ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୭ ମିନିଟ ପୂର୍ବେKeonjhar Polio Drops: କେନ୍ଦୁଝର ଜିଲ୍ଲାରେ ପ୍ରଥମ ଦିନ ୮୫% ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ୨୦ ମିନିଟ ପୂର୍ବେPradhaniguda Industrial Training Institute: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଧାନୀଗୁଡାର ସମାବର୍ତ୍ତନ ଉତ୍ସବ ୨୫ ମିନିଟ ପୂର୍ବେMalkangiri Pulse Polio Programme: ମାଲକାନଗିରି ଜିଲ୍ଲାରେ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ୨୯ ମିନିଟ ପୂର୍ବେShaheed Laxman Nayak Jayanti: ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ ୫୨ ମିନିଟ ପୂର୍ବେNaveen & Pandian’s foreign visit investigation: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୧ ଘଣ୍ଟା ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୧ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୨ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୨ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୨ ଘଣ୍ଟା ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା କେନ୍ଦୁଝର ମାଲକାନଗିରି ବରଗଡ଼

ଜଗତସିଂହପୁର : ମାଛଗାଁ ଦଶମୀ ପୂଜା ଉତ୍ସବ ମୁଖର

ଜଗତସିଂହପୁର : ମାଛଗାଁ ଦଶମୀ ପୂଜା ଉତ୍ସବ ମୁଖର – ସମୀକ୍ଷା ଖବର

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:

ଜଗତସିଂହପୁର, 20/10/26(ନି. ପ୍ର ): ଜଗତସିଂହପୁର ଜିଲ୍ଲାବାଲିକୁଦା ବ୍ଲକ ମାଛଗାଁ ବଜାର ଦଶମୀ ପୂଜାରେ ଉତ୍ସବ ମୁଖର ହୋଇ ପଡିଛି | ଆଜି ଦଶମୀ ଦିନ, ବିଜୟା ଦଶମୀ ପୂଜା | ବଜାରଟି ଅତି ଚଳ ଚଞ୍ଚଳ ଭକ୍ତ ମାନଙ୍କ ଭିଡରେ |ସୁସଜିତ ମେଢ଼, ତୋରଣମାନ, ଆଲୋକ ରାଶି, ବଡ ବଡ଼ ଦୋକାନ ମାନରେ ଭରା ଏହି ପୁରାତନ ବଜାର ଟିକ ଜାଣିବା ଯୋଗ୍ୟ ଯେ,ମାଛଗାଁ ବାଲିକୁଦା ବ୍ଲକର ଅତି ପ୍ରାଚୀନ ବ୍ୟବସାୟିକ ପେଣ୍ଠ |ଏହାର ଭୌଗୋଳିକ ସ୍ଥିତ ଯେ ଏହା ଦେବୀ ନଦୀ କୂଳରେ ଅବସ୍ଥିତ | ପୂର୍ବ ଅବିଭକ୍ତ କଟକ ଜିଲା ତଥା ବର୍ତ୍ତମାନର ଜଗତସିଂହପୁର ଜିଲାର ପୂର୍ବ ଦିଗରେ ଅବସ୍ତିତ |ପୁରାତନ ରାସ୍ତା କଟକ ମାଛଗାଁ ରାସ୍ତା ଓ କଟକ ମାଛଗାଁ କେନାଲ ଏହାର ନାମକୁ ଓଡ଼ିଶାର ସମସ୍ତ ବ୍ୟକ୍ତିଙ୍କ ମାନସ ପଟଳରେ ସ୍ମରଣକରି ରଖିଅଛି | ମାଛଗାଁ ଓଡ଼ିଶାର ପ୍ରାଚୀନଦିନଠାରୁ ମାଛ ଓ ଶୁଖୁଆ, ଧାନ, ପାନ, ଲୁଣ, ତେଲ, ନଡ଼ିଆ,ପରିଡ, ଗାଈ, ଛେଳି, ବଳଦ, କୁକୁଡ଼ା, ବିଭିନ୍ନ ପନିପରିବା, ଦୁଧ, ଦହି, ଛେନା, କାଜୁ, ବାଦାମ, ମୁଗ, ବିରି, ମାଣ୍ଡିଆ ଇତ୍ୟାଦିର ମିଳିବାର କେନ୍ଦ୍ର ଥିଲା |ତେଣୁ ଗଢିଉଠିଥିଲା ଏକ ପ୍ରାଚୀନ ବ୍ୟବସାୟିକ ପେଣ୍ଠ |ମାଛଗାଁ ଉପରେ ନିର୍ଭର ଥିଲେ ମଚ୍ଚଗାଁକୁ ନେଇ କୋଡିଏଟି ପଞ୍ଚାୟତ ତାଙ୍କର ତେଜରାତି ସାମଗ୍ରୀ, କପଡା ପୋଷାକ, ପୂଜା ସାମଗ୍ରୀ ଘର ତିଆରି ସାମଗ୍ରୀ ଉପରେ | ତାଙ୍କର ଦୈନନ୍ଦିନ ଜୀବନ ଜାପାନ ସାମଗ୍ରୀ ପାଇଁ ଏହି ହାଟ ବଜାରଟି ପୂରଣ କରିଆସୁଥିଲା ବହୁ ପ୍ରାଚୀନ କାଳରୁ | ମାଛଗାଁ ଅବସ୍ଥିତ ଅଛି କଟକରୁ ଯାଇଥିବା କାଠଯୋଡ଼ି ନଦୀ ଯାହା ନାମ ଦେବିନଦୀ ବୋଲି ତକୂଳରେ |ମାଛଗାଁ ଠାରୁ କୁହାଯାଏ ତାର ନାମ ଦେଵୀନଦୀ | ମା ଦେଵୀ ଙ୍କର ପୂଜା ପରେ ଏହି ନଦୀରେ ବିସର୍ଜନ ହେଉଥିବାରୁ ବହୁ ପୁରାତନ କାଳରୁ ଏହାର ନାମ ଦେଵୀ ନଦୀ |

ଜଗତସିଂହପୁର : ମାଛଗାଁ ଦଶମୀ ପୂଜା ଉତ୍ସବ ମୁଖର – ସମୀକ୍ଷା

ଶିକ୍ଷାର କେନ୍ଦ୍ର ମଧ୍ୟ ଏହି ଅଞ୍ଚଳର ମାଛଗାଁକୁ ଲାଗି ଓଚିନ୍ଦା ସ୍କୁଲ |ସ୍ୱାସ୍ଥ୍ୟ ପାଇଁ ସ୍ୱାଧୀନତା ପରଠାରୁ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପଶୁ ଚିକିତ୍ସ କେନ୍ଦ୍ର ଏଠାରେ ଅଛି | ଶହେ ରୁ ଉର୍ଧ୍ୱ ଗ୍ରାମ ବାସୀଙ୍କ ଅର୍ଥ ନୈତିକ କେନ୍ଦ୍ର ତଥା ସମସ୍ତ ଓଡିଶା ଓ ପୂର୍ବ ଭାରତ ଯଥା ଅଙ୍ଗ ବଙ୍ଗ ଓ କଳିଙ୍ଗ ର ରୋଷେଇଘର କୁ ମେଣ୍ଟାଉଥିବା ଅତି ପ୍ରାଚୀନ ଏହି ଗ୍ରାମ୍ୟ ହାଟ ବଜାରର ଅଧିଷ୍ଠାତ୍ରୀ ଦେଵୀ ଜାତ ଆଜି ହେଉଥିବାରୁ ମୁଖରିତ ହୋଉଠିଛି, ଆଧ୍ୟାତ୍ମିକ ମହଲରେ, ମନ୍ତ୍ର ଓ ଭଂଜନ ସମାହାରର ଏହି ପ୍ରାଚୀନ ସହଠାରୁ ଅଧିକ ଗ୍ରାମ୍ୟ ଅର୍ଥନୀତି କେନ୍ଦ୍ରରେ ବୋଲି କୁହନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ଅଞ୍ଚଳର ସୁନାମଧନ୍ୟ ଶିକ୍ଷାବିତ ଅରୁଣ କୁମାର ମହାନ୍ତି | ଯୁଆଡେ ଗଲେ ସବୁ ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ କାର୍ଯ୍ୟକ୍ରମରେ ମଜି ରହିଥାନ୍ତି ଅରୁଣ ଗୁରୁଜୀ | ସହ ସହ ଲୋକଙ୍କ ଭିଡ | ମା ଓ ଶିବ ବାବା ଙ୍କ ଆଶୀର୍ବାଦ ପାଇଁ ଭିଡ ଲଗାଇଛନ୍ତି ଭକ୍ତ ମାନେ | ଆଜି ଅସତ୍ୟ ଉପରେ ସତ୍ୟର ବିଜୟ, ଅନ୍ୟାୟ ଉପରେ ନ୍ୟାୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଆରାଧନାରେ ମୁଖରିତ ହୋଇ ଉଟିଛି ଏହି ଅତି ମନୋହର, ଅତି କୋଳାହଳ, ଅତି ସୁସଜିତ ସେହି ପ୍ରାଚୀନ ମାଛଗାଁ ହାଟ | ଜଗତସିଂହପୁର ଜିଲା ବରିଷ୍ଠ ନାଗରିକ ସଂଯୋଜକ ଭଗବାନ ମହାନ୍ତି କୁହନ୍ତି ପିଲାଦିନରୁ ବାପାଙ୍କ କାନ୍ଧରେ ବସି ଦେଖିଆସୁଥିବା ମନେପଡେ ଏହି ଶବ୍ଦ ମାଛଗାଁ ଦେଵୀ ଜାତ, ମାଛଗାଁ ହାଟ | ମା ଙ୍କ ପାଖରେ ପ୍ରାଥନା ସେ କରନ୍ତି ଏହି ବିଶ୍ଵର ମଙ୍ଗଳ କର ମା, ଜଗତ କଲ୍ୟାଣ କର ମା, ବିଶ୍ଵଶାନ୍ତି କରିଦେ ମା, ଶିବ ବାବା ସମସ୍ତଙ୍କ ବିଷ ଗରଳ ପିଇ ଜଗତରେ ଶାନ୍ତି ପ୍ରତିଷ୍ଠା କରି ଦିଅ ବାବା | ବିଶ୍ଵ ଶାନ୍ତି, ବିଶ୍ଵ ଭାତୃ ପ୍ରୀତି ଆଉ ଯୁଧ୍ୟ ଦୂରହୋଇ ଶାନ୍ତି ଆଣ ବାବା |

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପବିତ୍ର ଦଶହରାରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା,ଗୁଣପୁର ସହର କୁ ଚଳଚଞ୍ଚଳ କରିଦେଇଛି