା ଅନ୍ତର୍ଗତ ଆଗୁଆଡ଼ ଗ୍ରାମରେ ଅନୁଷ୍ଠିତ ହେବାକୁଥିବା ଏହି କାର୍ଯ୍ୟକ୍ରମ ସ୍ଥଳରେ ଜଣେ ଅତିରିକ୍ତ ଏସପିଙ୍କ ଦାୟିତ୍ୱରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସାଧାରଣରେ ଶାନ୍ତି ଶୃଙ୍ଖଳା ରକ୍ଷା ସାଙ୍ଗକୁ ରୁଟ୍ ଲାଇନ୍, ପାର୍କିଂ ଏବଂ ଟ୍ରାଫିକ୍ ପରିଚାଳନା ପାଇଁ ସୁବନ୍ଦୋବସ୍ତ କରାଯାଇଥିବାବେଳେ, ଏହି କାର୍ଯ୍ୟକ୍ରମରେ ମୋଟ ୧୬ ପ୍ଲାଟୁନ ପୁଲିସ ଫୋର୍ସ, ୧୨୪ ଜଣ ହୋମଗାର୍ଡ, ୭୫ ଜଣ ଟ୍ରାଫିକ କନଷ୍ଟେବଳ, ବହୁ ସଂଖ୍ୟକ ଏସଆଇ, ଏଏସଆଇ, ୧୬ ଜଣ ଇନ୍ସପେକ୍ଟର, ୬ ଜଣ ଡିଏସପି ଏବଂ ୨ ଜଣ ଅତିରିକ୍ତ ଏସପିଙ୍କୁ ନିୟୋଜିତ କରାଯାଇଛି । ମୟୂରଭଞ୍ଜ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ବ୍ୟବସ୍ଥା ସୁଚାରୁରୂପେ ପରିଚାଳିତ ହେବାକୁ ସମସ୍ତ ଅଧିକାରୀ ସଜାଗ ରହିଥିବା ଜଣାପଡ଼ିଛି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର MPC College Seminar on Physics Research: ଏମପିସି କଲେଜରେ ପଦାର୍ଥ ବିଜ୍ଞାନ ଗବେଷଣା ନେଇ ଆଲୋଚନାଚକ୍ର